ଆଧାର କାର୍ଡ଼ ସହ ଫୋନ ନମ୍ବର ଲିଙ୍କ ନଥିଲେ ବ୍ୟସ୍ତ ହୁଅନ୍ତୁ ନାହିଁ, ଏଭଳି କରନ୍ତୁ ଡାଉନଲୋଡ

ଭାରତରେ ଆଧାରକାର୍ଡ଼ ଏକ ଜରୁରୀ କାଗଜ, ଯାହାକୁ ଆମେ ପ୍ରମାଣ ପତ୍ର ରୂପେ ବ୍ୟବହାର କରିଥାଉ । କିନ୍ତୁ ଆଧାରକାର୍ଡ଼ରେ ଯେକୌଣସି ଅପଡେଟ କରିବାକୁ ଚାହୁଁଥିଲେ ପ୍ରଥମେ ମୋବାଇଲ ନମ୍ବର ରେଜିଷ୍ଟ୍ରର କରିବାକୁ ପଡ଼ିଥାଏ। କାରଣ ଏହି ନମ୍ବର ଦ୍ୱାରା ହିଁ ଫୋନକୁ ଓଟିପି ବା ଓ୍ଵାନ ଟାଇମ ପାସଓ୍ଵାର୍ଡ଼ ଆସିଥାଏ । ଯାହାପରେ ଆମେ ନିଜର ଅପଡେଟ ଆଧାରକାର୍ଡ଼ ପାଇଥାଉ। କିନ୍ତୁ ଅସୁବିଧା ସେତେବେଳେ ଆସେ ଯେତେବେଳେ ଆପଣଙ୍କ ମୋବାଇଲ ନମ୍ବର ରେଜିଷ୍ଟ୍ରର ହୋଇନଥିବ କିମ୍ବା ରେଜିଷ୍ଟ୍ରର ନମ୍ବର ଆପଣ ବ୍ୟବହାର କରୁନଥିବେ।

ଏହି ସମୟରେ ଆପଣ ଯଦି ନିଜ ଆଧାରକାର୍ଡ଼ରେ ଅପଡ଼େଟ କରିବାକୁ ଚାହୁଁଥିବେ ତେବେ ସମସ୍ୟା ଦେଖାଯିବ। ମାନେ ଓଟିପି ବିଷୟରେ ଆପଣ ଜାଣିପାରିବେ ନାହିଁ। କିନ୍ତୁ  ଆଉ ଚିନ୍ତା କରନ୍ତୁ ନାହିଁ । ଏବେ ବିନା ରେଜିଷ୍ଟ୍ରର ମୋବାଇଲ ନମ୍ବରରେ ମଧ୍ୟ ଆପଣ ନିଜ ଅପଡେଟ ଆଧାରକାର୍ଡ଼ ପାଇପାରିବେ । ଆଜି ଆମେ କହିବୁ ଆପଣ କିପରି ବିନା ରେଜିଷ୍ଟ୍ରର ମୋବାଇଲ ନମ୍ବରରେ ନିଜର ଅପଡେଟ ଆଧାର କାର୍ଡ଼କୁ ଡାଉନଲୋଡ କରିବେ।

ଜାଣନ୍ତୁ ଷ୍ଟେପ:

– ଆଧାର କାର୍ଡ ଡାଉନଲୋଡ କରିବାକୁ ଚାହୁଁଥିଲେ ପ୍ରଥମେ UIDAIର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ।
– ଏବେ ଟପ୍‌ ର ଲେଫ୍ଟ ସାଇଡରେ ଥିବା My Aadhaar Card ଅପସନକୁ କ୍ଲିକ କରନ୍ତୁ।
– ଏହାପରେ Get Aadhaar ସେକ୍ସନକୁ ଯାଇ Order Aadhaar PVC Card ଉପରେ କ୍ଳିକ କରନ୍ତୁ।
– ଏହାପରେ ୧୨ ଡିଜିଟର ଆଧାର ନମ୍ବର Enter କରାଇ ସିକ୍ୟୁରିଟି କୋଡ ଦିଅନ୍ତୁ।
– ଏବେ My Mobile Number Is Not Registered ଲେଖା ପାଖରେ ଥିବା ବକ୍ସ ଉପରେ କ୍ଳିକ କରନ୍ତୁ।

adhaarraaa
pc: turtlemint

– ଏହାପରେ ଆପଣଙ୍କୁ ଏଠାରେ Unregistered ମୋବାଇଲ ନମ୍ବର ଦେବାର ଅପସନ ମିଳିବ।
– ଏବେ OTP ଉପରେ କ୍ଲିକ କରି ଆସିଥିବା OTPକୁ Enter କରାନ୍ତୁ।
– ଏହାପରେ ଏକ ନୂଆ ଇଣ୍ଟରଫେସ ଅପସନ୍‌ ଖୋଲିବ। ଯେଉଁଠି ଆପଣଙ୍କୁ ପେମେଣ୍ଟ କରିବାକୁ ପଡ଼ିବ।
– ଏବେ PDF ଡାଉନଲୋଡ କରିବା ପାଇଁ ଡିଜିଟାଲ ସିଗନେଚର ସବିମିଟ କରିବାକ ୁ ପଡ଼ିବ ।
– ଏହପରେ ଆପଣଙ୍କ ଫୋନକୁ ଏକ ମେସେଜ ଆସିବ। ଯେଉଁଥିରେ service request ନମ୍ବର ଦିଆଯିବ। ଏହାଦ୍ୱାରା ଆପଣ ନିଜ ଆଧାର କାର୍ଡର ଷ୍ଟାଟସ ସମ୍ପର୍କରେ ଜାଣିପାରିବେ।

ଏଭଳି ଭାବେ ଆପଣ ବିନା ରେଜିଷ୍ଟ୍ରର ମୋବାଇଲ ନମ୍ବରରେ ମଧ୍ୟ ନିଜ ଆଧାର ପିଭିସି କାର୍ଡ଼ ଅର୍ଡ଼ର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.