ଗୁଗଲରେ କେବେବି ସର୍ଚ୍ଚ କରନ୍ତୁ ନାହିଁ ଏହିସବୁ ତଥ୍ୟ ନଚେତ ଆପଣଙ୍କୁ ପଡିପାରେ ମହଙ୍ଗା

ଦିନେ ଏପରି ଏକ ସମୟ ଥିଲା ଯେତେବେଳେ ଗୋଟିଏ ପ୍ରଶ୍ନର ଉତ୍ତର ପାଇବା ପାଇଁ ବୁଦ୍ଧିଜୀବୀ ମାନେ ଅନେକ ବହି ଓ ପୋଥି ପଢିବାକୁ ପଡୁଥିଲା । ଅନେକ ବହି ଓ ପୋଥି ପଢିବା ପରେ ସେମାନେ ଗୋଟିଏ ପ୍ରଶ୍ନର ଉତ୍ତର ସରଳ ଭାବେ ବୁଝିପାରୁଥିଲେ, କିନ୍ତୁ ଆଜିକା ଦିନରେ ଆଉ ଏପରି ହେଉନାହିଁ । ବର୍ତ୍ତମାନ ମାତ୍ର ଗୋଟିଏ କ୍ଲିକରେ ଆପଣ ନିଜର ସମସ୍ତ ପ୍ରଶ୍ନର ଉତ୍ତର ମାତ୍ର କିଛି କ୍ଷଣ ମଧ୍ୟରେ ପାଇ ପାରୁଛନ୍ତି ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଂଜିନ ଗୁଗଲ ମାଧ୍ୟମରେ । ଆଜ୍ଞା ହଁ, ଆଜିର ଦୁନିଆରେ ସବୁଠାରୁ ଜ୍ଞାନୀ ଓ ବିଚକ୍ଷଣ ହେଉଛି ଗୁଗଲ । କଣ ଆପଣ ଜାଣିଛନ୍ତି, ଗୁଗଲ ଆପଣଙ୍କର ପ୍ରତିଟି ଗତିବିଧି ଉପରେ ନଜର ରଖୁଛି? ଆପଣ କେତେବେଳେ କୋଉଠିକୁ ଯାଉଛନ୍ତି, କାହାକୁ ଦେଖା କରୁଛନ୍ତି ଏବଂ କଣ କରୁଛନ୍ତି ଟ୍ରାକିଙ୍ଗ ମାଧ୍ୟମରେ ସବୁର ଡାଟା ଗୁଗଲ ପାଖରେ ରହିଛି ।

Related image

ବେଳେବେଳେ ଆପଣ ଦେଖିଥିବେ ଯଦି ଆପଣ କୌଣସି ଆଇଟମ ଫ୍ଲିପକାର୍ଟ କିମ୍ବା ଆମାଜନରେ ସର୍ଚ୍ଚ କରୁଛନ୍ତି ତାହେଲେ ସେହି ସମ୍ପର୍କିତ ଆଡ଼ ଆପଣଙ୍କ ଫେସବୁକ କିମ୍ବା ଇମେଲରେ ବାରମ୍ବାର ଆସୁଛି । ଏପରି କାହିଁକି ହୁଏ ? କାରଣ ଗୁଗଲ ଆପଣଙ୍କର ସମସ୍ତ ଆକ୍ଟିଭିଟି ଉପରେ ନଜର ରଖୁଛି, କିନ୍ତୁ ତା ସହିତ ଏହା ମଧ୍ୟ ସଫା ସଫା ନଜର ଆସୁଛି ଯେ ଗୁଗଲ ଆପଣଙ୍କର ସେହି ସବୁ ଆକ୍ଟିଭିଟି ଉପରେ ନଜର ରଖୁଛି ଯାହା ବୋଧହୁଏ ଆପଣଙ୍କୁ ଜଣାନଥିବ । ସେଥିପାଇଁ କୁହାଯାଇଛି ଯେ କିଛି ଏପରି କଥା ରହିଛି ଯାହାକୁ ଆପଣ କେବେ ବି ଗୁଗଲରେ ସର୍ଚ୍ଚ କରିବା ଉଚିତ ନୁହେଁ । ତାହେଲେ ଆସନ୍ତୁ ଜାଣିବା କଣ ସେହି ତଥ୍ୟ ଯାହାକୁ କେବେ ବି ଆପଣ ଗୁଗଲରେ ସର୍ଚ୍ଚ କରିବା ଉଚିତ ନୁହେଁ ।

