Below header
Browsing Tag

flood

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା: ତାଣ୍ଡବ ରଚିଛି ଭୟଙ୍କର ବନ୍ୟା, ଗଲାଣି ୧୦୦୦ ଲୋକଙ୍କ ଜୀବନ

ପାକିସ୍ତାନରେ ପ୍ରବଳ ବର୍ଷା ହେବା ଫଳରେ ଭୟଙ୍କର ବନ୍ୟା ହୋଇଛି। ବନ୍ୟା ଯୋଗୁଁ ଚାରିଆଡେ ହାହାକାର ପରିସ୍ଥିତି ଦେଖାଦେଇଛି। ବର୍ଷା ଓ ବନ୍ୟାରେ ଏପର୍ଯ୍ୟନ୍ତ ୧୦୦୦ ଲୋକ ପ୍ରାଣ ହରାଇଛନ୍ତି। ସରକାର ଏପରି ସ୍ଥିତି ଦେଖି ନ୍ୟାସନାଲ ଏମରଜେନ୍ସୀ ଘୋଷଣା କରିଛନ୍ତି। ପାକିସ୍ତାନୀ ପତ୍ରିକା ଡନ…

ଧୀରେ ଧୀରେ ସୁଧୁରୁଛି ସୁବର୍ଣ୍ଣରେଖା ବନ୍ୟା ସ୍ଥିତି, ହେଲେ ୨୨୪ ଗାଁର ଲୋକେ ଏବେ ବି ପାଣି ଘେରରେ

ଜଳେଶ୍ବର(କେନ୍ୟୁଜ୍):ଧୀରେ ଧୀରେ ସୁଧୁରୁଛି ସୁବର୍ଣ୍ଣରେଖା ବନ୍ୟା ସ୍ଥିତି । ନଦୀରେ ଜଳ ସ୍ତର କମୁଛି, କିନ୍ତୁ ଜଳବନ୍ଦୀଙ୍କ ଦୁର୍ଦ୍ଦଶା ବଢୁଛି । ୨୨୪ ଗାଁର ଲୋକେ ଏବେ ପାଣି ଘେରରେ। ଜଳମଗ୍ନ ହୋଇ ରହିଛି ହଜାର ହଜାର ହେକ୍ଟର ଚାଷଜମି। ବନ୍ୟା ଘେରରେ ଏବେ ଅନେକ ଗାଁ ରହିଥିବାରୁ ଅନେକ…

ବନ୍ୟା ପ୍ରଭାବିତ ଅଞ୍ଚଳ ଛାତରେ ଫସିଥିଲେ ୧୩ଜଣ ଲୋକ, ଦେବଦୂତ ହୋଇ ଆସିଲା ବାୟୁସେନାର ହେଲିକପ୍ଟର

ରାଜସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଅନେକ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାଜସ୍ଥାନର ୩ ଜିଲ୍ଲା ଝାଲାଓ୍ଵର, ଧୋଲପୁର, ବାରାନରେ ବନ୍ୟା ଯୋଗୁଁ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ମୂଷଳଧାରାରେ ବର୍ଷା ଯୋଗୁଁ ହଠାତ୍‌ ବନ୍ୟା ଆସିଥିଲା। ତଳିଆ ଅଞ୍ଚଳରେ ଅନେକ ଲୋକ ଫସିଥିଲେ।…

ବୈତରଣୀରେ ଜଗିଛି କୁମ୍ଭୀର, ଲୋକଙ୍କୁ ଘାରିଛି ବିଷଧର ଜନ୍ତୁଙ୍କ ଭୟ

ଚାନ୍ଦବାଲି (କେନ୍ୟୁଜ) : ବନ୍ୟା ପାଣି ଆସିବାରୁ ବୈତରଣୀ ନଦୀରେ ଉଛୁଳା ପାଣି । ବନ୍ୟା ପାଇଁ ଲୋକଙ୍କୁ ଘାରିଛି ବିଷଧର ଜନ୍ତୁଙ୍କ ଭୟ । ବୈତରଣୀ ନଦୀର ଦୋହରପାଟଣା ବିଲ ସାହି ପାଖର ନଦୀ କୂଳରେ କୁମ୍ଭୀର ଶୋଇଥିବାର ଲୋକେ ଦେଖିବାକୁ ପାଇଛନ୍ତି । କୁମ୍ଭୀର ଦେଖିବା ପରେ ଲୋକଙ୍କ ମନରେ ଭୟ…

ବନ୍ୟା ଜଳରେ ଭାସି ଆଖି ବୁଜିଲେ ଚାଷୀ

ଆନନ୍ଦପୁର(କେନ୍ୟୁଜ୍): ବନ୍ୟା ଜଳରେ ଭାସିଯାଇ ଜଣେ ଚାଷୀଙ୍କ ମୃତ୍ୟୁ । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଜାବିନପୂର୍ ଗାଁରେ ଘଟିଛି ଅଘଟଣ। ଗାଁଟି ରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ଗତକାଲି ଟଭା ମୁଣ୍ଡାଙ୍କ ପୁଅ ଦୁଶାସନ ଚାଷ ଜମିକୁ ଯାଇ ବନ୍ୟାଜଳରେ ଭାସି…

ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା, ମଧ୍ୟାହ୍ନରେ ବାଲେଶ୍ୱର ରାଜଘାଟ ଦେଇ ପିକ୍‌ ଫ୍ଲଡ ପାସ କରିବ

କେନ୍ୟୁଜ୍: ଉତ୍ତର ଓଡ଼ିଶାକୁ ବଢୁଛି ବନ୍ୟା ବିପଦ । ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ବନ୍ୟା ପାଣି ଛାଡ଼ିବା ପରେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସୁଛି । ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲା ରାଜଘାଟ ଦେଇ ପିକ୍‌ ଫ୍ଲଡ ପାସ କରିବ । ସୁବର୍ଣ୍ଣରେଖା ବନ୍ୟାରେ ଉତ୍ତର ବାଲେଶ୍ୱରର ୪ ବ୍ଲକ…

ପୁରୀ ବନ୍ୟାଞ୍ଚଳରେ ସୋମବାର ଓ ମଙ୍ଗଳବାର ସ୍କୁଲ ଛୁଟି, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ପୁରୀ: ଲଗାଣ ବର୍ଷା ଯୋଗୁ ଆସିଥିବା ବନ୍ୟା ପ୍ରଭାବରେ ଏବେ ସାରା ରାଜ୍ୟ ଜଳବନ୍ଦୀ ରହିଛି। ଏଭଳି ସ୍ଥିତିରେ ପୁରୀ ଜିଲ୍ଲାର କିଛି ଅଞ୍ଚଳ ମଧ୍ୟ ପାଣି ଘେରରେ ରହିଛି। ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ସ୍କୁଲକୁ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ସ୍କୁଲ…

ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆଶଂକା, ବିପଦ ସଙ୍କେତ ପାର କଲା ନଦୀ

କେନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ ପରେ ଝାଡ଼ଖଣ୍ଡ ବିପଦ । ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆଶଂକା। ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୬ଟି ଗେଟ୍‌ ଖୋଲଯାଇଛି। ଏହି ୧୬ ଗେଟ୍‌ ଦେଇ ସାଢ଼େ ୪ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ପ୍ରଥମେ ୧୪ ଗେଟ୍‌ ଖୋଲାଯାଇଥିଲା । ପରେ ଆଉ ଦୁଇଟି ଗେଟ୍‌…

କନ୍ଧମାଳରେ ଲଗାଣ ବର୍ଷା ଜାରି: ଧୋଇଗଲା ରାସ୍ତା, ଭାସିଗଲା ବ୍ରିଜ୍‌ର ଗାର୍ଡଓ୍ଵାଲ

ବାଲିଗୁଡା(କେନ୍ୟୁଜ୍): କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି । ଫଳରେ ବାଲିଗୁଡାର ଖଡ୍‌ଗ ନଦୀ ଓ ତୁମୁଡିବନ୍ଧର ରାହୁଲ ନଦୀର ଜଳସ୍ତର ବଢୁଛି। ଶ୍ରଦ୍ଧାପୁର ନିକଟରେ ଥିବା ଏକ ଛୋଟିଆ ବ୍ରିଜ୍‌ର ଗାର୍ଡଓ୍ଵାଲ ଭାସିଯାଇଛି । ଏହାସହ ଧୋଇଯାଇଛି ରାସ୍ତା । ତୁମୁଡିବନ୍ଧ ବ୍ଲକର ଜଲେଶପଟାରୁ…

ଶିମିଳିପାଳରେ ପ୍ରବଳ ବର୍ଷା, ବଢୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର

କରଞ୍ଜିଆ(କେନ୍ୟୁଜ୍):ବଢୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର । ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ଫୁଲୁଛି ନଦୀ । ତଳିଆ ଅଞ୍ଚଳରେ ପାଣି ପଶିବା ଆରମ୍ଭ ହେଲାଣି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଜିଲ୍ଲାର ବାରିପଦା ପୌରପରିଷଦ ସମେତ ୫ଟି ବ୍ଳକ୍‌ର ତଳିଆ…

ବନ୍ୟା ଦ୍ୱାରା ଜଳବନ୍ଦୀରେ ୪ ଲକ୍ଷ ଲୋକ, ୨୨୭ଟି ରିଲିଫ କେନ୍ଦ୍ରରେ ୧ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ

ଭୁବନେଶ୍ୱର(କେନ୍ୟୁଜ୍): ବନ୍ୟା ଦ୍ୱାରା ୧୩ଟି ଜିଲ୍ଲାର ୭୧ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୨ ହଜାର ୧୪୯ଟି ଗାଁ ପ୍ରଭାବିତ ହୋଇଛି । ରାଜ୍ୟର ୬୪୨ଟି ଗାଁ ଜଳଘେରରେ ରହିଥିବା ବେଳେ ୪ ଲକ୍ଷ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଏହିସବୁ ଅଞ୍ଚଳରେ ୨୨୭ଟି ରିଲିଫ କେନ୍ଦ୍ରରେ ୧ଲକ୍ଷରୁ…

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ, ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ…

କେନ୍ୟୁଜ୍(ବ୍ୟୁରୋ):ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି । ଗଭୀର ଅବପାତ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ପ୍ରଭାବରେ ଉତ୍ତର ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ବର୍ଷା ଜାରି ରହିଛି । ଏଥିପାଇଁ ଜିଲ୍ଲାପାଳମାନଙ୍କୁ…