ବିନା ଆଡ୍ରେସ୍‌ ପ୍ରୁଫରେ ବି ଆଧାର କାର୍ଡରେ ବି ଚେଞ୍ଜ୍‌ କରିପାରିବେ ଆଡ୍ରେସ୍‌, ବାସ୍‌ ଫଲୋ କରିବାକୁ ହେବ ଏହି ଟିପ୍ସ

ବର୍ତ୍ତମାନ ଆଇଡେଣ୍ଟି ପ୍ରୁଫ ପାଇଁ ଆଧାର କାର୍ଡ ସବୁଠାରୁ ବଡ ଦସ୍ତାବିଜ୍‌ ପାଲଟିଛି। ପ୍ରତ୍ୟେକ ସରକାରୀ-ପ୍ରାଇଭେଟ କାମ ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିଦିଆଯାଇଛି। କିନ୍ତୁ ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ଆପଣ କୌଣସି ନୂଆ ଯାଗାକୁ ସିଫ୍ଟ କରିଥାନ୍ତି। ଏବଂ ଆପଣଙ୍କ ପାଖରେ ସେହି ଜାଗା ସହ ଜଡିତ କୌଣସି ଆଡ୍ରେସ ପ୍ରୁଫ ନଥାଏ। ତେବେ କିନ୍ତୁ ଏବେ ଏଥିପାଇଁ ବ୍ୟସ୍ତ ହେବାର କିଛି ଆବଶ୍ୟକ ନାହିଁ କାହିଁକିନା ଏବେ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟୀ ଅଫ ଇଣ୍ଡିଆ ଏହି ସମସ୍ୟାର ସମାଧାନ ପାଇଁ ଏକ ନୂଆ ନିୟମ ଲାଗୁ କରିଦିଆଯାଇଛି। ଏହି ପରିବର୍ତ୍ତନ କାରଣରୁ ଏବେ ବିନା ଆଡ୍ରେସ ପ୍ରୁଫ ଦେଇ ବି ନିଜ ଆଧାର କାର୍ଡରେ ଆଡ୍ରେସ ଚେଞ୍ଜ୍‌ କରିପାରିବେ।

ୟୁଆଇଡିଏଆଇର ନୂଆ ନିୟମ ମୁତାବକ ନିଜ ଆଧାରରେ ଆଡ୍ରେସ ଚେଞ୍ଜ୍‌ କରିବା ପାଇଁ ଆପଣଙ୍କୁ ପରିବାରର ମୁଖିଆଙ୍କ ଅନୁମତି ନେବାକୁ ହେବ। ପରିବାରର ମୁଖିଆ ନିଜର ସ୍ୱାମୀ କିମ୍ବା ସ୍ତ୍ରୀ, ପିଲା ଏବଂ ମା-ବାପାଙ୍କ ମଧ୍ୟରୁ ଯାହାର ବି ନୂଆ ଠିକଣାକୁ ଆପ୍ରୁଭ୍‌ କରିବେ, ତାଙ୍କର ଆଧାର ଆଡ୍ରେସ୍‌ ଚେଞ୍ଜ୍‌ କରାଯିବ। ଖାସ୍‌ କଥା ହେଉଛି ୧୮ ବର୍ଷରୁ ଉର୍ଦ୍ଧ୍ୱ କୌଣସି ବି ବ୍ୟକ୍ତି ପରିବାରଙ୍କ ମୁଖିଆ ଅର୍ଥାତ୍‌ ହେଡ ଅଫ୍‌ ଫ୍ୟାମିଲୀ (HoF) ହୋଇପାରେ। ସରକାରଙ୍କ ଅନୁଯାୟୀ ଏହି ପରିବର୍ତ୍ତନ ପରେ ଲୋକଙ୍କୁ ନିଜର ଠିକଣା ବଦଳାଇବା ପାଇଁ ଇଆଡେ ସିଆଡେ କୁଆଡେ ବି ଦୌଡିବାର ଆବଶ୍ୟକତା ନାହିଁ। ଏବଂ ଆପଣଙ୍କ ଆଧାର କାର୍ଡ ବହୁତ ସହଜରେ ହିଁ ଅପଡେଟ ହୋଇଯିବ।

