ଡ୍ରାଇଭିଂ ଲାଇସେନ୍ସକୁ ନେଇ ସରକାରଙ୍କ ବଡ଼ ନିୟମ, ଏବେ ବିନା ଟେଷ୍ଟରେ ମିଳିବ ଡିଏଲ୍‌

ନୂଆଦିଲ୍ଲୀ : କେନ୍ଦ୍ରସରକାର ନୂଆ ଟ୍ରାନ୍ସପୋର୍ଟ ଆଣିବା ପରେ ବିନା ଲାଇସେନ୍ସରେ ଗାଡ଼ି ଚାଳନା ଏକ ବଡ଼ ଅପରାଧ ପାଲଟିଯାଇଛି । ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ଆପଣଙ୍କୁ ପଡ଼ିପାରେ ବଡ଼ ଜରିମାନା । ଖାଲି ସେତିକି ନୁହେଁ ଜେଲ ଦଣ୍ଡ ବି ହୋଇପାରେ । ତେଣୁ ଗାଡ଼ି ଚଳାଇବା ବେଳେ ଡାଇଭିଂ ଲାଇସେନ୍ସ(ଡିଏଲ୍‌) ଏକ ଜରୁରୀ ଦସ୍ତାବିଜ୍‌ ।

ଏହି ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଆର୍‌ଟିଓ ଅଫିସରେ ବହୁତ ଚକ୍କର କାଟିବାକୁ ପଡ଼ିଥାଏ । ଟେଷ୍ଟ ଦେବାକୁ ପଡିଥାଏ । ଏହି ସବୁ ପ୍ରକ୍ରିୟା ଦେଇ ଡିଏଲ୍‌ ପାଇବାକୁ ହେଲେ କାଠିକର ପାଠ ହୋଇଥାଏ । ମାତ୍ର ଏବେ ଡିଏଲ୍‌ ପାଇବା ପାଇଁ ସରକାର ନିୟମରେ କେତେକ ପରିବର୍ତ୍ତନ ଆଣିଛନ୍ତି । ଫଳରେ ଆପଣ ସହଜରେ ଡିଏଲ୍‌ ପାଇ ପାରିବେ । ଆସନ୍ତୁ ଜାଣିବା କ’ଣ ରହିଛି ସରକାରଙ୍କ ଏହି ନିୟମ ।

ଏବେ ଡ୍ରାଇଭିଂ ଟେଷ୍ଟ ଜରୁରୀ ନୁହେଁ :

ଡିଏଲ୍‌ ପାଇଁ ନିୟମରେ ସରକାର କିଛି ସଂଶୋଧନ କରିଛନ୍ତି । ନୂଆ ନିୟମ ମୁତାବକ ଏବେ ଆପଣଙ୍କୁ ଆର୍‌ଟିଓ ଯାଇ କୌଣସି ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ ନାହିଁ । କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏହି ନିମୟକୁ ନୋଟିଫାଏ କରିଦେଇଛନ୍ତି । ଏହି ନିମୟ ଏହି ମାସରୁ ଲାଗୁ ହେବ । ଫଳରେ ଆର୍‌ଟିଓ ଅଫିସରେ ଡିଏଲ୍‌ ପାଇଁ େଓ୍ଵଟିଂରେ ଥିବା କୋଟି କୋଟି ଲୋକଙ୍କୁ ଏବେ ସୁବିଧା ମିଳିବ ।

ଡ୍ରାଇଭିଂ ସ୍କୁଲ ଯାଇ ଟ୍ରେନିଂ ନେବାକୁ ହେବ :

