Facebookରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଏବେ ରହିବନି Like ବଟନ; ଜାଣନ୍ତୁ ସବୁକିଛି

ଫେସ୍‌ବୁକ ଦୁନିଆରେ ସବୁଠାରୁ ବଡ଼ ଏବଂ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ। କମ୍ପାନୀ ଏହି କଥା ଉପରେ ଧ୍ୟାନ କୈନ୍ଦ୍ରିତ କରୁଛି କି, କେମିତି ପ୍ଲାଟଫର୍ମକୁ ଅଧିକ ଉପଯୋଗକର୍ତ୍ତାଙ୍କ ଅନୁକୂଳ ତଥା ବୁଝିବାରେ ସହଜ କରାଯାଇ ପାରିବ। ନିଜର ନୂଆ ରିଡିଜାଇନ୍‌ ମଝିରେ ଫେସ୍‌ବୁକ ପେଜ୍‌ ଭାରତରେ ୟୁଜରଙ୍କ ପାଇଁ ଲାଇକ୍‌ ବଟନକୁ ହଟାଇ ଦେଇଛି। ଏଥି ସହିତ କୌଣସି ପେଜ୍‌ର ଫଲୋୟର୍ସଙ୍କ ଉପରେ ଧ୍ୟାନ କୈନ୍ଦ୍ରିତ କରିବା ବି କମାଇ ଦେଇଛି। ଫେସ୍‌ବୁକ ପେଜ୍‌ଗୁଡ଼ିକର ରିଡିଜାଇନ୍‌ ଚଳିତବର୍ଷ ଜାନୁଆରୀରେ ଅଣାଯାଇଥିଲା ଏବଂ ଏବେ ଏହାକୁ ଭାରତରେ ରୋଲ୍‌ ଆଉଟ୍‌ କରାଯାଉଛି।

ଏମିତି ଦେଖାଯିବ ଫେସ୍‌ବୁକ ପେଜ୍‌

ଫେସ୍‌ବୁକ ପେଜ୍‌ଗୁଡ଼ିକର ନୂଆ ଡିଜାଇନ ଏବଂ ୟୁଜର ଇଣ୍ଟରଫେସ୍‌ ଅନୁସାରେ, ଲୋଆଉଟକୁ ସରଳ ଏବଂ ଅଧିକ ସହଜ ବନାଯାଇଛି, ଯେଉଁଥିରେ ଏକ ସମର୍ପିତ ନ୍ୟୁଜ୍‌ ଫିଡ୍‌ ସେକ୍ସନ ବି ରହିବ। ଏହା ୟୁଜର୍ସଙ୍କ କଥାବାର୍ତ୍ତାରେ ସାମିଲ ହେବା, ଟ୍ରେଣ୍ଡସ୍‌ ଫଲୋ କରିବା, ସାଥୀମାନଙ୍କ ସହ କଥାବାର୍ତ୍ତା ହେବା ଏବଂ ପ୍ରଶଂସକମାନଙ୍କ ସହ ଯୋଡ଼ି ହେବାକୁ ଅନୁମତି ପ୍ରଦାନ କରିବ।

କ’ଣ କହିଛି ଫେସ୍‌ବୁକ

ନିଜର ଅଫିସିଆଲ ବୟାନରେ ଫେସ୍‌ବୁକ କହିଛି, ‘ଏହାଦ୍ୱାରା ଟ୍ରେଣ୍ଡଗୁଡ଼ିକୁ ପାଳନ କରିବା, ସାଥୀମାନଙ୍କ ସହ କଥାବାର୍ତ୍ତା ହେବା ଏବଂ ପ୍ରଶଂସକମାନଙ୍କ ସହ ଯୋଡ଼ି ହେବା ସହଜ ହୋଇଯିବ। ସମର୍ପିତ ସମାଚାର ଫିଡ୍‌ ଅନ୍ୟ ପବ୍ଲିକ ଫିଗର, ପେଜ୍‌, ଗ୍ରୁପ୍ସ ଏବଂ ଟ୍ରେଣ୍ଡିଙ୍ଗ୍‌ କଣ୍ଟେଣ୍ଟ୍‌ ଭଳି ନୂଆ କନେକ୍ସନଗୁଡ଼ିକୁ ବି ପରାମର୍ଶ ଦେବ, ଯାହା ଗୋଟିଏ ପେଜ୍‌ କିମ୍ବା ସାର୍ବଜନିକ ବ୍ୟକ୍ତିର ଚିନ୍ତା କରିଥାଏ’।

ଫେସ୍‌ବୁକ ପେଜ୍‌ଗୁଡ଼ିକର ନୂଆ ରିଡିଜାଇନ୍‌ ଏକ ବଢ଼ିଆ ସୁରକ୍ଷା ସହିତ ଆସିବ, ଯାହା ପ୍ରଥମ ତୁଳନାରେ ଅଭଦ୍ର ଭାଷା, ହିଂସା, ଯୌନ, ସ୍ପାମ୍‌ଯୁକ୍ତ ସାମଗ୍ରୀ ଭଳି ପ୍ରତିବନ୍ଧିତ ଗତିବିଧିର ପତ୍ତା ଲଗାଇବାରେ ସକ୍ଷମ ହେବ। ସୂଚନାର ସତ୍ୟତା ବଜାୟ ରଖିବା ପାଇଁ ଏକ ପେଜ୍‌ ଉପରେ ଭେରିଫାଇଡ୍‌ ବ୍ୟାଜ୍‌ର ଦୃଶ୍ୟତା ବି ବଢ଼ାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.