ଆଧାର କାର୍ଡରେ ଏପରି ବଦଳାନ୍ତୁ ନିଜ ଆଡ୍ରେସ

  • ଆପଣଙ୍କୁ ସର୍ବପ୍ରଥମେ ଆଧାରର େଓ୍ଵବସାଇଟ https://myaadhaar.uidai.gov.inକୁ ଭିଜିଟ୍‌ କରିବାକୁ ହେବ।
  • େଓ୍ଵବସାଇଟ ଖୋଲିବା ପରେ ଆପଣଙ୍କୁ ଆଧାର ଆଡ୍ରେସ ଅପଡେଟର ଅପ୍ସନ ଦେଖାଯିବ।
  • ଏହାପରେ ଆପଣଙ୍କୁ ନିଜ ପରିବାରର ମୁଖିଆଙ୍କ ଆଧାର ନମ୍ବର ସେଠାରେ ଲେଖିବାକୁ ହେବ।
  • ଏହାପରେ େଓ୍ଵବସାଇଟ ପକ୍ଷରୁ ଏଚଓଏଫର ଆଧାର ନମ୍ବରର ଭ୍ୟାଲିଡେସନ୍‌ ହେବ। ଏହାପରେ ଆପଣଙ୍କୁ ପ୍ରୁଫ୍‌ ଅଫ୍‌ ରିଲେସନସିପ୍‌ କାଗଜ ମଗାଯିବ।
  • ଏହି ପ୍ରୁଫ୍‌ ସବମିଟ୍‌ କରିବା ପରେ ଆପଣଙ୍କୁ ଏଚଓଏଫ ଭ୍ୟାଲିଡେସନ୍‌ ହୋଇଯିବ। ଏହାପରେ ଆପଣଙ୍କୁ ୫୦ ଟଙ୍କାର ସର୍ଭିସ ଚାର୍ଜ ଅନଲାଇନ୍‌ ଜମା କରିବାକୁ ହେବ।
  • ଏହି ପେମେଣ୍ଟ ହେବା ପରେ ଆପଣଙ୍କ ମୋବାଇଲୁ ସର୍ଭିସ ରିକ୍ୱେଷ୍ଟ ନମ୍ବର ଆସିବ, ଯାହାକୁ ଆପଣଙ୍କୁ େଓ୍ଵବସାଇଟରେ ଲେଖିବାକୁ ହେବ। ଏହାପରେ ଏଚଓଏଫକୁ ନିଜ ଆଡ୍ରେସ ରିକ୍ୱେଷ୍ଟ କରିବାକୁ ହେବ।
  • ଏହି ରିକ୍ୱେଷ୍ଟ ମିଳିବାର ମେସେଜ୍‌ ଆସିବା ପରେ ଏଚଓଏଫ ଓକେ ଲେଖି ନିଜର ପରମିଶନ୍‌ ଦେବ। ଏଥିପାଇଁ ତାଙ୍କୁ ୩୦ ଦିନର ସମୟ ମିଳିବ। ଏହି ପରମିଶନ ମିଳିବାର ୧୫ ଦିନ ଭିତରେ ଆଧାରରେ ଆଡ୍ରେସ ଅପଡେଟ୍‌ ହୋଇଯିବ।

ତେବେ ଆପଣଙ୍କୁ ଏହି କଥା ପ୍ରତି ଧ୍ୟାନ ରଖିବାକୁ ହେବ ଯେ ଯଦି ପରିବାରର ମୁଖିଆ ଅର୍ଥାତ୍‌ ଏଚଓଏଫ ଆଡ୍ରେସ ଚେଞ୍ଜ୍‌ କରିବାର ରିକ୍ୱେଷ୍ଟକୁ ନାମଞ୍ଜୁର କରିଦିଅନ୍ତି ତାହେଲେ ଆପଣଙ୍କ ଆଧାରରେ ନୂଆ ଆଡ୍ରେସ୍‌ ଅପଡେଟ ହୋଇପାରିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.