ମାର୍କେଟରେ ବିକ୍ରି ହେଉଛି ନକଲି ଆଇଫୋନ, ଆପଣ ବି କିଣିବା ସମୟରେ ସତର୍କ ରହି ଏସବୁ କଥା ଉପରେ ଧ୍ୟାନ ଦିଅନ୍ତୁ..

ଆଇଫୋନ ଏମିତି ଏକ ଫୋନ ଯାହା ସମସ୍ତଙ୍କ ପସନ୍ଦ। ଏହାକୁ କିଣିବାକୁ ଅନେକଙ୍କ ସ୍ୱପ୍ନ ଥାଏ। ତେବେ ବଜାରରେ ତ ଆପଣ ଆଇଫୋନର ଅନେକ ମଡେଲ ଦେଖିବାକୁ ପାଇବେ। ଯେଉଁଥିରେ ବଢ଼ିଆ ଫିଚର୍ସ ରହିଥାଏ। ଏହାକୁ କିଣିବା ପାଇଁ ପ୍ରତ୍ୟେକ ଆଇଫୋନ ୟୁଜର୍ସ ଖୁସି ଥାନ୍ତି। କିନ୍ତୁ କଣ ଆପଣ ଜାଣନ୍ତି କି ଆଇଫୋନ କିଣିବା ସମୟରେ ଅନେକ ସତର୍କ ନଥାନ୍ତି। କୁହାଯାଏ ମାର୍କେଟରେ ଯାହାର ଦାମ ଅଧିକା ତାର ଡୁପ୍ଲିକେଟ ମଧ୍ୟ ଆଭିଲେଭଲ ଥାଏ। ତାର ୟୁଜସର୍ଙ୍କୁ ଠକିବା ପାଇଁ। ତେଣୁ ପ୍ରତ୍ୟେକ ନିଜ ଜିନିଷ କିଣିବା ସମୟରେ ଯଥେଷ୍ଟ ସତର୍କ ରହିବା ପାଇଁ କୁହାଯାଏ।

ଏହି ଲିଷ୍ଟରେ ଆଇଫୋନ ମଧ୍ୟ ଆସୁଛି।ଆପଣ ଆଇଫୋନ ତ କିଣୁଛନ୍ତି ସତ କିନ୍ତୁ ଏହା ନକଲି କି ଅସଲି ଆପଣ ଜାଣି ପାରୁଛନ୍ତି କି? ଅନେକ ଅଛନ୍ତି ଯେଉଁମାନେ ଏହା ସମ୍ପର୍କରେ ଜାଣିନଥିବେ। ଏହାକରଣରୁ ସେମାନେ ଆଇଫୋନ କିଣନ୍ତି ସତ କିନ୍ତୁ ପରେ ଠକାମିରା ଶିକାର ହୁଅନ୍ତି।

ପ୍ରକୃତରେ ଅସଲି ଓ ନକଲି ଆଇଫୋନ ମଧ୍ୟରେ ଅନ୍ତର କରିବା ବହୁତ କଷ୍ଟ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁଏମିତି ଏକ ଟିପ୍ସ ସମ୍ପର୍କରେ କହିବୁ ଯାହାକୁ ମାନିଲା ପରେ ଆପଣ ଖୁବ ସହଜରେ ଅସଲି ଓ ନକଲି ଆଇଫୋନ ମଧ୍ୟରେ ପାର୍ଥକ୍ୟ ଜାଣିପାରିବେ।

