ବଢିଆ ଖବର, ସ୍ମାର୍ଟ ଲୁକ ଦେବା ସହ ଆପଣଙ୍କ ଆଖିର ଦୃଷ୍ଟିଶକ୍ତି ଠିକ କରିପାରିବ Apple ଚଷମା

ବହୁତ ଜଲଦି ଆସୁଛି ଆପଲ ଚଷମା। ଏହା ବହୁତ ଦମଦାର ଫିଚର୍ସ ସହିତ ଆସିବ ବୋଲି କୁହାଯାଉଛି। ଏହାକୁ ନେଇ ଅନେକ କଥା ଉଠୁଥିବାବେଳେ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି। ତେବେ ସବୁଠାରୁ ଖାସ କଥା ହେଉଛି ଏହି ଆପଲ ଗ୍ଲାସରେ ଏମିତି ଏକ ବଢିଆ ଫିଚର ଲଗାଯାଇଛି, ଯାହା ଆପଣଙ୍କ ଦୃଷ୍ଟିଶକ୍ତିକୁ ଠିକ କରିବାରେ କ୍ଷମତା ରଖିପାରିବ। କମ୍ପାନୀ ଏବେ ପର୍ଯ୍ୟନ୍ତ ଏହି ଗ୍ଲାସ ସମ୍ବନ୍ଧିତ କୌଣସି ବି ତଥ୍ୟ ସାମ୍ନାକୁ ଆଣିନାହିଁ। କିନ୍ତୁ ଜଣେ ରୋଗୀ ଏହାକୁ ନେଇ ଏକ ବଢିଆ କଥା ସ୍ପଷ୍ଟ କରିଛନ୍ତି। ସେ ଜଣାଇଛନ୍ତି ଯେ ଏହି ଆପଲ ଗ୍ଲାସରେ ଏମିତି ଫିଚର ରହିଛି ଯାହା ଦୃଷ୍ଟିଶକ୍ତି ସୁଧାରିବା କାମ କରିପାରିବ।

ଏହାକୁ ନେଇ ତଥ୍ୟ ଦେଇଥିବା ରୋଗୀ କହିଛନ୍ତି ଯେ ଏହା ସାଧାରଣ ଚଷମା ଭଳି। ଏହାକୁ ବ୍ୟବହାର କରିବା ପାଇଁ କୌଣସି ପ୍ରେସକ୍ରିପସନର ଆବଶ୍ୟକତା ପଡିବନାହିଁ। ଏହାକୁ ଲେନ୍ସ ପଜିସନକୁ ଅଟୋମେଟିକ ବଦଳାଇପାରିବ। ଏହାସହିତ ଯେକେହିବି ଏହାକୁ ବିନା କୌଣସି ସମସ୍ୟାରେ ପିନ୍ଧିପାରିବେ।

ଗୋଟେ ଯୋଡ଼ା ଗ୍ଲାସସେରେ ଗୋଟେ ରୁ ଅଧିକ ଆଡ଼ଜସଟେବଲ ଲେନ୍ସେସ ଦିଆଯାଇଛି। ଏହି ଆଡ଼ଜସଟେବଲ ଲେନ୍ସେସରେ ଫୋବେଟେଡ଼ ଲିକ୍ୟୁଡ଼ କ୍ରିଷ୍ଟାଲ ଆଡ଼ଜସଟେବଲ ଲେନ୍ସ ସାମିଲ ରହିପାରେ, ଯାହା ନନ-ଲିକ୍ୟୁଡ଼-କ୍ରିଷ୍ଟାଲ ଆଡ଼ଜସଟେବଲ ଲେନ୍ସ ଭଳି ଫ୍ଲୁଇଡ଼ ସହ ଲେସ। ଫୋବେଟେଡ଼ ଲିକ୍ୟୁଡ଼ କ୍ରିଷ୍ଟାଲ ଆଡ଼ଜସଟେବଲ ଲେନ୍ସରେ ଇଲେକ୍ଟ୍ରିକାଲି ମୋଡୁଲେଟେଡ଼ ଅପ୍ଟିକାଲ ମ୍ୟାଟେରିଆଲ ଦିଆଯାଇଛି।

ଆପଲ ଗ୍ଲାସର କଣ୍ଟ୍ରୋଲ ସର୍କିଟ ସହିତ ଆସିପାରେ ବୋଲି ଅନୁମାନ କରାଯାଉଛି। କୁହାଯାଇଛି ଯେ ଏଥିରେ ନିକଟ ଦୃଷ୍ଟି, ଦୂର ଦୃଷ୍ଟି ଏବଂ ଅନ୍ୟ ବିଭିନ୍ନ ଚକ୍ଷୁ ସମସ୍ୟାକୁ ସୁଧାରିବାକୁ ଫିଚର ଦିଆଯାଇଛି। ଏହାକୁ ୟୁଜର୍ସ ସ୍ମାର୍ଟ ଲୁକ ପାଇଁ ଵ୍ୟଵହାର କରିବା ସହିତ ଦୃଷ୍ଟିଶକ୍ତି ସୁଧାରିବାକୁ ବି ବ୍ୟବହାର କରିପାରିବେ।

ତେବେ ଆପଣଙ୍କୁ ଜଣାଇବାକୁ ଜଣାଇବାକୁ ଚାହିଁବୁ ଯେ ଆପଲ ଏବେ ପର୍ଯ୍ୟନ୍ତ ଗ୍ଲାସକୁ ନେଇ କୌଣସି ସୂଚନା ଦେଇନାହିଁ।