ଆତଙ୍କବାଦ ସହ ଜଡିତ ଯେ କୌଣସି ତଥ୍ୟ

Image result for how to make bomb search in google images

ଆପଣଙ୍କୁ ଗୁଗଲରେ ଆତଙ୍କବାଦ ସହ ଜଡିତ କୌଣସି ତଥ୍ୟ ସର୍ଚ୍ଚ କରିବା ଉଚିତ ନୁହେଁ । ଯେପରିକି ବମ ପ୍ରସ୍ତୁତ କରିବାର ଉପାୟ, ହତିଆର ସପ୍ଲାଇ ଇତ୍ୟାଦି । ଯେପରିକି ଆମେ ସମସ୍ତେ ଜାଣିଛେ ଯେ ସାରା ବିଶ୍ଵ ବର୍ତ୍ତମାନ ଆତଙ୍କବାଦକୁ ନେଇ ଚିନ୍ତିତ ଏବଂ ଅନେକ ଦେଶର ସରକାର ବର୍ତ୍ତମାନ ବିଶ୍ଵବ୍ୟାପୀ ଆତଙ୍କବାଦକୁ ରୋକିବା ପାଇଁ ଚେଷ୍ଟା ଚଳାଇଛନ୍ତି, ସେଥିପାଇଁ ସେମାନେ ଆତଙ୍କବାଦକୁ ନେଇ ଜଡିତ କିଛି ଶବ୍ଦର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ଏପରିସ୍ଥଳେ ଯଦି କେହି ସେ ଶବ୍ଦ ଗୁଡିକୁ କୌଣସି ସୋସିଆଲ ମିଡ଼ିଆ କିମ୍ବା ଗୁଗଲରେ ସର୍ଚ୍ଚ କରୁଛି ତାହେଲେ ତାର ଆଇପି ଟ୍ରାକ କରି ସେହି ଲୋକକୁ ଗିରଫ କରାଯିବାର ସଂଭାବନା ରହିଥାଏ । ଉଦାହରଣବଶତଃ, ଯଦି ଆପଣ କୌତୁହଳରେ କିମ୍ବା ଜାଣିବା ଉଦ୍ଦେଶ୍ୟରେ ଗୁଗଲରେ ଏପରି କିଛି ସର୍ଚ୍ଚ କରୁଛନ୍ତି ତାହେଲେ ଆପଣ ସୁରକ୍ଷା ଏଜେନ୍ସିର କଡା ନଜରରେ ରହିବେ । ସେଥିପାଇଁ ଏହି ପ୍ରକାର ସର୍ଚ୍ଚ ବା ସନ୍ଦିଗ୍ଧ ଗତିବିଧି ଠାରୁ ଆପଣଙ୍କୁ ଦୁରେଇ ରହିବା ଉଚିତ ।