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏବେ ଡିଏଲ୍‌ ପାଇଁ ଟେଷ୍ଟ ଦେବାକୁ ଯେଉଁମାନେ ଆରଟିଓ କ୍ୟୁରେ ଆଉ ଅପେକ୍ଷା କରନ୍ତୁ ନାହିଁ । ଏବେ କୌଣସି ମାନ୍ୟତାପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲକୁ ଯାଇ ଡିଏଲ୍‌ ପାଇଁ ରେଜିଷ୍ଟ୍ରେସନ୍‌ କରିପାରିବେ । ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ଟ୍ରେନିଂ ନେବାକୁ ହେବ । ସେଠାରୁ ପାସ ସାର୍ଟିଫିକେଟ ଆଣିଲେ ସେହି ଆଧାରରେ ପ୍ରାର୍ଥୀଙ୍କୁ ଡିଏଲ୍‌ ମିଳିବ ।

dl
p.c : zeenews.india.com

କ’ଣ କୁହେ ନୂଆ ନିୟମ :

ଟ୍ରେନିଂ ସେଣ୍ଟରକୁ ନେଇ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଗାଇଡଲାଇନ ରହିଛି ଏମିତି ।

୧. ଅଧିକୃତ ଏଜେନ୍ସି ଏହା ସୁନିଶ୍ଚିତ କରିବେ ଯେ ଟ୍ରେନିଂ ସେଣ୍ଟର ପାଇଁ ୨ ଚକିଆ, ୩ ଚକିଆ ଓ ହାଲକା ଯାନ ପାଇଁ ଟ୍ରେନିଂ ସେଣ୍ଟର ପାଖରେ ଅତି କମରେ ୧ ଏକର ଜମି ଥିବା ଦରକାର । ବଡ଼ ଯାନ ପାଇଁ ୨ ଏକର ଜମି ରହିବା ଆବଶ୍ୟକ ।

୨. ଟ୍ରେନର ଅତି କମରେ ୧୨ କ୍ଲାସ ପାସ ହେବା ଦରକାର । ତାଙ୍କର ଅତି କମରେ ୫ ବର୍ଷର ଡ୍ରାଇଭିଂ ଏକ୍ସପେରିଏନ୍ସ ରହିବା ଦରକାର ।

୩. ମନ୍ତ୍ରଣାଳୟ ପକ୍ଷରୁ ଏକ ପାଠ୍ୟକ୍ରମ ମଧ୍ୟ ତିଆରି କରାଯାଇଛି । ହାଲକା ଯାନ ପାଇଁ ପାଠ୍ୟକ୍ରମ ଅବଧି ଅତିବେଶୀରେ ୪ ସପ୍ତାହ ରହିବ । ଯାହା ୨୯ ଘଣ୍ଟା ଯାଏ ଚାଲିବ । ଏହି ପାଠ୍ୟକ୍ରମକୁ ଦୁଇ ଭାଗ ଯଥା ଥିଓରି ଓ ପ୍ରାଟିକାଲ ରହିବ ।

୪. ଲାଇସେନ୍ସ ନେ ବା ବ୍ୟକ୍ତି ଗାଁ ସଡ଼କ, ସହର ସଡ଼କ, ଜାତୀୟ ରାଜପଥ ସଡ଼କ, ଉଠାଣୀ ଓ ଗଡ଼ାଣୀ ଓ ପାର୍କିଂ ଓ ରିଭର୍ସିଂରେ ଗାଡ଼ି ଚଳାଇବାରେ ୨୧ ଘଣ୍ଟା ବିତାଇଥିବେ । ଥିଓରି ରେ ପୁରା ପାଠ୍ୟକ୍ରମରେ ୮ ଘଣ୍ଟା ସାମିଲ ହେବ । ଏଥିରେ ରାସ୍ତା ଶିଷ୍ଟାଚାର, ଟ୍ରାଫିକ ଶିକ୍ଷା,ରୋଡ ରେଜ, ଦୁର୍ଘଟଣାର କାରଣ ବୁଝିବା, ପ୍ରାଥମିକ ଚିକିତ୍ସା ଓ ଡ୍ରାଇଭିଂ ଇନ୍ଧନ ଦକ୍ଷତା ସମ୍ପର୍କରେ ବୁଝିବା ଆବଶ୍ୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.