ମେ ୨୩ରେ ଭାରତରେ ଲଞ୍ଚ କରିବ Nokiaର ବଜେଟ ସ୍ମାର୍ଟ ଫୋନ Nokia C32, ଚାରୋଟି ରଙ୍ଗରେ ହେବ ଉପଲବ୍ଧ

ଭାରତରେ ଲଞ୍ଜ ହେବାକୁ ଯାଉଛି Nokia C32 । ଏହା ଏକ ବଜେଟ ଦାମରେ ଦେଶରେ ଲଞ୍ଚ କରିବ । ଏହାସହ ଏହା ସି-ସିରିଜର ଏକ ଅପଗ୍ରେଡ ଫୋନ ହୋଇ ବଜାରକୁ ଆସିବାକୁ ଯାଉଛି । ଫୋନରେ ରହିଛି 6.5 ଇଞ୍ଚ ଏଚଡି ଆଇପିଏସ ଏଲସିଡି ସ୍କ୍ରିନ । ଏହି ଫୋନ ଭାରତରେ ମେ ୨୩ରେ ଲଞ୍ଚ ହେବ ।

କେନ୍ୟୁଜ୍‌(ବ୍ୟୁରୋ): ଚଳିତ ମାସ ଭାରତରେ ଲଞ୍ଜ ହେବାକୁ ଯାଉଛି Nokia C32 । ଗୋବ୍ଲାଲ ମାର୍କେଟରେ କିନ୍ତୁ ଏହି ଫୋନ ପୂର୍ବରୁ ଲଞ୍ଚ କରିସାରିଛି । ଏହା ଏକ ବଜେଟ ଦାମରେ ଦେଶରେ ଲଞ୍ଚ କରିବ । ଏହାସହ ଏହା ସି-ସିରିଜର ଏକ ଅପଗ୍ରେଡ ଫୋନ ହୋଇ ବଜାରକୁ ଆସିବାକୁ ଯାଉଛି । ଯଦି ଆପଣଙ୍କ ପସନ୍ଦର ବ୍ରାଣ୍ଡ Nokia ତେବେ ଆପଣ ଏହି ଫୋନକୁ କିଣି ପାରିବେ । ଏବେ ଆସନ୍ତୁ ଏହି ଫୋନର ସ୍ପେସିଫିକେସନ ଓ ଦାମ୍‌ ଉପରେ ନଜର ପକାଇବା ।

ଏହି ଫୋନରେ ରହିଛି 6.5 ଇଞ୍ଚ ଏଚଡି ଆଇପିଏସ ଏଲସିଡି ସ୍କ୍ରିନ । ଏହାସହ ଏହାର ରିଜୋଲୁସନ ରହିଛି 1600×720 ପିକ୍ସେଲ । ଏହି ଫୋନରେ Octa core UNISOC SC9863A1 ଚିପ ସେଟ ରହିଛି । ସେହିପରି ଏଥିରେ ଆଣ୍ଡ୍ରେଏଡ 13 ଅପରେଟିଂ ସିଷ୍ଟମ ବ୍ୟବହାର ହୋଇଛି । ଏହାର ଷ୍ଟୋରେଜ ଫାସିଲିଟିକୁ ଦେଖିଲେ ଏହି ଫୋନ ଦୁଇଟି ଭାରିଆଣ୍ଟରେ ବଜାରରେ ଉପଲବ୍ଧ ହେବ । 3ଜିବି RAM ସହ 64ଜିବି ଷ୍ଟୋରେଜ କାପାସିଟି ଓ 4ଜିବି RAM ସହ 128ଜିବି ଷ୍ଟୋରେଜ କାପାସିଟି ରହିଛି । ଏହାସହ ମାଇକ୍ରୋ ଏସଡି ସ୍ଲଟ ବ୍ୟବହାର କରି ଏହାର ଷ୍ଟୋରେଜ ମେମରିକୁ 256ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ବ୍ୟାଟେରି ବ୍ୟାକଅପ କଥା ଦେଖିଲେ ଏହି ଫୋନରେ 5000mAh ବ୍ୟାଟେରି ପାଇ ପାରିବେ । ଏହାସହ ୧୦ ଓ୍ଵାର୍ଟର ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିବ । ଏବେ ଏହାର କ୍ୟାମେରା ଫିଚର ଉପରେ ନଜର ପକାଇବା । ଏହାର ରିଅରରେ ଡୁଆଲ କ୍ୟାମେରା ସେଟଅପ ଦେଖିବାକୁ ପାଇବେ । ଏଥିରେ ଆପଣଙ୍କୁ 50 ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଦେଖିବାକୁ ମିଳିବ । ଏହାସହ 2 ମେଗାପିକ୍ସେଲ ସେକେଣ୍ଡାରୀ କ୍ୟାମେରା ପାଇ ପାରିବେ । ଏହାସହ ଏଥିରେ ଏଲଇଡି ଫ୍ଲାସ ଲାଇଟ ପାଇ ପାରିବେ । ସେହିପରି ଏହାର ଫ୍ରଣ୍ଟରେ 8 ମେଗାପିକ୍ସେଲ ସେଲଫି କ୍ୟାମେରା ପାଇ ପାରିବେ ।

କନେକ୍ଟିଭିଟି ଫିଚରକୁ ଦେଖିଲେ ଏଥିରେ ରହିଛି ବ୍ଲୁ-ତୁଥ 5.2, ହେଡଫୋନ ଜ୍ୟାକ ଓ ଟାଇପ-ସି ଚାର୍ଜିଂ ପୋର୍ଟ । ଏହାସହ ଏଥିରେ ସାଇଡ ମାଉନଟେଡ ଫିଙ୍ଗରପ୍ରିଣ୍ଟ ରିଡର ରହିଛି । ଏହି ଫୋନ ଭାରତରେ ମେ ୨୩ରେ ଲଞ୍ଚ ହୋଇପାରେ । ଏହା ଚାରିଟି ରଙ୍ଗରେ ବଜାରକୁ ଆସିବାକୁ ଯାଉଛି ଅଟମନ ଗ୍ରୀନ, ଚାରକୋଲ, ମିଣ୍ଟ ଓ ବିଚ ପିଙ୍କ । ତେବେ ଭାରତରେ ଏହାର ଦାମ ୧୦ ହଜାର ରହିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.