ନାମ,ଠିକଣା,ଇମେଲ ଆଇଡି କିମ୍ବା ଫୋନ ନମ୍ବର

Image result for name,address or phone number search in google images

ଦିନେ IT ବା ଇନଫର୍ମେଶନ ଟେକ୍ନୋଲୋଜିର ସମୟ ଥିଲା, କିନ୍ତୁ ବର୍ତ୍ତମାନ DT ବା ଡାଟା ଟେକ୍ନୋଲୋଜୀର ସମୟ । ଆଜିର ଦିନରେ ଯାହା ପାଖରେ ସବୁଠାରୁ ଅଧିକ ଡାଟା ରହିଛି ସେ କମ୍ପାନୀ ସେତେ ଶକ୍ତିଶାଳୀ ଅଟେ । ସାଧାରଣତଃ ଲୋକମାନେ ଏପରି ଭୁଲ କରିଥାନ୍ତି ଯାହାକି ସେମାନଙ୍କୁ ଅଜାଣତରେ ବିପଦରେ ପକାଇଥାଏ । କିଛି ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ମନରେ ଏପରି ପ୍ରଶ୍ନ ଆସିଥାଏ କି ଯଦି ମୋର ନାମ, ଇମେଲ ଆଇଡି କିମ୍ବା ଫୋନ ନମ୍ବର ଗୁଗଲରେ ସର୍ଚ୍ଚ କରାଯାଏ ତାହେଲେ କଣ ଉତ୍ତର ଆସିବ ଓ ନିଜର ଉତ୍ତର ପାଇବା ଚକ୍କରରେ ସେମାନେ ଏହି ସବୁ ସମ୍ବେଦନଶୀଳ ତଥ୍ୟ ଗୁଗଲରେ ସର୍ଚ୍ଚ କରିଥାନ୍ତି । ମନେରଖନ୍ତୁ ଉତ୍ତର କିଛି ଆସୁ କି ନ ଆସୁ, କିନ୍ତୁ ଆପଣଙ୍କର ସମସ୍ତ ଡାଟା ଗୁଗଲ ପାଖରେ ସେଭ ହୋଇ ରହିଥାଏ ଏବଂ ଆପଣଙ୍କର ଏହି ଡାଟାର ବ୍ୟବହାର କେବେ ବି କୌଣସି ସ୍ଥାନରେ ହୋଇପାରେ । ସେଥିପାଇଁ କେବେବି ନିଜର ପର୍ସନାଲ ଡିଟେଲସ ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ, ଯେଉଁଥିପାଇଁ ଆପଣ କୌଣସି ସମୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା କ୍ୟାନସର ହୋଇଥାଏ 

Image result for cancer foods search in google images

 

ସାଧାରଣତଃ ଦୁଇ ପ୍ରକାର ଖାଦ୍ୟ ରହିଛି, ପ୍ରଥମତଃ ଏକ ଖାଦ୍ୟ ଯାହାକୁ ଖାଇବା ଦ୍ୱାରା କ୍ୟାନ୍ସର ହୋଇଥାଏ ଏବଂ ଦ୍ଵିତୀୟ ଖାଦ୍ୟ ଯାହାକୁ ଖାଇଲେ କ୍ୟାନ୍ସର ହୋଇନଥାଏ । ଏହା ଇଣ୍ଟରନେଟ ଅଟେ ଏଠାରେ ସବୁବେଳେ ସବୁ ତଥ୍ୟ ଠିକ ହୋଇନଥାଏ । ଇଣ୍ଟରନେଟ ଅନୁଯାୟୀ କ୍ୟାନସର ନାମକ କୌଣସି ରୋଗ ନାହିଁ ଏହା କେବଳ ଔଷଧ କମ୍ପାନୀ ମାନେ ନିଜ ଫାଇଦା ପାଇଁ ବ୍ୟବହାର କରିଥାନ୍ତି । ଏପରି ସ୍ଥଳେ ଯଦି ଆପଣ କ୍ୟାନ୍ସର କିପରି ହୋଇଥାଏ ତାହା ଗୁଗଲରେ ସର୍ଚ୍ଚ କରନ୍ତି ତା ହେଲେ ତାହା ଠିକ ତଥ୍ୟ ଦେବା ବଦଳରେ ଆପଣଙ୍କୁ ଭ୍ରମରେ ପକାଇଦେବ । ତେଣୁ ଭ୍ରମରେ ପଡି଼ବାଠୁ ଭଲ ଆପଣ ଏହାକୁ ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ଆପଣଙ୍କୁ ଲାଗିବ ଯେ ସବୁ ଖାଦ୍ୟରେ କ୍ୟାନସରର ଜୀବାଣୁ ଅଛନ୍ତି ।

