ମୋବାଇଲରେ ଗେମ୍ ଖେଳିବା ପସନ୍ଦ କି ? ତେବେ ଏହି ସ୍ମାର୍ଟଫୋନ୍ ଗୁଡ଼ିକ ଖାସ ଆପଣଙ୍କ ପାଇଁ ….

ନୂଆଦିଳ୍ଲୀ : ଆଜିର ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ଦେଖିବାକୁ ମିଳେ ସ୍ମାର୍ଟଫୋନ୍।  କଣ ଆପଣଙ୍କୁ ମଧ୍ୟ ସ୍ମାର୍ଟଫୋନରେ ହାଇଗ୍ରାଫିକ୍ ଗେମ୍ ଖେଳିବା ପସନ୍ଦ ତେବେ ଆଜିର ଏହି ରିପୋର୍ଟ ଖାସ ଆପଣଙ୍କ ପାଇଁ। ଆଜି ଆମେ ଏପରି କିଛି ସ୍ମାର୍ଟଫୋନ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ବିନା କୌଣସି ବାଧାବିଘ୍ନରେ ଆପଣ ଘଣ୍ଟା ଘଣ୍ଟା ଧରି ଗେମ୍ ଖେଳିପାରିବେ। ଏହି ସ୍ମାର୍ଟଫୋନ ମାନଙ୍କର ଡ଼ିସପ୍ଳେରେ ଫାଷ୍ଟ କ୍ରିମ ରେଟ ମିଳିବା ସହ ହାଇ ଗ୍ରାଫିକ୍ସ ରହିଥାଏ ।ଏହା ଦ୍ବାରା ମୋବାଇଲରେ ଆପଣ ବହୁ ସ୍ମୁଥଲି ଗେମ୍ ଖେଳିପାରିବେ। ଏଣୁ ଯଦି ଆପଣ ଗେମ୍ ପ୍ରେମୀ ଏବଂ ମୋବାଇଲ କିଣିବା ବିଷୟରେ ଭାବୁଛନ୍ତି ତେବେ ଖବରଟି ଖାସ ଆପଣଙ୍କ ପାଇଁ।

galaxy-s9

ସାମସଙ୍ଗ ଏସ ୯ ପ୍ଲସ୍

ଏହି ମୋବାଇଲର ଡିସପ୍ଲେ  ୬.୨ ଇଞ୍ଚ ରହିଥିବା ବେଳେ ଏହା ସୁପର ଏମୋଲେଡ଼୍ ଡ଼ିସପ୍ଲେ ବିଶିଷ୍ଟ। ଏହାର ରାମ୍ ୬ଜିବି ରହିଥିବା ବେଳେ ଏଥିରେ ତିନୋଟି ୬୪,୧୨୮ ଏବଂ ୨୫୬ଜିବିର ମେମୋରୀ ଅପସନ ରହିଛି। ଏହାର ଅପରେଟିଂ ସିଷ୍ଟମ ଆଣ୍ଡ୍ରୋଏଡ଼ ୮.୦ ଓରିଓ ରହିଥିବା ବେଳେ ଏଥିରେ ୩୫୦୦ ଏମଏଏଚ୍ ବ୍ଯାଟେରୀ ରହିଛି।

one plus 6

ୱାନପ୍ଲସ୍  ୬

ଓ୍ବାନପ୍ଲସ ୬ର ଡିସପ୍ଲେ ୬.୨୮ ଇଞ୍ଚ ରହିଥିବା ବେଳେ ଏହାର ରିଜୋଲ୍ଯୁସନ୍ ରହିଛି ୨୨୮୦ X 1080 ପିକ୍ସଲ। ଏହାର ପ୍ରୋସେସର ପ୍ଳାଲକମ୍ ସ୍ନାପଡ଼୍ରାଗନ୍ ୮୪୫ ଅକ୍ଟାକୋର ରହିଥିବା ବେଳେ ମୋବାଇଲକୁ ୬ ଜିବି ଏବଂ ୮ଜିବି ରାମରେ ଉପଲବ୍ଧ କରାଯାଇଛି। ଏହାର ଷ୍ଟୋରେଜର ତିନୋଟି ଅପସନ ରହିଛି ଯଥା ୬୪, ୧୨୮ ଏବଂ ୨୫୬ ଜିବି ରହିଛି। ଏହାର ବ୍ଯାଟେରୀ ୩୩୦୦ ଏମଏଏଚ୍ ବ୍ଯାଟେରୀ ଦିଆଯାଇଛି।

iphone-

ଆପଲ ଆଇଫୋନ ଏକ୍ସ ଏବଂ ୮ପ୍ଲସ

ଏହି ସ୍ମାର୍ଟଫୋନ୍ ମାନଙ୍କର ଡ଼ିସପ୍ଲେ  ୫.୮ ଏବଂ ୫.୫ ଇଞ୍ଚ ବିଶିଷ୍ଟ ରହିଥିବା ବେଳେ ୩ଜିବି ରାମ୍ ବିଶିଷ୍ଟ ରହିଛି। ଏହାକୁ ୬୪/୨୫୬ ଜିବି ଏବଂ ୬୪ ଜିବି ଷ୍ଟୋରେଜରେ ଉପଲବ୍ଧ କରାଯାଇଛି। ଏହାର ବ୍ଯାଟେରୀ ୨୭୧୬ ଏମଏଏଚ୍ ରହିଥିବା ବେଳେ ଏହାର ବ୍ଯାକଅପ ବହୁ ଦମଦାର ରହିଛି।

Leave A Reply

Your email address will not be published.