Jio ଲଞ୍ଚ୍‌ କଲା VoWifi Calling, ମାଗଣାରେ ଢେର୍‌ ସାରା କଥା ହୋଇପାରିବେ ଆପଣ, ଏମିତି କରନ୍ତୁ ବ୍ୟବହାର

Reliance Jio ନିଜ ଉପଭୋକ୍ତାମାନଙ୍କ ପାଇଁ ଭଏସ୍‌ ଓଭର ଓ୍ଵାଇଫାଇ କଲିଂ (VoWifi Calling) ସର୍ଭିସକୁ ଦେଶର ସବୁ ସର୍କଲରେ ଲଞ୍ଚ୍‌ କରିଛି। ଏବେ ଜିଓ ଗ୍ରାହକ ଏହି ସେବା ଅଧୀନରେ ଓ୍ଵାଇଫାଇ ନେଟ୍‌ଓ୍ଵାର୍କ ଜରିଆରେ ମାଗଣାରେ କଲିଂ କରିପାରିବେ। ୧୬ ଜାନୁୟାରୀ ସୁଦ୍ଧା ଏହା ପୂରା ଦେଶରେ ଆରମ୍ଭ କରି ଦିଆଯିବ। ୧୫୦ରୁ ଅଧିକ ସ୍ମାର୍ଟଫୋନ୍‌ରେ ଜିଓର ଏହି ସେବା ସପୋର୍ଟ କରିବ।

jio2

ଜିଓ VoWifi Callingର ଫାଇଦା

-ୟୁଜରମାନେ ଏହି ସେବାକୁ କୌଣସି ବି ଓ୍ଵାଇଫାଇ ନେଟ୍‌ଓ୍ଵାର୍କରୁ ବ୍ୟବହାର କରିପାରିବେ।

-ଜିଓ ୟୁଜର୍ସ ଏହି ସର୍ଭିସ୍‌ ଜରିଆରେ ଭିଡିଓ କଲ୍‌ ମଧ୍ୟ କରିପାରିବେ।

-ଜିଓ ୟୁଜର୍ସଙ୍କୁ ଏହି ସେବା ପାଇଁ କୌଣସି ପ୍ରକାର ଅତିରକ୍ତ ଚାର୍ଜ ଦେବାକୁ ପଡ଼ିବ ନାହିଁ।

jio4

VoWifi କ’ଣ?

VoWifi ଓ୍ଵାଇଫାଇ ଜରିଆରେ କାମ କରିଥାଏ। ଏହାକୁ ଭଏସ୍‌ ଓଭର୍‌ ଆଇପି ବା VoIP ମଧ୍ୟ କୁହାଯାଇଥାଏ। VoWifi ଜରିଆରେ ଆପଣ ହୋମ୍‌ ଓ୍ଵାଇଫାଇ, ପବ୍ଲିକ୍‌ ଓ୍ଵାଇଫାଇ ଏବଂ ଓ୍ଵାଇଫାଇ ହଟ୍‌ସ୍ପଟ ସାହାଯ୍ୟରେ କଲିଂ କରିପାରିବେ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ମୋବାଇଲ୍‌ରେ ନେଟ୍‌ଓ୍ଵାର୍କ ନାହିଁ, ତା’ହେଲେ ଆପଣ କୌଣସି ବି ଓ୍ଵାଇଫାଇ କିମ୍ବା ହଟ୍‌ସ୍ପଟ ନେଇ ଫୋନ୍‌ରେ ଆରାମରେ କଥା ହୋଇପାରିବେ। ଏହାର ସବୁଠାରୁ ବଡ଼ ଫାଇଦା ରୋମିଂରେ ହୋଇଥାଏ।

Wifiରେ ଫୋନ୍‌ରେ କେମିତି ହେବେ କଥା

ଯଦି ଆପଣଙ୍କୁ ଏବେ ବି VoWifi କଲିଂକୁ ବୁଝିବାରେ ସମସ୍ୟା ରହିଛି। ତା’ହେଲେ ଏଠି ଆମେ କହି ରଖୁଛୁ ଯେ ମୋବାଇଲ୍‌ ନେଟ୍‌ଓ୍ଵାର୍କ ବିନା କୌଣସି ଓ୍ଵାଇଫାଇ ଜରିଆରେ କଲିଂକୁ VoWifi କଲିଂ କୁହାଯାଇଥାଏ।

ji8

VoWifi ପାଇଁ ଏମିତି କରନ୍ତୁ ସେଟିଙ୍ଗ୍‌

ଆପଣଙ୍କ ସ୍ମାର୍ଟଫୋନ୍‌ Wifi କଲିଂକୁ ସପୋର୍ଟ କରୁଥିଲେ, ଆପଣ VoWifi କଲିଂ କରିପାରିବେ। ଏହାସହିତ ଆପଣଙ୍କ ଟେଲିକମ୍‌ ଅପରେଟର ମଧ୍ୟ VoWifiର ସୁବିଧା ଦେଉଥିବା ଜରୁରୀ। ଫୋନ୍‌ ସେଟିଙ୍ଗ୍‌ରେ ଆପଣ ନେଟ୍‌ଓ୍ଵାର୍କ ସେଟିଙ୍ଗ୍‌କୁ ଯାଇ ଏହାକୁ ଚେକ୍‌ କରିପାରିବେ। ଯଦି ସେଠାରେ ଓ୍ଵାଇଫାଇ ଅପ୍‌ଶନ ଦେଖାଯାଉଛି, ତା’ହେଲେ ଏଥିରୁ ଆପଣ VoWifi କଲିଂ କରିପାରିବେ। ବର୍ତ୍ତମାନ Samsung Galaxy Note 10 Plus, OnePlus 7Tରେ VoWifi କଲିଂର ସୁବିଧା ମିଳୁଛି।

Leave A Reply

Your email address will not be published.