ହ୍ବାଟସଆପ୍ ଏବଂ ଟେଲିଗ୍ରାମକୁ ଟକ୍କର ଦେବା ଆସିଲା Gmail, ଆଣିଲା ନୂଆ ଚାଟିଂ ଆପ୍

ଚାଟିଂ ପାଇଁ ଦୁନିଆରେ ସବୁଠାରୁ ଅଧିକ ବ୍ଯବହାର କରାଯାଉଛି Whatsapp। ହ୍ବାଟସଆପକୁ ଟକ୍କର ଦେବା ପାଇଁ ନିକଟରେ ଟେଲିଗ୍ରାମ ଚାଟିଂ ଫିଚର ଲଞ୍ଚ କରିଥିଲା। ଗୁଗଲ ପକ୍ଷରୁ ହ୍ବାଟସଆପ୍ ଏବଂ ଟେଲିଗ୍ରାମକୁ ଟକ୍କର ଦେବା ପାଇଁ ଜିମେଲ ଆପରେ ଶାନଦାର ଚାଟିଂ ଫିଚର ଆସିଛି। ଅର୍ଥାତ୍ ଜିମିଲେ ୟୁଜର ଆଣ୍ଡ୍ରଏଡ ଏବଂ iOS ଡିଭାଇସ ରେ ଗୁଗଲ ଚାଟ ଆପ ଇଣ୍ଟିଗ୍ରେଟ କରିପାରିବେ। ଜିମେଲ ୟୁଜର୍ସ ମେଲ ସହିତ ଭିଡିଓ କନଫରେନ୍ସିଂ ପାଇଁ ମିଟ୍ ଏବଂ ରୁମ ସପୋର୍ଟ ଦିଆଯାଇଛି।

ୟୁଜର୍ସ ଏବେ ଆପର ତଳ ଭାଗରେ ଚାରିଟି ଟ୍ଯାବ ମିଳିବ। ନୂଆ ଚାଟିଂ ଫିଚର ରୋଲଆଉଟ କରିବା ପରେ ଗୁଗଲ ତରଫରୁ Hangouts ଆପକୁ ବନ୍ଦ କରିଦିଆଯିବ। ଏପର୍ଯ୍ଯନ୍ତ ଜିମେଲ ୟୁଜର୍ସ Hangout ଜରିଆରେ ଚାଟିଂ କରିପାରୁଥିଲେ।

କେମିତି କରିବେ ବ୍ଯବହାର:

Google ର ନୂଆ ଚାଟିଂ ଫିଚରର ବ୍ଯବହାର କରିବା ପାଇଁ ୟୁଜର୍ସ ପ୍ରଥମେ ଜିମେଲ ଆପକୁ ଅପଡେଟ୍ କରିବାକୁ ହେବ।

ଏଥିପାଇଁ ଆଣ୍ଡ୍ରଏଡ ୟୁଜରକୁ ଗୁଗଲ ପ୍ଲେ ଷ୍ଟୋରରୁ iOS ୟୁଜର୍ସକୁ ଆପଲ ଆପ୍ ଷ୍ଟୋରେ ଭିଜିଟ କରିବାକୁ ହେବ।

ଆପ୍ ଅପଡେଟ୍ ହେବା ପରେ ୟୁଜର୍ସ ଜିମେଲ ଓପନ କରିବେ। ଯେଉଁଠାରେ ଆପଣଙ୍କୁ ଟପ୍ ଲେପ୍ଟ କୋଣରେ ସ୍କ୍ରିନରେ ସ୍ଯାଣ୍ଡବିଚ ବଟନରେ କ୍ଲିକ କରନ୍ତୁ। ଏଥିରେ ସାଉଣ୍ଡବାର ଅପସନ ଓପନ ହୋଇଯିବ।

ଏହାପରେ ସ୍କ୍ରଲ ଡାଉନ କରି ସେଟିଂ ଅପସନରେ ଯିବାକୁ ହେବ।

ଏଠାରେ ପର୍ସନାଲ ଆକାଉଣ୍ଟକୁ ସିକ୍ଟେ କରିବାକୁ ହେବ। ଚାଟ୍ ଅପସନ ଦେଖାଯିବ, ଆପଣ ତାହାକୁ ଏନାବେଲ କରିବାକୁ ହେବ।

ଏହାପରେ Gmailଆପକୁ ରିଷ୍ଟାର୍ଟ କରିଦିଅନ୍ତୁ। ତା’ ପରେ ଜିମେଲ ଆପକୁ ବଟମରେ ଚାଟିଂ ଅପସନ ନଜର ଆସିବେ। ୟୁଜର୍ସ ସହଜରେ ଚାଟିଂ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.