Below header

୧ ଜାନୁୟାରୀରୁ ଏହି ଲୋକଙ୍କୁ ଫ୍ରିରେ ମିଳିବ jio ସିମ୍, ୯୯ ଟଙ୍କାରେ ଅସୀମିତ ମଜା

ଯଦି ଆପଣ ମଧ୍ୟ ରେଲୱେରେ ନିଜର ସେବା ଦେଉଛନ୍ତି,ଆପଣଙ୍କ ପାଇଁ ନବବର୍ଷର ବହୁତ ବଡ ଖୁସି ଖବର, କାରଣ ୧ ଜାନୁୟାରୀ ୨୦୧୯ରୁ ଆପଣଙ୍କୁ ରିଲାଏନ୍ସ ଜିଓର ସେବା ମିଳିବ। ଏବେ ଭାରତୀୟ ରେଲୱେର ସବୁ କର୍ମଚାରୀ ମାନଙ୍କୁ ଜିଓର କନେକସନ ମିଳିବ। ଜିଓ ସହିତ ରେଲୱେର ବୁଝାମଣାର ଫାଇଦା ଏହା ହେବ ଯେ ରେଲୱେର ଫୋନର ବିଲ୍ ପ୍ରାୟ ୩୫ ପ୍ରତିଶତ କମ୍ ଆସିବ।

ରେଳୱେ ବୋର୍ଡ ଅନୁଯାୟୀ ରେଲଟେଲ (ରେଳ କ୍ଷେତ୍ରର ସାର୍ବଜନିକ ଉପକ୍ରମ) କୁ ଭାରତୀୟ ରେଳ ପାଇଁ ନୂଆ ସିୟୁଜି ଯୋଜନାକୁ ଶେଷ ରୂପ ଦେବା ପାଇଁ ଦାୟିତ୍ବ ନେଇଛି। ଜିଓ ସହିତ ରେଳୱେର ସାଲିସ ହିସାବରେ ରେଲୱେର କର୍ମଚାରୀ ମାନନଙ୍କୁ ଜିଓର କନେକସନ ମିଳିବ ଏବଂ ସବୁ ମାସ ହାଇ-ସ୍ପିଡ ଡାଟା ସହିତ ଅନଲିମିଟେଡ କଲିଙ୍ଗ୍ ମିଳିବ।

railtel୩୧ ଡିସେମ୍ବର ୨୦୧୮ ପର‌୍ୟ୍ୟନ୍ତ ଭାରତୀୟ ରେଲୱେ ଭାରତୀ ଏୟାରଟେଲରୁ ନିଜର ସେବା ନେଉଥିଲେ। ଗତ ଛଅ ବର୍ଷ ହେବ ରେଲୱେର ଟେଲିକମ୍ ପାର୍ଟନର ଏୟାରଟେଲ ଥିଲା। ଭାରତୀୟ ରେଲୱେ ନିଜର କର୍ମଚାରୀଙ୍କୁ ପ୍ରାୟ ୧.୯୫ ଲକ୍ଷ ମୋବାଇଲ କନେକସନ ଦେଇଛି ଏବଂ ସବୁ ବର୍ଷ ରେଲୱେକୁ ପ୍ରାୟ ୧୦୦ ଟଙ୍କାର ଫୋନ ବିଲ୍ ହିସାବରେ ଦେବାକୁ ପଡିଥାଏ।

ଏହି ଯୋଜନାରେ ଜିଓ ରେଲୱେକୁ ଚାରିଟି ପ୍ଲାନ ଉପଲବ୍ଧ କରେଇବ। ରେଲୱେର ବରିଷ୍ଠ ଅଧିକାରୀ (ଦୁଇ ପ୍ରତିଶତ)ଙ୍କୁ ୧୨୫ ଟଙ୍କାର ମାସିକ ଶୁଳ୍କ ପ୍ଲାନ ମିଳିବ ଯେଉଁଥିରେ ୬୦ ଜିବି ଡାଟା ମିଳିବ ଏବଂ ଏହା ସହିତ ଅନଲିମିଟେଡ କଲିଙ୍ଗ୍ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.