ଆମାଜନରେ Hiuawei Y9s ର ବିକ୍ରୀ ଆରମ୍ଭ, ଜାଣନ୍ତୁ କଣ ରହିଛି ଖାସିୟତ୍

ହୁୱାଇର ନୂଆ ସ୍ମାର୍ଟପୋନ Huawei Y9s ଆମାଜନ୍ ଇଣ୍ଡିଆରେ ବିକ୍ରୀ ପାଇଁ ଉପଲବ୍ଧ ହୋଇସାରିଛି। ଏହି ଫୋନର ସର୍ଭିସ ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନରେ କରାଯିବ କିନ୍ତୁ କଣ୍ଟେନମେଣ୍ଟ ଜୋନରେ ବର୍ତ୍ତମାନ ଡେଲିଭରି କରାଯାଇପାରିବ ନାହିଁ। ସୂଚନା ମୁତାବକ ଏହି ଧେପାଦନ ଗତ ୧୨ ମେ ରେ ଭାରତରେ ଲଞ୍ଚ ହୋଇଥିଲା।

Hiuawei Y9s ର ମୂଲ୍ଯ ଏବଂ ଅଫର୍ସ

ଭାରତରେ Hiuawei Y9s ର ଦାମ ୧୯.୯୯୦ଟଙ୍କା ରହିଛି ଏବଂ ଏହି ଫୋନ କେବଳ 6GB ଏବଂ 128GB ଷ୍ଟୋରେଜ ସହ ପାଇପାରିବେ। ଯଦି ଆପଣ ଏହି ଫୋନ ଆମାଜନ ଜରିଆରେ କିଣି ପେମେଣ୍ଟ କରନ୍ତି ତେବେ ୧୦୦୦ଟଙ୍କା କ୍ଯାସ୍ ବ୍ଯାକ ପାଇପାରିବେ। ଏଥିପାଇଁ ଆପଣଙ୍କୁ ପ୍ରଥମେ ପେମେଣ୍ଟ କରିବାକୁ ପଡିବ ଏବଂ ଏହି ଅଫର୍ ଆସନ୍ତା ୨୫ ମେ ପର୍ଯ୍ଯନ୍ତ ରହିଛି।

Huawei_Y9sHiuawei Y9s ର ସ୍ପେସିଫିକେଶନ

Hiuawei Y9s ସ୍ମାର୍ଟଫୋନରେ ୬.୫୯ ଇଞ୍ଚର ପୁଳ ଏଚଡି ପ୍ଲସ ଡିସପ୍ଲେ ରହିଛି, ଯାହାର ରିଜଲ୍ଯୁସନ 1080×2340 ପିସ୍କଲ। ଏଥିସହ ଏହି ସ୍ମାର୍ଟଫୋନରେ ଆକ୍ଟା-କୋର କିରିନ 710F ପ୍ରୋସେସର ଦିଆଯାଇଛି। ସେହିଭଳି ଏହି ସ୍ମାର୍ଟଫୋନ ଆଣ୍ଡ୍ରୋଏଡରେ ପାଇ 9.0 ଆଧାରିତ EMUI 9.1 ଅପରେଟିଂ ସିଷ୍ଟମ ରହିଛି।

HuaweiHiuawei Y9s ର କ୍ଯାମେରା କଥା କହିବାକୁ ଗଲେ ୟୁଜର୍ସଙ୍କୁ ଏହି ସ୍ମାର୍ଟଫୋନରେ ଟ୍ରିପଲ ରିୟର କ୍ଯାମେରା ସେଟଅପ୍ ମିଳିବ, ଯେଉଁଥିରେ ୪୮ ମେଗାପିକ୍ସଲର ପ୍ରାଇମେରୀ ସେଂସର, ୮ମେଗାପିକ୍ସଲର ଅଲ୍ଟ୍ରା ୱାଇଡ ଆଙ୍ଗେଲ ଏବଂ ୨ ମେଗାପିକ୍ସଲର ଡେପ୍ଥ ସେଂସର ରହିଛି। ଏହାବ୍ଯତୀତ ଏହି ଫୋନରେ ୧୬ ମେଗାପିକ୍ସଲର ପପ୍-ଅପ୍ ସେଲ୍ଫି କ୍ଯାମେରା ଏବଂ ୪୦୦୦ଏମଏଏଚ୍ ର ବ୍ଯାଟେରୀ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.