ବିନା କୌଣସି ନେଟୱର୍କ ଓ ସିମକାର୍ଡରେ ବି କାମ କରିପାରିବ ଏହି ଜିପିଏସ ଟ୍ରାକର

ଆପଣ ନିଶ୍ଚିତ ରୂପେ ଅନେକ ପ୍ରକାରର ଟ୍ରାକର ଦେଖିଥିବେ ଓ ଜାଣିଥିବେ । ସମସ୍ତ ଟ୍ରାକର ଗୁଡିକ କୌଣସି ନା କୌଣସି ନେଟୱର୍କ ଜରିଆରେ କାମ କରିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଟ୍ରାକର ବିଷୟରେ କହିବୁ ଯାହା ବିନା କୌଣସି ନେଟୱର୍କ ଓ ସିମ କାର୍ଡରେ ବି କାମ କରିପାରିବ । ଏହାବାଦ ଜିପିଏସ ରିୟଲ ଟାଇମ ଲୋକେସନ ବିଷୟରେ ବି ସୂଚନା ଦେଇଥାଏ । ତେବେ ଆସନ୍ତୁ ଜାଣିବା ସେସବୁ ବିଷୟରେ ।

-ଏହି ଜିପିଏସ ଟ୍ରାକରର ନାଁ ହେଉଛି GoFindMe । ଯାହା କି ବିନା ନେଟୱର୍କରେ ବି କାମ କରିବ । ଏହା ମାଧ୍ୟମରେ ବି ଆପଣ ନିଜ ସାଙ୍ଗ ସାଥୀଙ୍କୁ ବିନା ନେଟୱର୍କରେ ମେସେଜ କରିପାରିବେ । ଆଉ ସବୁଠୁ ଜରୁରୀ କଥା ହେଉଛି ବିନା କୌଣସି ସବସ୍କ୍ରିପସନରେ ବି ଏହା କାମ କରିପାରିବ ।

go find me

– GoFindMeରେ ଏମର୍ଜେନ୍ସି ବଟନ ଓ ମ୍ୟାପକୁ ରେକର୍ଡ କରିବା ପାଇଁ ମଧ୍ୟ ବ୍ୟବସ୍ଥା ଅଛି । ପାହାଡ ତଥା ଦୁର୍ଗମ ଅଞ୍ଚଳ ପାଇଁ ଏହି ଆପ ଏକ ସର୍ବୋତ୍କୃଷ୍ଟ ମାଧ୍ୟମ । ଥରେ ଚାର୍ଜ ହେଲେ ଏହା ୭୨ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରିବ ।

– ଏହି ଜିପିଏସ ଟ୍ରାକର ପ୍ରକୃତରେ ରେଡ଼ିଓ ଟେକ୍ନୋଲୋଜି ସାହାଯ୍ୟରେ ହିଁ କାମ କରିଥାଏ । ଏହା ଠିକ ସମୟରେ ଆପଣଙ୍କ ଲୋକେସନ ସମ୍ପର୍କରେ ସୂଚନା ଦେବା ସହ ଆପଣଙ୍କ ଠାରୁ ନିର୍ଦ୍ଦିଷ୍ଟ କୌଣସି ବ୍ୟକ୍ତି କେତେ ଦୂରତାରେ ଅଛନ୍ତି ସେବିଷୟରେ ବି ସୂଚନା ଦିଏ ।

– ଏହି ଟ୍ରକର ଜରିଆରେ ବିନା କୌଣସି ନେଟୱର୍କରେ ଭଏସ ବି ରେକର୍ଡିଙ୍ଗ କରି ପଠା ଯାଇପାରିବ । ଏହା ସମ୍ପୂର୍ଣ ରୁ ପେ ଇନ୍କ୍ରିପ୍ଟେଡ । ଆପଣଙ୍କ ମେସେଜ ସିକ୍ୟୁରିଟି ନେଇ ବିଶେଷ କିଛି ଅସୁବିଧା ହେବ ନାହିଁ । ଭାରତୀୟ ମୁଦ୍ରା ଅନୁସାରେ ଏହାର ମୂଲ୍ୟ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.