ଆପଣଙ୍କ ଆଧାରକାର୍ଡରେ କେତୋଟି ସିମ୍‌ ଜାରି ରହିଛି? ଏହି ୱେବସାଇଟରୁ ତୁରନ୍ତ ଲଗାନ୍ତୁ ପତ୍ତା

ଆପଣଙ୍କ ଆଧାରକାର୍ଡରେ ଫର୍ଜି ସିମ୍‌ କାର୍ଡ ନାହିଁ ତ? ଅଧିକାଂଶ ସମୟରେ ଆମ ଆଧାର କାର୍ଡରେ ସିମ ଜାରି ହୋଇଥାଏ କିନ୍ତୁ ଏହା ବିଷୟରେ ଆମକୁ ଜଣାନଥାଏ ଯେ ଆପଣଙ୍କ ଆଧାର କାର୍ଡରେ କେତୋଟି ନମ୍ବର ଜାରି ହୋଇଛି । ଯେଉଁ କାରଣରୁ ଅନେକ ଥର ଫ୍ରଡର ଶିକାର ହେବାକୁ ପଡିଥାଏ ।

ବର୍ତ୍ତମାନ ଯଦି ସବୁଠାରୁ ଜରୁରୀ ଡକ୍ୟୁମେଣ୍ଟ କେଉଁଟା କହିବା ତାହେଲେ ତାହା ହେଉଛି ଆଧାର କାର୍ଡ । ଏବେ ଏହାର ବ୍ୟବହାର ପରିଚୟ ପତ୍ର ଭାବେ ଅଧିକ ବ୍ୟବହାର କରାଯାଉଛି । ଏହା ସାହାଯ୍ୟରେ ୟୁଜର୍ସ ସିମ କାର୍ଡ ବି କିଣିପାରୁଛନ୍ତି। ଅଧିକାଂଶ ସମୟରେ ଆମ ଆଧାର କାର୍ଡରେ ସିମ ଜାରି ହୋଇଥାଏ କିନ୍ତୁ ଏହା ବିଷୟରେ ଆମକୁ ଜଣାନଥାଏ ଯେ ଆପଣଙ୍କ ଆଧାର କାର୍ଡରେ କେତୋଟି ନମ୍ବର ଜାରି ହୋଇଛି । ଯେଉଁ କାରଣରୁ ଅନେକ ଥର ଫ୍ରଡର ଶିକାର ହେବାକୁ ପଡିଥାଏ । ତେଣୁ ଆପଣଙ୍କୁ ଜାଣିବା ଉଚିତ ଯେ ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ୍ ଜାରି ହୋଇଛି। ଯଦି ଆପଣ ଭାବୁଛନ୍ତି ଏହାକୁ କିପରି ଜାଣିବେ ଏବଂ ଏଥିପାଇଁ ବୋଧହୁଏ ବହୁତ କିଛି କଷ୍ଟ କରିବାକୁ ପଡିବ ତାହେଲେ ଆପଣଙ୍କୁ ଜଣାଇବୁ ଏହାକୁ ଜାଣିବା ବହୁତ ସହଜ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାକୁ ଜାଣିବାର ପୂରା ପ୍ରୋସେସ୍‌ ।

DoT ୱେବସାଇଟରୁ ମିଳିବ ସହାୟତା :

ଏଥିପାଇଁ ଆପଣଙ୍କୁ ଡଟ ୱେବବସାଇଟର ସହାୟତା ନେବାକୁ ହେବ । ଏହି ପୋର୍ଟାଲକୁ ଟେଲିକମ ଏନାଲେଟିକ୍ସ ଫର ଫ୍ରଡ ମ୍ୟାନେଜମେଣ୍ଟ ଆଣ୍ଡ କଞ୍ଜ୍ୟୁମର ବା TAFCOP ନାମ ଦିଆଯାଇଛି । ଏହା ଜରିଆରେ ଆପଣ କୌଣସି ବି ନମ୍ବରରେ ଜାରି ସିମ୍ କାର୍ଡ ସମ୍ପର୍କରେ ଜାଣିପାରିବେ ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ବ୍ରାଉଜରରେ କିମ୍ବା ଗୁଗଲ ସର୍ଚ୍ଚ ଇଞ୍ଜିନରେ TAFCOP ସର୍ଚ୍ଚ କରିବାକୁ ହେବ । ଏବେ ଆପଣଙ୍କ ସାମ୍ନାରେ tafcop.dgtelecom.gov.in ୱେବସାଇଟ ଓପନ ହୋଇଯିବ । ଏହା ପରେ ଆପଣଙ୍କ ମୋବାଇଲ ନମ୍ବର ଏଣ୍ଟର କରିବାକୁ ହେବ । ଏବେ ଆପଣଙ୍କୁ ରିକ୍ୱେଷ୍ଟ OTP ଉପରେ କ୍ଲିକ କରିବାକୁ ହେବ । ଆପଣ ଏଣ୍ଟର କରିଥିବା ମୋବାଇଲ ନମ୍ବରକୁ ଓଟିପି ଆସିବ । ଏହି ଓଟିପିକୁ ଏଣ୍ଟର ଓଟିପି ବକ୍ସରେ ଟାଇପ କରନ୍ତୁ ।

ଏହାପରେ ଆଧାରକାର୍ଡ ସହ ଲିଙ୍କ ହୋଇଥିବା ସବୁ ଫୋନ ନମ୍ବର ଏଠାରେ ଦେଖାଯିବ । ଯଦି ଆପଣ କୌଣସି ଅଜଣା ବା ଆପଣ ନେଇନଥିବା ନମ୍ବରକୁ ବ୍ଲକ କରିବାକୁ ଚାହାଁନ୍ତି,ତେବେ ଏଥିପାଇଁ ମଧ୍ୟ ଆପଣ ରିକ୍ୱେଷ୍ଟ କରିପାରିବେ ।

ଏଥିପାଇଁ ଆପଣ ବନ୍ଦ କରିବାକୁ ଚାହୁଁଥିବା ନମ୍ବର ଆଗରେ ଦିଆଯାଇଥିବା ବ୍ଲକ ଓ ରିପୋର୍ଟ ଅପସନ ଉପରେ କ୍ଲିକ କରିପାରିବେ । ଯଦିଓ ଏହି ସେବା ଏବେ ପୁରା ଦେଶରେ ଉପଲବ୍ଧ ହୋଇନାହିଁ, ହେଲେ ଖୁବ ଶୀଘ୍ର ଏହାକୁ ସବୁ ରାଜ୍ୟ ପାଇଁ ଉପଲବ୍ଧ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.