ଡ୍ରାଇଭିଂ ଲାଇସେନ୍ସ ହଜିଗଲେ ବ୍ୟସ୍ତ ହୁଅନ୍ତୁ ନାହିଁ, ଶୀଘ୍ର ବନିଯିବ ଡୁପ୍ଲିକେଟ ଡ୍ରାଇଭିଂ ଲାଇସେନ୍ସ , ଜାଣନ୍ତୁ ପ୍ରୋସେସ୍

ଡ୍ରାଇଭଂ ଲାଇସେନ୍ସ, ଆଧାରକାର୍ଡ, ପ୍ୟାନ୍ କାର୍ଡ ଓ ଭୋଟର ଆଇଡି କାର୍ଡ ଭଳି ଏକ ଡକ୍ୟୁମେଣ୍ଟ । ଏହାର ବ୍ୟବହାର ଆଡ୍ରେସ ସହ ପରିଚୟ ପାଇଁ ମଧ୍ୟ ଲାଗିଥାଏ । ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । ଯଦି ଆପଣଙ୍କ ଡିଏଲ୍ ହଜିଯାଏ ତେବେ ବ୍ୟସ୍ତ ହେବାର କାରଣ ନାହିଁ । ଘରେ ବସିକରି ଆପଣ ବିନା ଅସୁବିଧାରେ ଡିଏଲ୍ ପାଇ ପାରିବେ ।
ଆବେଦନ ପୂର୍ବରୁ କରନ୍ତୁ ଏହି କାମ :
ଯଦି ଆପଣଙ୍କ ଡିଏଲ ହଜିଯାଇଛି, ତେବେ ପ୍ରଥମେ ପୋଲିିସ ଷ୍ଟେସନରେ ଏଫଆଇଆର୍ କରନ୍ତୁ । କାରଣ ଡୁପ୍ଲିକେଟ ଡିଏଲ ଆବେଦନ କରିବା ବେଳେ ଏହି ଡକ୍ୟୁମେଣ୍ଟ ଆବଶ୍ୟକ ହୋଇଥାଏ । ଡିଏଲ୍ ଯଦି କଟିଯାଇଛି କିମ୍ବା ପୁରୁଣା ହୋଇଯାଇଛି ତେବେ ନୂଆ ଆବେଦନ କରିବା ବେଳେ ଏହାର କପି ଦେଖାଇବାକୁ ହେବ । ଏହାପରେ ଆପଣଙ୍କୁ ଡୁପ୍ଲିକେଟ ଡିଏଲ ଦିଆଯାଇ ପାରିବ ।
କେମିତି କରିବେ ଡୁପ୍ଲିକେଟ ଡିଏଲ୍ :
• ପ୍ରଥମେ ସଡକ ପରିବହନ ଅଧିକାରୀଙ୍କ େଓ୍ଵବସାଇଟକୁ ଯାଆନ୍ତୁ ।
• େଓ୍ଵବସାଇଟରେ ସବୁ ଡିଟେଲ୍ସ ଦେବା ପରେ ଏଲଏଲଡି ଫର୍ମ ଭରିବାକୁ ହେବ ।
• ଫର୍ମ ଭରିବା ପରେ ଏହାର ପ୍ରିଣ୍ଟ ଆଉଟ୍ ବାହାର କରିବାକୁ ହେବ । ଏଥିସହିତ ଜରୁରୀ ଡକ୍ୟୁମେଣ୍ଟ ଭରିବାକୁ ହେବ ।
• ଏବେ ଏହି ଫର୍ମକୁ ଆରଟିଓ ଅଫିସରେ ଜମା କରନ୍ତୁ
• ଏହି ପ୍ରକ୍ରିୟା ପୁରାହେବା ପରେ ଆପଣଙ୍କୁ ଡୁପ୍ଲିକେଟ ଡିଏଲ ମିଳିଯିବ ।
ଏହାଛଡା ଆରଟିଓ ଅଫିସକୁ ଯାଇ ମଧ୍ୟ ଫମ ଭରିପାରିବେ । ଆରଟିଓ ତରଫରୁ ଏକ ରସିଦ ଦିଆଯିବ ଯାହାକୁ ସମ୍ଭାଳିକରି ରଖିବାକୁ ହେବ । ଏହାକୁ ପରେ ଦେଖାଇ ଡିଏଲ ଆଣିପାରିବେ । ଏହି ରସିଦ ସାହାଯ୍ୟରେ ଡିଏଲ ଟ୍ରାକ ମଧ୍ୟ କରିପାରିବେ ।