ଭାରତରେ ଲଞ୍ଚ ହେଲା ସ୍ମାର୍ଟଫ୍ୟାନ, ୱାଇଫାଇ ସହିତ ଭଏସ ମାଧ୍ୟମରେ ବି କରିପାରିବେ କଣ୍ଟ୍ରୋଲ

Luxaire ଭାରତରେ ନିଜର ନୂଆ ଲକ୍ଜୁରୀ ଫ୍ୟାନ ଲଞ୍ଚ କରିଛି । Luxaireର ଏଇ ଫ୍ୟାନ କମ୍ପାନୀର ପ୍ରଥମ Internet of Things enabled (IoT) ଫ୍ୟାନ ଅଟେ । Luxaireର ଏହି ଫ୍ୟାନ ବ୍ରଶଲେସ ଡିସି ମୋଟର ଟେକନିକ ଠାରୁ ଲେସ ଅଟେ । ତେବେ ଏହି ପଙ୍ଖାର ମଡେଲର ନାମ ହେଉଛି IoT enabled Lux ​​5130 ।

ଏହି ସ୍ମାର୍ଟଫ୍ୟାନରେ କଣ ରହିଛି ସ୍ୱତନ୍ତ୍ରତା ?

ସାଧାରଣତଃ ପରମ୍ପରାଗତ ଫ୍ୟାନରେ ୩ଟି ଡେଣା ରହିଥିବା ବେଳେ ଏହି ଫ୍ୟାନରେ ରହିଛି ୪ଟି ଡେଣା । ଏହି ଫ୍ୟାନକୁ ଫୋନ ଏବଂ ରିମୋଟ ଦ୍ୱାରା କଣ୍ଟ୍ରୋଲ କରାଯାଇପାରିବ ଓ ଏଥିରେ ୱାଇଫାଇର ସପୋର୍ଟ ମଧ୍ୟ ଦିଆଯାଇଛି । ତାଛଡା ସବୁଠାରୁ ବଡ଼ କଥା ହେଲା ଏଥିରେ ରେଗୁଲେଟରର ଆବଶ୍ୟକତା ନାହିଁ ବରଂ ଏହି ପଙ୍ଖାରେ ଆମାଜନ ଆଲେକ୍ସାର ସପୋର୍ଟ ଦିଆଯାଇଛି । ତେବେ ଏହାକୁ ଭଏସ କମାଣ୍ଡ ଦ୍ୱାରା ମଧ୍ୟ କଣ୍ଟ୍ରୋଲ କରାଯାଇ ପାରିବ । ଯାହାଦ୍ୱାରା ଆପଣ କହିକି ଫ୍ୟାନର ସ୍ପିଡ଼ ଓ ମୋଡ଼କୁ ମଧ୍ୟ ବଦଳାଇ ଦେଇ ପାରିବେ ।

unveils IOT enabled Smart Ceiling Fan

ଆଲେକ୍ସା ବ୍ୟତୀତ ଏହି ଫ୍ୟାନରେ ଗୁଗଲ ଆସିଷ୍ଟାଣ୍ଟ ଓ ଆପ ସିରିର ମଧ୍ୟ ସପୋର୍ଟ ଦିଆଯାଇଛି । କାଠ ବ୍ଲେଡର ଏହି ଡିଜାଇନର ସିଲିଂ ଫ୍ୟାନରେ ଚମକଦାର ପ୍ରିମିୟମ ଫିନିସ ମଧ୍ୟ କରାଯାଇଛି । ଏହି ୪ଟି ବ୍ଲେଡ ଓ ଦୁଇ କଲର ବିଶିଷ୍ଟ ବ୍ୟାରିଏଣ୍ଟ ମେଟା ହ୍ୱାଇଟ ବ୍ଲେଡ ସହିତ ମେଟ ହ୍ୱାଇଟ ମୋଟର ଏବଂ ୱାଲନଟ କଲର ବ୍ଲେଡ ସହିତ ବ୍ଲାକ ମୋଟର ରହିଛି ।

ଏହି ପଙ୍ଖାର ଟପ ସ୍ପିଡ଼ ୨୧୮ RPM ରହିଛି ତେବେ ଏହି ପଙ୍ଖା ସହିତ ଲାଇଟ ମଧ୍ୟ ମିଳିବ ଯାହାକି ୨୦ୱାଟର ୱାର୍ମ ବାଇଟ ୩୦୦୦ର ଏଲଇଡ଼ି ଲାଇଟ ଅଟେ । ଏହି ଫ୍ୟାନର ୱାରେଣ୍ଟି ୧୦ ବର୍ଷ ବୋଲି ଦାବି କରାଯାଇଥିବା ବେଳେ ଏହା ବର୍ତ୍ତମାନ ବାଙ୍ଗାଲୁର, ହାଇଦ୍ରାବାଦ,କୋଚିର Luxaire ଶୋରୁମରେ ଉପଲବ୍ଧ । ତା ବ୍ୟତୀତ ଏହି ପଙ୍ଖାକୁ କମ୍ପାନୀର ୱେବସାଇଟରୁ ମଧ୍ୟ କିଣାଯାଇପାରିବ । ତେବେ ଏହାର ଦାମ ୧,୨୫,୦୦୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.