Below header

ଏଥର ପାର୍ବଣ ଋତୁରେ କିଣନ୍ତୁ ଆଇଫୋନ, ଜାଣନ୍ତୁ ଅଫରରେ କେତେ ଦାମରେ ମିଳୁଛି

ଆଉ କିଛି ଦିନ ମଧ୍ୟରେ ପର୍ବପର୍ବାଣି ଋତୁ ଆରମ୍ଭ ହେବାକୁ ଯାଉଛି । ଏହି ଋତୁ ପ୍ରାୟ ଏକ ମାସ ଧରି ଚାଲିବ । ଏହି ଦିନ ମାନଙ୍କରେ ଦେଶବାସୀ ବଜାର ତଥା ଇକମର୍ସ ୱେବସାଇଟରୁ ନିଜ ପାଇଁ ତଥା ସମ୍ପର୍କୀୟଙ୍କ ପାଇଁ କିଣାକିଣି କରିବାକୁ ପସନ୍ଦ କରିଥାନ୍ତି । ଏହାକୁ ଧ୍ୟାନରେ ରଖି ପ୍ରାୟ ସମସ୍ତ ଇ- କମର୍ସ ୱେବସାଇଟ ନିଜ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ଅଫର ମାନ ମଧ୍ୟ ଜାରି କରୁଥିବା ଦେଖାଦେଇଛି । ଏଣୁ ଦେଶର ଅନ୍ୟତମ ଇ-କମର୍ସ ୱେବସାଇଟ ପ୍ଳିପକାର୍ଟ ନିଜ ଗ୍ରାହକଙ୍କ ପାଇଁ “ବିଗ ବିଲିୟନ ଡ଼େ ସେଲ” ନେଇ ଘୋଷଣା କରିଛି । ଯାହାକି ଆଜି ଠାରୁ ହିଁ ଆରମ୍ଭ ହେଉଛି । ଏହି ସେଲରେ iphone ନିର୍ମାତା କମ୍ପାନୀ ଆପଲ ନିଜ ଆଇଫୋନ ୧୨ କୁ କମ ଦରରେ ଜାରି କରୁଛି । ପ୍ଳିପକାର୍ଟ ଏହି ସେଲରେ ନିଜ ସ୍ମାର୍ଟଫୋନ ଦର ମାତ୍ର ୪୮ ହଜାର ୯୯୯ ଟଙ୍କା ରଖିଥିବା ଜଣାଯାଇଛି ଆଇଫୋନ-୧୨ ବ୍ୟତୀତ ଆଇଫୋନ-୧୨ ମିନି ଉପରେ ବି ସାନଦାର ଅଫର ମାନ ଲାଗୁ କରାଯାଇଛି । ଅଫର ଅନୁଯାୟୀ ଏହି ଫୋନ ମାତ୍ର ୩୭ ହଜାର ୯୯୯ ଟଙ୍କାରେ ଉପଲବ୍ଧ ହେଉଛି ।

ଏହା ମଧ୍ୟ ଜଣାଯାଇଛିଯେ ଆଇଫୋନ ୬୪ ଜିବି ଭେରିୟାଣ୍ଟର ୪୮ ହଜାର ୯୯୯ ଟଙ୍କାରେ ମିଳିବା ଅର୍ଥ ଏହା ସବୁଠୁ କମ ଦରରେ ମିଳିବା । ଏହାର ପ୍ରକୃତ ମୂଲ୍ୟ ୬୫ ହଜାର ୯୯୦ ଟଙ୍କା । ଏହା ବ୍ୟତୀତ ଯଦି ଗ୍ରାହକ ମାନଙ୍କ ପାଖରେ ଆଇସିଆଇସିଆଇ, ଆକ୍ସିସ ବ୍ୟାଙ୍କ କାର୍ଡ ଥିବ ତେବେ ତାଙ୍କ ପାଇଁ କିଛି ଅତିରିକ୍ତ ଡ଼ିସକାଉଣ୍ଟ ମଧ୍ୟ ରହିବ । କହିରଖିବା ଉଚିତ ହେବକି ଆଇଫୋନ-୧୨ ଫିଚର ଗୁଡିକ ଖୁବ ଦମଦାର । ଏଥିରେ ୬.୧ ଇଂଚର ଓଏଲଇଡ଼ି ସୁପର ଏକ୍ସଡ଼ିଆର ଡିଷ୍ପ୍ଲେ ଦିଆଯାଇଛି । ଯାହାର ରିଜୋଲୁସନ 1080X 2340 ପିକସଲ ରହିବ । ଏଥିରେ ଲିଥିୟମ ଅୟନ ବ୍ୟାଟେରୀ ସମେତ ୱେୟରଲେସ ଚାରଜିଙ୍ଗ ସୁବିଧା ବି ରହିଛି । ଆଇଓଏସ ୧୪ ସମେତ ଏହି ଫୋନରେ ଏ ୧୪ ବାୟୋନିକ ଚିପସେଟ ବି ମହଜୂତ ଅଛି । ଏସବୁ ବ୍ୟତୀତ ଫୋନରେ ଚତୁର୍ଥ ଜେନେରେସନର କ୍ୱାଡ଼କୋର ଗ୍ରାଫିକ ଆର୍କିଟେକଚର ବି ଅଛି । କମ୍ପାନୀ ଏସବୁ ସହ ନିଜ ଲାଟେଷ୍ଟ ଭର୍ଜନର ଅପଡେଟ ବି ଜାରି କରୁଛି ।

ଏହି ଫୋନରେ ୧୨ ମେଗାପିକସଲର ଡୁଆଲ ରିୟର କ୍ୟାମେରା ସେଟଅପ ଦିଆଯାଇଛି । ଯାହାର ମେନ ଓ ସେକେଣ୍ଡାରୀ ଅଲଟ୍ରା ବାଇଣ୍ଡ ଆଙ୍ଗଲ ଲେନ୍ସ ଦୁଇଟି ଯାକ ୧୨ ମେଗାପିକସଲର ସେଲ୍ଫି ସମେତ ଭିଡିଓ କଲିଙ୍ଗର ସୁବିଧା ବି ରହିଛି । ଯେଉଁଥିରେ ୧୨ ମେଗାପିକସଲର ଫ୍ରଣ୍ଟ କ୍ୟାମେରା ସୁବିଧା ବି ରହିଛି । ଭିଡିଓ ସୁଟିଙ୍ଗ ପାଇଁ ଏଥିରେ ଆଇଓଏସ ସପୋର୍ଟ ବି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.