ସାରା ଦୁନିଆରେ ଡାଉନ୍‌ ହେଲା ଇନ୍‌ଷ୍ଟାଗ୍ରାମ୍‌, ଆପଣ ବି ଆଜି ଭୋଗୁଛନ୍ତି କି ଏଭଳି ସମସ୍ୟା!

ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟରରେ ଇନ୍‌ଷ୍ଟାଗ୍ରାମ୍‌ ଡାଉନ୍‌ ହୋଇଥିବା ଖବର ଆଜି ଖୁବ୍‌ ଭାଇରାଲ ହେଉଛି। ୟୁଜର୍ସ ଲଗାତାର ଇନ୍‌ଷ୍ଟାଗ୍ରାମ୍‌ ଡାଉନ୍‌ ହୋଇଥିବା ନେଇ ଅଭିଯୋଗ କରୁଛନ୍ତି। ୟୁଜର୍ସଙ୍କ କହିବାନୁସାରେ, ଇନ୍‌ଷ୍ଟାଗ୍ରାମ୍‌ ଡାଉନ୍‌ ହେବା ଯୋଗୁ ସେମାନେ ଲଗ୍‌ ଇନ୍‌ କରିପାରୁନାହାନ୍ତି। ଏଭଳି ସ୍ଥିତିରେ ୟୁଜର୍ସଙ୍କୁ କୌଣସି ଅପ୍‌ଡେଟ୍‌କୁ ଲାଇଭ୍‌ କରିବା ପାଇଁ ସମସ୍ୟା ହେଉଛି। ଟ୍ଵିଟରରେ ଏ ନେଇ ଅନେକ ମିମ୍‌ସ ମଧ୍ୟ ଭାଇରାଲ ହେଉଛି।

ସୋସିଆଲ ମିଡିଆ ସାଇଟ୍ସ ଡାଉନ୍‌ ହୋଇଥିବା ନେଇ ରିପୋର୍ଟ ଦେଇଥିବା ୱେବ୍‌ସାଇଟ୍‌ Downdetector ରେ ମଧ୍ୟ Instagram Down ସହ ଜଡ଼ିତ ଅପଡେଟ୍‌ ସେୟାର କରାଯାଉଛି। ଏଠାରେ କେତେକ ୟୁଜର୍ସ ଅଭିଯୋଗ କରିଛନ୍ତି ଯେ ସେମାନେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଲଗ୍‌ ଇନ୍‌ କରିପାରୁନାହାନ୍ତି।

ରିପୋର୍ଟ ମୁତାବକ, Instagram Down ହେବା ସମସ୍ୟା ଆଜି ସକାଳ ୯ଟାରୁ ଆରମ୍ଭ ହୋଇଛି ଓ ଏହା ପରେ ୟୁଜର୍ସ ଅଭିଯୋଗ କରୁଛନ୍ତି। Downdetector  ରେ ସୂଚନା ଦିଆଯାଇଛି ଯେ ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ୍‌ ଡାଉନ୍‌ ହେବା ସମସ୍ୟା ବ୍ରିଟେନ୍‌ରେ ଦେଖାଯାଇଛି। ଭାରତ ଓ ଅନ୍ୟ ଦେଶରେ ଏଭଳି କୌଣସି ମାମଲା ଏବେ ଯାଏଁ ସାମ୍ନାକୁ ଆସି ନାହିଁ।

Downdetector ରେ ଅଭିଯୋଗ କରି ଜଣେ ୟୁଜର ଲେଖିଛନ୍ତି, ସେ ଦୀର୍ଘ ସମୟ ହେଲାଣି ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ଲଗ୍‌ ଇନ୍‌ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆକ୍ସେସ୍‌ କରିପାରୁନାହାନ୍ତି। ସେହିପରି ଆଉ ଜଣେ ୟୁଜରଙ୍କ କହିବାନୁସାରେ, ମୁଁ ମୋ ଇନ୍‌ଷ୍ଟାଗ୍ରାମ୍‌ ଆପ୍‌କୁ ଅପ୍‌ଡେଟ୍‌ ବି କରି ଦେଇଛି। ତଥାପି ଲଗ୍‌ ଇନ୍‌ କରିବା ସମ୍ଭବପର ହେଉ ନାହିଁ।

ସୂଚନାଯୋଗ୍ୟ ଯେ ଏବେ ଯାଏଁ କମ୍ପାନୀ ପକ୍ଷରୁ ଏ ନେଇ କୌଣସି ବୟାନ ଜାରି କରି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।


Also Read: ବର ବରଯାତ୍ରୀ ନେଇ ନ ଆସିବାରୁ ରାଗରେ ଥାନାରେ ପହଞ୍ଚିଗଲା କନ୍ୟା, କିନ୍ତୁ ସେଠି ଯାହା ଦେଖିଲା ପାଦ ତଳୁ ଖସିଗଲା ମାଟି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.