୧୬ରେ କୋ-ଓ୍ଵିନ୍‌ ଆପ୍‌ ଲଞ୍ଚ୍‌ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କରୋନା ଟିକାକରଣ ପାଇଁ କେମିତି କରିବେ ରେଜିଷ୍ଟ୍ରେସନ୍‌

କରୋନାକୁ ହରାଇବା ପାଇଁ ଜାନୁଆରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି ଟିକାକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୬ ତାରିଖ ସକାଳ ୧୧ଟା ବେଳେ ଏହି ଭ୍ୟାକ୍ସିନେସନ୍‌ ପ୍ରୋଗ୍ରାମ୍‌ ଆରମ୍ଭ କରିବେ। ଏ ଅବସରରେ ମୋଦି ଟିକାକରଣ ପାଇଁ ତିଆରି ହୋଇଥିବା କୋଓ୍ଵିନ୍‌ ଆପ୍‌କୁ ମଧ୍ୟ ଲଞ୍ଚ୍‌ କରିବେ। କୋଓ୍ଵିନ୍‌ ଆପ୍‌ରେ ପଞ୍ଜିକରଣ କରିବା ପରେ ହିଁ ଲୋକମାନେ ଟିକା ପାଇପାରିବେ।

କୋଓ୍ଵିନ୍‌ ଆପ୍‌ ଟିକାକରଣ ପ୍ରକିୟା, ପ୍ରଶାସନିକ କାର୍ଯ୍ୟକଳାପ, ଟିକାକରଣ କର୍ମୀଙ୍କ ପାଇଁ ଏକ ମଞ୍ଚ ଭଳି କାମ କରିବ। ଏଥିରେ ୫ଟି ମଡ୍ୟୁଲ ରହିଛି। ପ୍ରଥମ ପ୍ରଶାସନିକ ମଡ୍ୟୁଲ, ଦ୍ୱିତୀୟ ରେଜିଷ୍ଟ୍ରେସନ୍‌ ମଡ୍ୟୁଲ, ତୃତୀୟ ଭ୍ୟାକ୍‌ସିନେସନ୍‌ ମଡ୍ୟୁଲ, ଚତୁର୍ଥ ଲାଭାନ୍ଵିତ ସ୍ୱୀକୃତି ମଡ୍ୟୁଲ ଓ ପଞ୍ଚମ ରିପୋର୍ଟ ମଡ୍ୟୁଲ। ରେଜିଷ୍ଟ୍ରେସନ୍‌ କରୁଥିବା ବ୍ୟକ୍ତି କେଉଁ କାମ ପାଇଁ ରେଜିଷ୍ଟ୍ରେସନ୍‌ କରିବାକୁ ଚାହୁଁଛନ୍ତି, ଏହି ଅପ୍‌ସନ୍‌ରୁ ଚୟନ କରିପାରିବେ।

ଆସନ୍ତୁ ଜାଣିବା ଟିକାକରଣ ପାଇଁ କୋଓ୍ଵିନ୍‌ ଆପ୍‌ରେ କେମିତି କରିବେ ରେଜିଷ୍ଟ୍ରେସନ୍‌:

  • ପ୍ରଥମେ ପ୍ଲେ-ଷ୍ଟୋରରୁ କୋଓ୍ଵିନ୍‌ ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ। ଏହା ପରେ ସମସ୍ତ ଜରୁରୀ ସୂଚନା ଦେଇ ନିଜ ନାଁ ରେଜିଷ୍ଟ୍ରେସନ୍‌ କରିବାକୁ ହେବ।
  • ରେଜିଷ୍ଟ୍ରେସନ୍‌ ପାଇଁ ଆଧାର କାର୍ଡ, ପାନ୍‌ କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍ସ ଭଳି ପରିଚୟ ପତ୍ରର ଆବଶ୍ୟକତା ରହିଛି।
  • ନାଁ ରେଜିଷ୍ଟ୍ରେସନ୍‌ କରିବା ପରେ ଭେରିଫିକେସନ୍‌ ପାଇଁ ସମୟ ଓ ତାରିଖ ପାଇଁ ମଧ୍ୟ ଆପଣଙ୍କ ଠାରୁ ସୂଚନା ନିଆଯିବ।
  • ରେଜିଷ୍ଟ୍ରେସନ୍‌ କରିବା ପରେ ଆପ୍‌ରେ ଦିଆଯାଇଥିବା ଗାଇଡ୍‌ଲାଇନ୍ସ ନିଶ୍ଚୟ ପଢ଼ନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.