ଫାଟିଲା OnePlus Nord 2! ଫୋନରେ କଥାବାର୍ତ୍ତା ବେଳେ ଘଟିଲା ଅଘଟଣ; ୟୁଜର ଗୁରୁତର ଆହତ

OnePlus Nord 2 ସ୍ମାର୍ଟଫୋନ ବ୍ଲାଷ୍ଟ୍‍ ହୋଇଥିବା ନେଇ ଏକ ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ଫୋନ୍‌ କଲ୍‌ ବେଳେ OnePlus Nord 2 ସ୍ମାର୍ଟଫୋନ ହଠାତ୍‌ ବ୍ଲାଷ୍ଟ କରିଛି। ଏଥିରେ ୟୁଜର ଆହତ ମଧ୍ୟ ହୋଇଛନ୍ତି। ଟ୍ଵିଟରରେ ସେୟାର କରାଯାଇଥିବା ସୂଚନା ମୁତାବକ, OnePlus Nord 2 ବ୍ଲାଷ୍ଟ୍‍ କରିବା କାରଣରୁ ତାଙ୍କ ଭାଇଙ୍କ ହାତ ଏବଂ ମୁହଁର କିଛି ଭାଗରେ ଗଭୀର ଆଘାତ ଲାଗିଛି।

ଟ୍ଵିଟର ୟୁଜର ଫୋନର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଆପଣ ବ୍ଲାଷ୍ଟ୍‍ ହୋଇଥିବା ସ୍ମାର୍ଟଫାନକୁ ସ୍ପଷ୍ଟ ରୂପେ ଦେଖି ପାରିବେ। କିନ୍ତୁ ଏଥିରେ ସ୍ମାର୍ଟଫୋନକୁ ଚିହ୍ନିବା ହିଁ କଷ୍ଟକର। ତେବେ ବ୍ୟକ୍ତିଙ୍କ କହିବା ଅନୁସାରେ, ଏହା ହେଉଛି OnePlus Nord 2 ସ୍ମାର୍ଟଫୋନ। ଯେତେବେଳେ ତାଙ୍କ ଭାଇ ଫୋନରେ କଥା ହେଉଥିଲେ, ସେହି ସମୟରେ ହଠାତ୍‌ ଫୋନ୍‌ଟି ବ୍ଲାଷ୍ଟ୍‍ କରିଥିଲା।

ତେବେ ଏ ପର୍ଯ୍ୟନ୍ତ ଫୋନ ବ୍ଲାଷ୍ଟ୍‍ ହେବା ନେଇ କାରଣ ସ୍ପଷ୍ଟ ହୋଇନାହିଁ। ସେପଟେ କମ୍ପାନୀ ଏହି ମାମଲାରେ କୌଣସି ସୂଚନା ଜାରି କରି ନ ଥିବାବେଳେ କେବଳ ମାମଲାର ଯାଞ୍ଚ କରାଯାଉଥିବା କଥା କହିଛି। କହି ରଖୁଛୁ, OnePlus Nord 2 ବ୍ଲାଷ୍ଟ୍‍ ହେବାର ଏହା ପ୍ରଥମ ମାମଲା ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.