ହ୍ୱାଟ୍ସଆପ୍ ୟୁଜର୍ସଙ୍କ ଚିନ୍ତା ବଢ଼ାଇପାରେ ଗୁଗୁଲ୍, କରିବାକୁ ଯାଉଛି ବଡ଼ ପରିବର୍ତ୍ତନ

ହ୍ୱାଟ୍ସଆପ ୟୁଜର୍ସଙ୍କର ଟେନସନ୍ ବଢ଼ାଇବାକୁ ଯାଉଛି ଗୁଗୁଲ୍ । ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗୁଗଲ ଆଗାମୀ ଦିନରେ ହ୍ୱାଟ୍ସଆପ ଚାଟ୍ ବ୍ୟାକଅପ୍ ପାଇଁ ଉପଲବ୍ଧ ଫ୍ରୀ ଷ୍ଟୋରେଜକୁ ବନ୍ଦ କରିପାରେ। WABetaInfo ଅନୁଯାୟୀ, ହ୍ୱାଟ୍ସଆପ ଚାଟ୍ ଷ୍ଟୋର କରିବା ପାଇଁ ଉପଲବ୍ଧ ମାଗଣା ଅସୀମିତ ଯୋଜନାକୁ ଗୁଗୁଲ ବନ୍ଦ କରିବାକୁ ଯୋଜନା କରୁଛି। ଅସୀମିତ ପ୍ଲାନ ବନ୍ଦ କରିବା ସହିତ, ହ୍ୱାଟ୍ସଆପ ଚାଟ୍ ବ୍ୟାକଅପ୍ ପାଇଁ ଗୁଗୁଲ୍ ଏକ ନୂତନ ଲିମିଟେଡ଼ ପ୍ଲାନ ମଧ୍ୟ ଉପସ୍ଥାପନ କରିପାରିବ । ଆସନ୍ତୁ ଜାଣିବା ସବିଶେଷ ତଥ୍ୟ ।
WABetaInfoର ରିପୋର୍ଟ ଅନୁଯାୟୀ ଗୁଗୁଲ୍ ହ୍ୱାଟ୍ସଆପ ବ୍ୟାକଅପ୍ ମାଗଣା ରହିବ କିନ୍ତୁ ଏଥିପାଇଁ ୟୁଜର୍ସ ମାନେ ଏକ ସୀମିତ ପ୍ଲାନ ପାଇବେ। ଏହି ରିପୋର୍ଟରେ ନୂତନ ଷ୍ଟୋରେଜ୍ ପ୍ଲାନ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ । ଏହା ହୋଇପାରେ ଯେ ସୀମିତ ପ୍ଲାନର ଷ୍ଟୋରେଜ୍ ସରିଯିବା ପରେ ଉପଭୋକ୍ତାମାନଙ୍କୁ ଅତିରିକ୍ତ ଷ୍ଟୋରେଜ୍ ପାଇଁ କିଛି ଟଙ୍କା ଦେବାକୁ ପଡିପାରେ l ତଥାପି, ଏ ବିଷୟରେ ନିଶ୍ଚିତ ଭାବରେ କିଛି କୁହାଯାଇ ନାହିଁ ।
କିଛି ଦିନ ପୂର୍ବରୁ, WABetaInfo ର ଏକ ରିପୋର୍ଟରେ କୁହାଯାଇଛି ଯେ ହ୍ୱାଟ୍ସଆପ ଏହାର ଉପଭୋକ୍ତାମାନଙ୍କୁ ବ୍ୟାକଅପ୍ ଆକାର ପରିଚାଳନା କରିବାକୁ ଅନୁମତି ଦେଇପାରେ। WABetaInfo ବ୍ୟାକଅପ୍ ପରିଚାଳନା ପାଇଁ ହ୍ୱାଟ୍ସଆପ ଏକ ନୂତନ ବିଭାଗ ମଧ୍ୟ ଉପସ୍ଥାପନ କଲା, ଯାହା ସାହାଯ୍ୟରେ ଉପଭୋକ୍ତାମାନେ ବ୍ୟାକଅପ୍ କରିବାକୁ ଚାହୁଁନଥିବା ମିଡିଆ ଫାଇଲଗୁଡ଼ିକୁ ଏଡ଼ାଇ ପାରିବେ । ଏପରି ପରିସ୍ଥିତିରେ, ବର୍ତ୍ତମାନ ଗୁଗୁଲ ହ୍ୱାଟ୍ସଆପ ଚାଟ୍ ବ୍ୟାକଅପ୍ ର ଲିମିଟକୁ ସୀମିତ କରିବାକୁ ଯୋଜନା କରୁଛି, ଏଭଳି ପରିସ୍ଥିତିରେ ହ୍ୱାଟ୍ସଆପ ଚାଟ୍ ବ୍ୟାକଅପ୍ ଫିଚର ବ୍ୟବହାରକାରୀଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ।
ଗୁଗୁଲ ଗତ ବର୍ଷ ଗୁଗୁଲ୍ ଫଟୋ ସେଭ୍ କରିବାକୁ ଉପଲବ୍ଧ ଅସୀମିତ ଷ୍ଟୋରେଜ୍ ବନ୍ଦ କରିଦେଇଥିଲା । ସୂଚନାଯୋଗ୍ୟ ଯେ 2018 ରେ ଗୁଗୁଲ୍ ଏବଂ ହ୍ୱାଟ୍ସଆପ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ହ୍ୱାଟ୍ସଆପ ବ୍ୟାକଅପ୍ ଫୋନ୍ ନମ୍ବର ଏବଂ ଗୁଗୁଲ୍ ଆକାଉଣ୍ଟ୍ ସହିତ ଲିଙ୍କ୍ ହୋଇଛି ଯାହା ଉପରେ ଏହା ସୃଷ୍ଟି ହୋଇଛି । ଗୁଗୁଲ୍ ବ୍ୟାକଅପ୍ ପାଇଁ ନୂତନ ଯୋଜନା କେତେ ଦିନ ପ୍ରକାଶ କରିବ ସେ ସମ୍ବନ୍ଧରେ କୌଣସି ଅଫିସିଆଲ୍ ସୂଚନା ପ୍ରକାଶ କରାଯାଇ ନାହିଁ।