ସ୍ୱାଧୀନତା ଦିବସ ପାଇଁ BSNLଦେଉଛି ବମ୍ପର ଅଫର : ଏହି ରିଚାର୍ଜରେ ପାଇବେ ୭୫ଜିବି ଡାଟା ସହିତ ୩୩୦ ଦିନର ଭାଲିଡିଟି

ସରକାରୀ ଟେଲିକମ୍ କମ୍ପାନୀ BSNL ନିକଟରେ ଅନେକ ନୂତନ ଅଫର ପ୍ରକାଶ କରିଛି। ଯାହା ବିଷୟରେ ୟୁଜର୍ସ ମାନେ ଜାଣି ବହୁତ ଖୁସି ହୁଅନ୍ତି । ସ୍ୱାଧୀନତା ଦିବସ ଯୋଗୁଁ, ବିଏସଏନଏଲ ଗ୍ରାହକମାନଙ୍କୁ ଏଭଳି ଅଫର ଦେଉଛି, ଯାହା ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ମଧ୍ୟ ଦେଉନାହିଁ। ଏହି ଅଫରଗୁଡିକ ଉଭୟ ଡାଟା ଏବଂ ଟକଟାଇମ ସହିତ ଜଡିତ ଏବଂ ଆପଣ ସେଗୁଡ଼ିକର ଲାଭ ମଧ୍ୟ ଉଠାଇପାରିବେ। ଆସନ୍ତୁ ଜାଣିବା ଏହି ଅଫରଗୁଡିକପ୍ଲାନ ବିଷୟରେ।

ସରକାରୀ ଟେଲିକମ୍ କମ୍ପାନୀ BSNL ସ୍ୱାଧୀନତା ଦୀବସ ଉପଲକ୍ଷେ ଗ୍ରହକଙ୍କ ପାଇଁ ଆଣିଛି ଏକ ବଡ ଅଫର । ପିଭି-୨୦୨୨ ନାମରେ ଏକ ନୂଆ ପ୍ରିପେଡ ପ୍ଲାନ ଅଫର କରୁଛି BSNL । ଦେଶର ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆଜାଦି କି ଅମୃତ ମହୋତ୍ସବକୁ ନଜରରେ ରଖି ଏହି ପ୍ଲାନ ଲଞ୍ଚ କରିଛି କମ୍ପାନୀ । ଏହି ପ୍ଲାନର ଦାମ୍ ୨୦୨୨ ଟଙ୍କା ରଖାଯାଇଛି । ତେବେ ଏହା ଏକ ଲମ୍ବା ଭାଲିଡିଟି ପ୍ଲାନ ଯାହାଦ୍ୱାରା ଗ୍ରାହକମାନଙ୍କୁ ଅନେକ ଫାଇଦା ମିଳିପାରିବ । ଯାହା ଅଗଷ୍ଟ 15 ରୁ ଏବଂ ସୀମିତ ସମୟ ପାଇଁ ଉପଲବ୍ଧ ହୋଇପାରିବ। ପ୍ରଥମ ପ୍ରମୋସନାଲ୍ ଅଫର୍ ଅନୁଯାୟୀ, ଯଦି ଉପଭୋକ୍ତା ଟପ୍-ଅପ୍ ପ୍ଲାନ୍ ସହିତ ୧୫୦ ଟଙ୍କା ରିଚାର୍ଜ କରନ୍ତି, ତେବେ ତାଙ୍କୁ ଟକ୍ ଟାଇମ୍ ୧୫୦ ଟଙ୍କା ମିଳିବ। ଏହି ଅଫର କେବଳ ଅଗଷ୍ଟ ୧୫, ୨୦୨୨ ରୁ ଅଗଷ୍ଟ ୨୧, ୨୦୨୨ ମଧ୍ୟରେ ଉପଲବ୍ଧ ହୋଇପାରିବ।

କହି ରଖୁଛୁ ଯେ BSNLର ଏହି ନୂଆ ପ୍ରିପେଡ ପ୍ଲାନ PV-2022ରେ ପ୍ରତ୍ୟେକ ମାସ ୭୫ ଜିବି ଡାଟା ପ୍ରଦାନ କରାଯିବ । ଏହାସହିତ ପାଖାପାଖି ଏକ ବର୍ଷର ଭାଲିଡିଟି ପାଇ ପାରିବେ ଗ୍ରାହକ । ଏହି ପ୍ଲାନରେ ଗ୍ରାହକମାନଙ୍କୁ ୩୦୦ ଦିନର ଭାଲିଡିଟି ପ୍ରଦାନ କରାଯାଇଛି । ଏହାସହିତ ଅନଲିମିଟେଡ କଲ, ସହିତ ପ୍ରତିଦିନ ୧୦୦ SMS ଫ୍ରି ମିଳିଥାଏ ।

ତେବେ ଏହି ୭୫ ଜିବି ଡାଟା ଗ୍ରାହକମାନଙ୍କୁ କେବଳ ୨ ମାସ(୬୦ଦିନ) ପର୍ଯ୍ୟନ୍ତ ମିଳିପାରିବ । ଏହାପରେ ୟୁଜର୍ସଙ୍କୁ ଅନ୍ୟ କୌଣସି ରିଚାର୍ଜ କରିବାକୁ ପଡିବ । ଦେଶର ୭୫ ବର୍ଷ ସ୍ୱାଧୀନତା ଦିବସ ନିମନ୍ତେ ଏହି ସ୍ପେଶାଲ ଅଫର ଦେଇଛି ସରକାରୀ କମ୍ପାନୀ BSNL । କେବଳ ସେଥିପାଇଁ କମ୍ପାନୀ ୭୫ ଜିବି ଡାଟା ପ୍ରଦାନ କରୁଛି । ତେବେ ଏହି ଅଫର କେବଳ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଉପଲବ୍ଧ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.