ବଜାରରେ ଆଇଫୋନର କ୍ରେଜ ଅଧିକା କାରଣରୁ ଏହାର ଡିମାଣ୍ଡ ସହ ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏମିତିରେ ଅନେକ ଡୁପ୍ଲିକେଟ ମଧ୍ୟ ଏଥିରେ ରହିଛି। ଅନେକ ଏବେ ଅନଲାଇନ ମାଧ୍ୟମରେ ଫୋନକୁ କିଣୁଛନ୍ତି କିନ୍ତୁ ଅସୁବିଧା ସେତେବେେଳେ ହେଉଛି ଯେତେବେଳେ ପ୍ରଡକ୍ଟ ଘରେ ପହଞ୍ଚିଲା ପରେ ଜାଣି ପାରୁଛେ ଯେ ତାହା ନକଲି। ଏମିତି ଅନେକ ମାମଲା ସାମ୍ନାକୁ ଆସିଛି। ଆଜି ଆମେ ଏକ ଟିପ୍ସ କହିବୁ ଯାହାକୁ ନେଇ ଆପଣ ଆଇଫୋନର ଯାଞ୍ଚ କରିପାରିବେ।

IMEI:
ସମସ୍ତ ଫୋନରେ IMEI ନମ୍ବର ରହିଥାଏ। ଏଭଳି ଭାବେ ଆଇଫୋନରେ ମଧ୍ୟ IMEI ନମ୍ବର ରହିଥାଏ। ଏଠୁ ଆପଣ ଜାଣିପାରିବେ ଯେ ଫୋନ ଅସଲି କି ନକଲି।
-IMEI ନମ୍ବର ସର୍ଚ୍ଚ କରିବା ପାଇଁ ସେଟିଙ୍ଗସ୍‌ କୁ ଯାଆନ୍ତୁ। ପରେ ଜେନେରାଲ ସେଟିଂକୁ କ୍ଲିକ କରନ୍ତୁ।
-About ଅପସନରେ କ୍ଳିକ କରି ତଳକୁ ସ୍କ୍ରୋଲ କରନ୍ତୁ। ଯଦି ସେଠାରେ IMEI ନମ୍ବର ନାହିଁ ତେବେ ଜାଣନ୍ତୁ ଯେ ଆପଣଙ୍କ ଫୋନ ନକଲି।

Operating System:
ସ୍ମାର୍ଟଫୋନ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମରେ କାମକରେ। କିନ୍ତୁ ଆଇଫୋନ ଆଇଓଏସ୍‌ ରେ କାମ କରେ। ଏହା ଏକଦମ ଅଲଗା ମଧ୍ୟ ହୋଇଥାଏ। ଅନେକ ଫୋ ଆଇଫୋନ ଭଳି ଦେଖାଯାଏ କିନ୍ତୁ ଭିତରେ ଆଣ୍ଡ୍ରଏଡ ସିଷ୍ଟମ ଥାଏ।
-ଚେକ କରିବା ପାଇଁ ପ୍ରଥମେ ସେଟିଙ୍ଗସ୍‌ କୁ ଯାଆନ୍ତୁ।
-ସଫ୍ଟେଓ୍ଵୟାର ରେ ଟ୍ୟାପ କରନ୍ତୁ।
-ଆଇଓଏସ୍‌ ରେ ସଫାରୀ, ହେଲ୍ଥ ଓ ମୁଭି ଭଳି ଆପ୍ସ ଥାଏ।
-ଏହା ଥିଲେ ଜାଣିପାରିବେ ଫୋନ ଆପଣଙ୍କର ଅସଲି।

ଡୁପ୍ଲିକେଟ ଆଇଫୋନର ମଡେଲକୁ ଶସ୍ତା ମାଟେରିଆଲରେ ତିଆରି କରାଯାଏ। ଏମିତିରେ ଅସଲି ମଡେଲ ନକଲି ଠୁ ଅଲଗା ଥାଏ। ଏମିତିରେ ଆପଣ ଫୋନର ଡିଜାଇନକୁ ମାର୍କ କରିପାରିବେ। ନଚ୍‌, ଫ୍ରେମ ଓ କ୍ୟାମେରା ମଡ୍ୟୁଲ କୁ ମଧ୍ୟ ଧ୍ୟାନ ଦିଅନ୍ତୁ। ଆଇଫୋନ ଟାଇପ ସିପୋର୍ଟ ସହ ଆସେ ନାହିଁ। ଏମିତିରେ ଆପଣ ଚାର୍ଜର କୁ ମଧ୍ୟ ଚେକ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.