ସଫଳ ହେଲା ଓଡିଶାର ପ୍ରଥମ ଏବଂ ପୂର୍ବ ଭାରତର ସର୍ବକନିଷ୍ଠ ବାଳକ ବାଦଲ ପଇଦାଙ୍କ ହୃଦ୍‌ପ୍ରତିରୋପଣ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ କୁଣ୍ଡାପିଠା ଗ୍ରାମର ବାଦଲ ପଇଦା (୧୩) । ଯାହାଙ୍କ ହୃଦ୍‌ପ୍ରତିରୋପଣ ସଫଳ ହୋଇଛି । ସେ ଓଡିଶାର ପ୍ରଥମ ଏବଂ ପୂର୍ବ ଭାରତର ସର୍ବକନିଷ୍ଠ ବାଳକ ଯାହାଙ୍କର ହୃଦ୍‌ ପ୍ରତିରୋପଣ ସଫଳ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ ଜରିଆରେ ସୂଚନା ଦିଆଯାଇଛି।

heartପଶ୍ଚିମବଙ୍ଗର ହାଓ୍ବଡାସ୍ଥିତ ନାରାୟଣା ସୁପରସ୍ପେଶାଲିଷ୍ଟ ହସ୍ପିଟାଲରେ ବାଦଲଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିଥିଲେ। ଏନେଇ ଜିଲ୍ଲାପାଳ ଆଶିଷ ଠାକରେ ଖୁସି ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରୀୟ ବାଲ୍ୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ତାଙ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା। ସୂଚନା ଥାଉଯେ, ବାଦଲଙ୍କ ବାପା ରବୀନ୍ଦ୍ର ପଇଦା ଓ ମା’ ଜୟନ୍ତୀଙ୍କ ଆର୍ଥିକ ସ୍ବଚ୍ଛଳ ନ ଥିବାରୁ ପୁଅର ଚିକିତ୍ସା କରିପାରି ନ ଥିଲେ।

୨୦୧୮ ନଭେମ୍ବର ୨୮ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହୃଦରୋଗ ଚିହ୍ନଟ ଶିବିର କେନ୍ଦୁଝରରେ ଅନୁଷ୍ଠିତ ହୋଇଥିଲା। ସେଠାକୁ ଆସି ବାଦଲ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ସ୍ବାସ୍ଥ୍ୟ ବିଭାଗ ସହାୟତାରେ ୨୦୨୧ ଜାନୁୟାରୀ ୧୮ରେ ସମସ୍ତ ବ୍ୟବସ୍ଥା କରି ହାଓ୍ବଡାସ୍ଥିତ ଉକ୍ତ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ରହିବା ପରେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା। ଏବେ ସେ ସୁସ୍ଥ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.