ଆଇଫୋନ୍ ରୋକିଲା ବନ୍ଧୁକ ଗୁଳି, ବଞ୍ଚାଇଲା ୟୁକ୍ରେନ ସୈନିକଙ୍କ ଜୀବନ

ବର୍ତ୍ତମାନ ଟେକ୍ନୋଲଜି ଏତେ ମାତ୍ରାରେ ଆଗେଇଲାଣି ଯେ ଏହା ମଣିଷର ଜୀବନ ରକ୍ଷା କରିବାରେ ମଧ୍ୟ ପଛ ଘୁଞ୍ଚା ଦେଇ ନାହିଁ, ଯାହାକି ଏକ ଭଲ ଟେକ୍ନୋଲଜି। ଅନେକ ଖବର ଆପଣ ଜାଣିଥିବେ ଯେଉଁଠାରେ ଆଇଫୋନ ହେଉ କିମ୍ବା ଆପଲ ସ୍ମାର୍ଟୱାଚ ଅନେକ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଛି। ତେବେ ବର୍ତ୍ତମାନ ମଧ୍ୟ ଆଇଫୋନ ୟୁକ୍ରେନ ରକ୍ଷା କରିଛି ୟୁକ୍ରେନ ସୈନିକଙ୍କ ଜୀବନ। ଆଇଫୋନ୍ 11 ପ୍ରୋ ଦ୍ୱାରା ବଞ୍ଚି ଯାଇଛନ୍ତି ସୈନିକ। ପୁଣି ଏହାର ବିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆପଣ ମଧ୍ୟ ଏହି ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ।

 

ୟୁକ୍ରେନ ସୈନିକଙ୍କ ଆଇଫୋନ୍ 11 ପ୍ରୋ ଦ୍ୱାରା ଗୁଳିରୁ ରକ୍ଷା ପାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରେଡ୍ଡିଟରେ ସେୟାର ହୋଇଥିବା ଏହି କ୍ଲିପରେ ଜଣେ ୟୁକ୍ରେନ ସୈନିକ ତାଙ୍କ ବ୍ୟାକପ୍ୟାକରୁ ଆଇଫୋନ୍ ବାହାର କରୁଥିବା ଦେଖାଯାଇଛି। ଭିଡିଓଟି ନଷ୍ଟ ହୋଇଥିବା ଫୋନ୍ ଉପରେ ଫୋକସ୍ କରିଛି, ଯାହା ଭିତରେ ବୁଲେଟ୍ ଗୁଳି ମଧ୍ୟ ରହିଥିବା ଦେଖା ଯାଉଛି। ୨୦୧୯ ର ଏହି ମଡେଲ୍ ଆଇଫୋନ୍ ଏକ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଭଳି କାମ କରିଛି, ଯାହା ସୈନିକଙ୍କ ଜୀବନ ରକ୍ଷା କରିଛି।
ଆପଣ ମଧ୍ୟ ଏହି ଭିଡିଓ ଉପରେ ନଜର ପକାନ୍ତୁ।

ଏହି ଭିଡ଼ିଓ ସେୟାର ହେବା ପରଠାରୁ, ଭିଡିଓଟି ୩୦୦୦ ରୁ ଅଧିକ ପସନ୍ଦ କରାଯାଇଛି ଏବଂ ଅନେକ ୟୁଜର୍ସ କମେଣ୍ଟ ମଧ୍ୟ ଦେଇଛନ୍ତି। ଅନେକ ଏହି ଆଇଫୋନକୁ ଡ଼ାକ୍ତର ବୋଲି କହୁଛନ୍ତି। କାରଣ ଏଥିରେ ଥିବା ଫିଚର୍ ମଧ୍ୟ ଜୀବନ ରକ୍ଷା କରିବାରେ ସାହାଯ୍ୟ କରୁଛି। ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଏହାରି ମଧ୍ୟରେ ୟୁକ୍ରେନର ଦକ୍ଷିଣ ସହର ନିକୋପୋଲ ଉପରେ ଗୁଳି ଚଳାଇଥିଲେ ଋଷ ସେନା। ଯାହା ଫଳରେ ୟୁକ୍ରେନର ଜଣେ ସୈନିକଙ୍କ ଛାତିରେ ଗୁଳି ବାଜିଥିଲା କିନ୍ତୁ ଆଇଫୋନ ଥିବାରୁ ତାଙ୍କ ଜୀବନ ରକ୍ଷା ପାଇଥିଲ। ତେବେ ଏହାର ଆହୁରି ମଧ୍ୟ ଭଲ ଫିଚର ରହିଛି ଯାହା ପାଇଁ ଏହି iPhone କୁ ଅନେକ ବ୍ୟକ୍ତି କିଣିବା ପାଇଁ ଇଛା ରଖୁଛନ୍ତି। କାରଣ ଏହା ମଣିଷ ଶରୀରେ ଥିବା ରୋଗ ବିଷୟରେ ମଧ୍ୟ ଅବଗତ କରୁଛି। ପୁଣି ବର୍ତ୍ତମାନ ନୂଆ ନୂଆ ହେଲ୍ଥ ଫିଚର ସହିତ ଆଇଫୋନ ମାର୍କେଟରେ ଲଞ୍ଚ କରାଯାଉଛି ଗ୍ରାହକଙ୍କ ପସନ୍ଦ ଅନୁଯାୟୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.