ମୋବଇଲ ନମ୍ବର ୧୦ ଡିଜିଟ ରହିବା ପଛରେ ଅଛି ଏହି କାରଣ

ଭାରତରେ ୧୦ ଅଙ୍କର ମୋବାଇଲ ନମ୍ବର ହେବା ପଛରେ ରହିଛି ଏନଏନପି। ଏବେ ଏହି ଏନ୍‌ଏପି କଣ । ସରକାରଙ୍କ ରାଷ୍ଟ୍ରୀୟ ନମ୍ବରିଂ ଯୋଜାନ ବା ଏନଏନପି । ଯଦି ମୋବାଇଲ ନମ୍ବର ଗୋଟିଏ ଡିଜିଟର ହେବ ତେବେ ତାହା ଶୂନରୁ ୯ ପର୍ଯ୍ୟନ୍ତ କେବଳ ୧୦ଟି ଭିନ୍ନ ଭିନ୍ନ ନମ୍ବର ହେବ। ଯାହା ପରେ ଏହି ୧୦ଟି ନମ୍ବରକୁ ମୋଟ ୧୦ଟି ଲୋକ ହିଁ ବ୍ୟବହାର କରି ପାରିବେ। ସେହିପରି ଦୁଇ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର କେବଳ ଶୂନରୁ ୯୯ କିମ୍ବା ୧୦୦ ପର୍ଯ୍ୟନ୍ତ ହୋଇ ପାରିବ। ଯାହାକୁ କେବଳ ୧୦୦ ଲୋକ ହିଁ ବ୍ୟବହାର କରିପାରିବେ।

ତେବେ ଦେଶର ଜନସଂଖ୍ୟା ହେଉଛି ୧୩୦ କୋଟିରୁ ଅଧିକ । ତା ଭିତରୁ କୋଟି କୋଟି ଲୋକ ମୋବାଇଲ୍‌ ଫୋନ୍‌ ବ୍ୟବହାର କରନ୍ତି । ପୁଣି ଅନେକ ଲୋକ ଏକାଧିକ ମୋବାଇଲ୍‌ ପାଖରେ ରଖନ୍ତି । ତେଣୁ ଏତେ ଲୋକଙ୍କୁ କେମିତି ଦିଆଯାଇ ପାରିବ ନମ୍ବର ସବୁ। ଯଦି ନଅଟି ସଂଖ୍ୟା ବିଶିଷ୍ଟ ମୋବାଇଲ ନମ୍ବର ବ୍ୟବହାର କରାଯିବ ତେବେ ଭିବଷ୍ୟତରେ ସମସ୍ତଙ୍କୁ ନମ୍ବର ଆଲର୍ଟ କରାଯାଇ ପାରିବ ନାହିଁ। ଆଉ ଯଦି ୧୦ ଡିଜିଟର ମୋବାଇଲ ନମ୍ବର ଦିଆଯାଏ ତେବେ ହିସାବ ଅନୁସାରେ ୧ ହଜାର କୋଟିର ଭିନ୍ନ ଭିନ୍ନ ନମ୍ବର କ୍ରିଏଟ ହୋଇପାରିବ। ଏହି କାରଣରୁ ମୋବାଇଲ ନମ୍ବରର ହାଇ ଡିମାଣ୍ଡକୁ ଧ୍ୟାନରେ ରଖି ୧୦ଡିଜିଟର ନମ୍ବର କରାଯାଇଛି।

traiii
pc: varindia

କିନ୍ତୁ ପୂର୍ବରୁ ୨୦୦୩ ମସିହା ପର୍ଯ୍ୟନ୍ତ ଦେଶରେ ୯ସଂଖ୍ୟାର ମୋବାଇଲ ନମ୍ବର ବ୍ୟବହାର ହେଉଥିଲା। ପରେ ଜନସଂଖ୍ୟା ବୃଦ୍ଧି କାରଣରୁ ଏହାର ଅଙ୍କ ୧୦କୁ ବଢ଼ାଗଲା। ଏହା ସହ ୧୫ ଜାନୁଆରୀ ୨୦୨୧ରେ ଭାରତୀୟ ଦୂରସଞ୍ଚାର ପ୍ରାଧିକରଣ ଲ୍ୟାଣ୍ଡଲାଇନରୁ ଫୋନ ଲଗାଇବା ସମୟରେ ନମ୍ବର ପୂର୍ବରୁ ଶୂନ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଫୋନ କରିବାର ନିୟମରେ ଏଭଳି ପରିବର୍ତ୍ତନ ପାଇଁ ଦୂର ସଞ୍ଚାର ବିଭାଗକୁ ମୋବାଇଲ ସେବା ପାଇଁ ୨୫୪.୪ କୋଟି ଅତିରିକ୍ତ ନମ୍ବର କ୍ରିଏଟ କରିବାର ସୁବିଧା ସୁଯୋଗ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.