ସ୍ମାର୍ଟଫୋନ୍‌ ନାହିଁ ତ ଠିକ୍‌ ଅଛି, ନିଜ କିପ୍ୟାଡ ଫୋନରୁ ଏପରି କରନ୍ତୁ କାହାକୁ ବି ଡିଜିଟାଲ ପେମେଣ୍ଟ

ସ୍ମାର୍ଟଫୋନ୍‌ ଏବଂ ଇଣ୍ଟରନେଟ୍‌ ଜରିଆରେ ତ ସମସ୍ତେ ଡିଜିଟାଲ ପେମେଣ୍ଟ କରୁଛନ୍ତି କିନ୍ତୁ ଯଦି ଆପଣଙ୍କ ପାଖରେ ଫିଚର ଫୋନ୍‌ ବା କିପ୍ୟାଡ ଫୋନ୍‌ ଅଛି ତାହେଲେ ମଧ୍ୟ ଆପଣ ଟଙ୍କା ଟ୍ରାନ୍ସଫର କରିପାରିବେ। କଣ ଆଶ୍ଚର୍ଯ୍ୟ ହୋଇଗଲେ ନା, ହଁ ଏହା ଆପଣଙ୍କୁ ଅଜବ ଲାଗୁଥାଇପାରେ, କିନ୍ତୁ ଯଦି ଆପଣ କିପ୍ୟାଡ ଫୋନ୍‌ ୟୁଜ୍‌ କରୁଛନ୍ତି ତାହେଲେ ଟଙ୍କା ଟ୍ରାନ୍ସଫର କରିବାକୁ ଆଦୌ ବି ବ୍ୟସ୍ତ ହୁଅନ୍ତୁନାହିଁ। ଆପଣ ନିଜ ଫିଚର ଫୋନ୍‌ ଜରିଆରେ ବି ଡିଜିଟାଲ ପେମେଣ୍ଟ କରିପାରିବେ। ଯଦି ଆପଣ ଭାବୁଛନ୍ତି କଣ ସତରେ ବିନା ଇଣ୍ଟରନେଟରେ କିପ୍ୟାଡ ଫୋନରେ ୟୁପିଆଇ ପେମେଣ୍ଟ କେମିତି ହେବ ତାହେଲେଆମର ଏ ଭିଡିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୨୦୧୨ରେ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍‌ ଇଣ୍ଡିଆ ୟୁଏସଏସଡି କୋଡ ଆଧାରିତ ମୋବାଇଲ ବ୍ୟାକିଙ୍ଗ ଆରମ୍ଭ କରିଥିଲା। ପ୍ରଥମେ ପ୍ରଥମେ ଏହାକୁ କେବଳ ଏମଟିଏନଏଲ ଏବଂ ବିଏସଏନଏଲ ଗ୍ରାହକଙ୍କ ପାଇଁ ଲଞ୍ଚ୍‌ କରାଯାଇଥିଲା। କିନ୍ତୁ ପରେ ୨୦୧୬ରେ ୟୁପିଆଇକୁ ଲଞ୍ଚ୍‌ କରାଗଲା ଏବଂ ଏହି ୟୁପିଆଇକୁ ଉଭୟ ସ୍ମାର୍ଟଫୋନ୍‌ ଓ ଫିଚର ଫୋନ ପାଇଁ ଉପଲବ୍ଧ କରାଗଲା। *99# ୟୁଏସଏସଡିକୁ ଲଞ୍ଚ୍‌ କରିବାର ମୂଳ ଉଦ୍ଦେଶ୍ୟ ଥିଲା ଫିଚର ବା କିପ୍ୟାଡ ଫୋନ ୟୂଜର୍ସଙ୍କ ପାଇଁ ଡିଜିଟାଲ ପେମେଣ୍ଟକୁ ଉପଲବ୍ଧ କରାଇବାର ଥିଲା। ଆଉ ଏବେ *99# USSD କୋଡ ସମସ୍ତ ଟେଲିକମ୍‌ କମ୍ପାନୀ ପାଇଁ ଉପଲବ୍ଧ ରହିଛି।

  • ସର୍ବପ୍ରଥମେ କୌଣସି ବି ମୋବାଇଲ (ସ୍ମାର୍ଟଫୋନ କିମ୍ବା ଫିଚର ଫୋନ)ରେ *99# ଡାଏଲ କରନ୍ତୁ।