ଗର୍ଭପାତ କିପରି କରାଯାଏ

Related image

ଆମ ଦେଶରେ ଗର୍ଭପାତ ଏକ ସମ୍ବେଦନଶୀଳ ଘଟଣା ଅଟେ । ବର୍ତ୍ତମାନ ସରକାର ସମ୍ପୂର୍ଣ ଭାବେ କନ୍ୟାଭ୍ରୂଣ ହତ୍ୟା ବନ୍ଦ କରିବା ଏବଂ ପୁଅ ଝିଅ ମଧ୍ୟରେ ଥିବା ଭେଦଭାବକୁ ହଟାଇବାରେ ଲାଗିପଡିଛନ୍ତି । ଏପରି ସ୍ଥଳେ ଯଦି ଆପଣ ଗୁଗଲରେ ଗର୍ଭପାତ କିପରି କରାଯାଏ ବୋଲି ସର୍ଚ୍ଚ କରନ୍ତି ତାହେଲେ ଏହା ଆପଣଙ୍କୁ ସମସ୍ୟାରେ ପକାଇପାରେ । ଯଦି ଆପଣଙ୍କର କିଛି ଏପରି ସମସ୍ୟା ରହିଛି ତାହେଲେ ଆପଣ ସିଧାସଳଖ ଭାବେ ଡାକ୍ତରଙ୍କ ସହ ପରାମର୍ଶ କରି ଆଇନସମ୍ବନ୍ଧୀୟ ଏହାର ସମାଧାନ ବାହାର କରନ୍ତୁ । ଏହା ବ୍ୟତୀତ ଆପଣ ଗୁଗଲରେ ଗର୍ଭପାତକୁ ନେଇ କିଛି ସର୍ଚ୍ଚ କରିବା ଦ୍ୱାରା ଏହା ଆପଣଙ୍କୁ ଭ୍ରମରେ ପକାଇ ପାରେ । ଯେପରିକି ଯଦି ଆପଣ ‘ପ୍ରାକୃତିକ ଉପାୟରେ ଗର୍ଭପାତ କିପରି କରାଯାଏ’ ସର୍ଚ୍ଚ କରନ୍ତି ତାହେଲେ ଏହା ଏପରି କୌଣସି ଖାଦ୍ୟ ଖାଇବାକୁ କହେ ଯାହାକି ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ । ସେଥିପାଇଁ ସତର୍କ ରୁହନ୍ତୁ ଏବଂ କେବେ ବି ଏପରି କିଛି ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ ।

ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ରୋଗର ଚିକିତ୍ସା ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ

