ଅପେକ୍ଷାର ଅନ୍ତ : ଅକ୍ଟୋବର ୧ ରୁ ଦେଶରେ 5G ସେବାର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ, ନିବେଶ ହେବ ୩ ଲକ୍ଷ କୋଟି

ନୂଆଦିଲ୍ଲୀ : 5G ସେବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦେଶବାସୀ। ଅକ୍ଟୋବର ୧ରୁ ଦେଶରେ 5G ସେବାର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨ବର୍ଷରେ ସାରାଦେଶରେ 5G ସେବାକୁ ସଂପୂର୍ଣ୍ଣ ଭାବେ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏଥିପାଇଁ ୩ଲକ୍ଷ କୋଟି ଟଙ୍କା ନିବେଶ କରାଯିବ ବୋଲି ସେ କହିଛନ୍ତି। ଅକ୍ଟୋବର ୧ତାରିଖରେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ ମୋବାଇଲ କଂଗ୍ରେସରେ 5G ସେବାର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ।

ପ୍ରଥମ ପର୍ଯ୍ୟାୟରେ ୧୩ଟି ସହରରେ ସେବା ଆରମ୍ଭ । ଅହମ୍ମଦାବାଦ, ବେଙ୍ଗାଳୁରୁ, ଚଣ୍ଡିଗଡ, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲାକାତା ଓ ଲକ୍ଷ୍ନୌରେ ହାଇସ୍ପିଡ ଇଣ୍ଟରନେଟ ସେବା ଆରମ୍ଭ ହେବ। ଦେଶର ଅର୍ଥନୀତିକୁ 5G ବହୁ ଆଗକୁ ନେବ ବୋଲି ଏକ ରିପୋର୍ଟରେ କୁହାଯାଇଛି । 5G ସର୍ଭିସ ସୁପରଫାଷ୍ଟ ସ୍ପିଡ 4G ଠାରୁ ପ୍ରାୟ ୧୦ଗୁଣ ଅଧିକ ବେଗ। ୨୦୨୩ ରୁ ୨୦୪୦ ମଧ୍ୟରେ ଭାରତର ଅର୍ଥନୀତିକୁ ୩୬.୪ ଟ୍ରିଲିଅନ୍‌ ବା ୩୬ଲକ୍ଷ ୪୦ ହଜାର କୋଟି ଟଙ୍କା ଦେବ ବୋଲି ରିପୋର୍ଟରେ କୁହାଯାଇଛି।

ଏହା ଦ୍ୱାରା ବ୍ୟବସାୟ, ଉଦ୍ୟୋଗରେ ଅତିରିକ୍ତ ରାଜସ୍ୱ ଉତ୍ପନ୍ନ କରିବାର କ୍ଷମତା ସୃଷ୍ଟି ହେବା ସହ ନୂଆ ଯୁଗର ଆରମ୍ଭ ହେବ। 5G କ୍ଷମତା ଆଧାରିତ ସେବାକୁ ଲାଗୁ କରିବା ପାଇଁ ମିଡ୍‌ ଓ ହାଇ ବ୍ୟାଣ୍ଡ ସ୍ପେକ୍ଟ୍ରମର ଉପଯୋଗ କରାଯିବ । ଫାଇଭ୍‌ ଜି ଟେକ୍ନୋଲୋଜି ଦ୍ୱାରା ଭିଡିଓ ଷ୍ଟ୍ରିମିଂର ସ୍ପିଡ୍‌ ବଢିବ। ଅପଲୋଡ୍‌ ଓ ଡାଉନ୍‌ଲୋଡ୍‌ ଶୀଘ୍ର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.