  • ଏବେ ଆପଣଙ୍କ ସାମ୍ନାରେ ଏକ ମେନ୍ୟୁ ଆସିଯିବ ଯେଉଁଥିରେ ଆପଣଙ୍କୁ ନିଜର ବ୍ୟାଙ୍କର ନାମ କିମ୍ବା ନିଜ ବ୍ୟାଙ୍କର ଆଇଏଫଏସସି କୋଡର ପ୍ରଥମ ଚାରି ଅଙ୍କ କହିବାକୁ ହେବ।
  • ଏବେ ଆପଣଙ୍କ ସାମ୍ନାରେ ସେହି ସମସ୍ତ ବ୍ୟାଙ୍କ ଆକାଉଣ୍ଟର ଲିଷ୍ଟ ଆସିଯିବ ଯେଉଁଥିରେ ଆପଣଙ୍କ ମୋବାଇଲ ନମ୍ବର ରେଜିଷ୍ଟର୍ଡ ହୋଇଥିବ।
  • ଏବେ ଆପଣ ସେହି ବ୍ୟାଙ୍କ ଆକାଉଣ୍ଟକୁ ଦିଆଯାଇଥିବା ନମ୍ବର (୧,୨,୩…) ସହିତ ରିପ୍ଲାଏ ବାଛନ୍ତୁ ଏବଂ ରିପ୍ଲାଏ କରନ୍ତୁ।
  • ଏବେ ଆପଣଙ୍କୁ ନିଜ ବ୍ୟାଙ୍କର ଡେବିଟ୍‌ କାର୍ଡ ବା ଏଟିଏମ କାର୍ଡା ଶେଷ ୬ ଅଙ୍କ ଦବାଇବାକୁ ହେବ ଏବଂ ଏହାପରେ ସେଣ୍ଡ ଉପରେ କ୍ଲିକ କରିବାକୁ ହେବ।
  • ଏବେ ଡେବିଟ୍‌ କାର୍ଡର ଏକ୍ସପାୟାରୀ ଡେଟ୍‌ କହିବାକୁ ହେବ। ଏହାପରେ ଆପଣଙ୍କର ୟୁପିଆଇ ପିନ୍‌ ତିଆରି ହୋଇଯିବ।
  • ଏବେ ଆଉ ଥରେ ଆପଣଙ୍କୁ *99# ଡାଏଲ କରିବାକୁ ହେବ।
  • *99# ଡାଏଲ କରିବା ପରେ ଆପଣଙ୍କୁ ଅନେକ ବିକଳ୍ପ ମିଳିବ ଯେଉଁଥିବେର ସେଣ୍ଡ ମନି ଠାରୁ ନେଇ ଟ୍ରାନଜାକସନ୍‌ ପର୍ଯ୍ୟନ୍ତ ସମସ୍ତ ବିବରଣୀ ରହିଥିବ।
  • ଯଦି ଆପଣଙ୍କୁ କେବଳ ଟଙ୍କା ପଠାଇବାର ଅଛି ତାହେଲେ ୧ ଦବାଇ ରିପ୍ଲାଏ କରନ୍ତୁ।
  • ଏହାପରେ ଯାହାକୁ ଆପଣ ଟଙ୍କା ପଠାଇବାକୁ ଚାହୁଁଛନ୍ତି ତାଙ୍କର ବିବରଣୀ ଦିଅନ୍ତୁ।
  • ଏବେ ଫାଇନାଲ ପେମେଣ୍ଟ ପାଇଁ ପ୍ରଥମେ ଜେନେରେଟ କରିଥିବା ୟୁପିଆଇ ପିନ୍‌ ଦିଅନ୍ତୁ। ଏହାପରେ ପେମେଣ୍ଟ ହୋଇଯିବ।
  • ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ *99# କେବଳ ସେହି ମୋବାଇଲ ନମ୍ବରରେ କାମ କରିବ ଯେଉଁ ନମ୍ବର ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍‌ ହୋଇଥିବ। ୟୁପିଆଇ ପିନ୍‌ ଆପଣଙ୍କ ଡେବିଟ୍‌ କାର୍ଡ ବା
  • ଏଟିଏମ୍‌ କାର୍ଡର ଶେଷ ୬ ଅଙ୍କ ହିଁ ହୋଇଥିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.