भूलकर भी Google पर Search ना करें ये 10 बातें, मुसीबत में पड़ सकते हैं आप

କୁହାଯାଏ ଅଳ୍ପ ବିଦ୍ୟା ଭୟଙ୍କରୀ । କିଛିଲୋକ ଅଛନ୍ତି ଯେଉଁମାନେ ନିଜ ରୋଗର ଚିକିତ୍ସା ଗୁଗଲରେ ସର୍ଚ୍ଚ କରିଥାନ୍ତି ଏବଂ ଏହାର ଯାହାବି ଉତ୍ତର ଆସିଥାଏ ତାକୁ ଅନୁସରଣ କରିବା ଆରମ୍ଭ କରିଦେଇଥାନ୍ତି । ଯେପରିକି ଆମେ ପ୍ରଥମରୁ କହି ଆସିଛୁ ଯେ ଗୁଗଲରେ ସବୁବେଳେ ସତ ପ୍ରତିଶତ ସଠିକ ତଥ୍ୟ ଆସିନଥାଏ ଏବଂ ଏଠାରେ ଯାହାବି ଉତ୍ତର ଆସିଥାଏ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ବନ୍ଧୀୟ ହୋଇନଥାଏ । ଏହା ବ୍ୟତୀତ ସବୁବେଳେ ସବୁ ଔଷଧ ଆମ ଦେହରେ ଠିକଭାବେ କାର୍ଯ୍ୟ କରେ ନାହିଁ । କାରଣ କିଛି ଔଷଧର ସାଇଡ ଇଫେକ୍ଟ ମଧ୍ୟ ରହିଥାଏ ଯାହାକି ଆମ ଶରୀରକୁ ଗଭୀର ଭାବେ କ୍ଷତି ପହଂଚାଇଥାଏ । ଏହାଛଡା ଯଦି ଆପଣ ନିଜ ରୋଗର ଚିକିତ୍ସା ଗୁଗଲରେ ସର୍ଚ୍ଚ କରିବେ ତା ହେଲେ ଡାକ୍ତରମାନଙ୍କର ଆବଶ୍ୟକତା ଆଉ ରହିବ ନାହିଁ । ସେଥିପାଇଁ ନିଜ ପରିବାରର କିମ୍ବା ନିଜ ଶରୀରର କୌଣସି ରୋଗର ଚିକିତ୍ସା ପାଇଁ ଆପଣ ଗୁଗଲ ସର୍ଚ୍ଚ କରିବା ବଦଳରେ ଏକ ଭଲ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଚାଇଲଡ ପର୍ଣ୍ଣ ସର୍ଚ୍ଚ କରନ୍ତୁ ନାହିଁ

 

Image result for child porn search on google

ନିକଟରେ ଆମ ଦେଶର ସରକାର ପ୍ରାୟ ଅନେକ ପର୍ଣ୍ଣ ସାଇଟକୁ ବନ୍ଦ କରିଦେଇଛନ୍ତି । ଖାସକରି ଯେଉଁ ସାଇଟ ଗୁଡିକ ଶିଶୁ ମାନଙ୍କୁ ନେଇ ଜଡିତ । ବିଶେଷକରି ଏହି ସାଇଟ ଗୁଡିକରେ ଶିଶୁମାନେ ସମ୍ପୂର୍ଣ ଭାବେ ସାମିଲ ହୋଇଥାନ୍ତି । ଦେଶରେ ବଢୁଥିବା ଶିଶୁ ନିର୍ଯ୍ୟାତନା ଓ ଅପହରଣ ଏହି କାରଣରୁ ହୋଇଥାଏ । ଯଦି ଆପଣ ଅଭ୍ୟାସବଶତଃ ଏହାକୁ ଗୁଗଲରେ ସର୍ଚ୍ଚ କରୁଛନ୍ତି ତାହେଲେ ଏହାକୁ ଅପରାଧ ବୋଲି ମାନି ନିଆଯାଇଥାଏ ଏବଂ ଏଥିପାଇଁ କୌଣସି ସମୟରେ ବି ଆପଣଙ୍କୁ ଗିରଫ କରାଯାଇପାରେ । ଏହି ପ୍ରକାର ସର୍ଚ୍ଚରେ ଆପଣଙ୍କ ଆଇପି ଆଡ୍ରେସ ଟ୍ରାକ କରାଯାଇଥାଏ । ଏହା ବ୍ୟତୀତ ଆମ ଦେଶରେ ଏପରି ଅନେକ ଏଜେନ୍ସି ରହିଛି ଯାହାକି ଏହି ଭଳି କଣ୍ଟେଣ୍ଟକୁ ଯାଞ୍ଚ କରିଥାନ୍ତି।

ତେଣୁ ସାବଧାନ ହୋଇଯାଆନ୍ତୁ ଏବଂ ସତର୍କ ରୁହନ୍ତୁ କାରଣ ଏଭଳି ସର୍ଚ୍ଚ ପାଇଁ ଆପଣ କୌଣସି ସମୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.