Metaର ନୂଆ ଇଣ୍ଡିଆ ହେଡ୍‌ ହେଲେ ସନ୍ଧ୍ୟା ଦେବନାଥନ୍‌; ୨ ଦିନ ତଳେ ଇସ୍ତଫା ଦେଇଥିଲେ ପବ୍ଲିକ ପଲିସି ଡାଇରେକ୍ଟର ରାଜୀବ ଅଗ୍ରଓ୍ଵାଲ

ଫେସ୍‌ବୁକର ମୂଳ କମ୍ପାନୀ ମେଟା ସନ୍ଧ୍ୟା ଦେବନାଥନଙ୍କୁ ଇଣ୍ଡିଆ ହେଡ୍‌ର ପୋଷ୍ଟ ପାଇଁ ନିଯୁକ୍ତ କରିଛି। କହି ରଖୁଛୁ, ଦେବନାଥନ ୨୨ ବର୍ଷର ଅନୁଭବ ସହିତ ବ୍ୟାଙ୍କିଙ୍ଗ୍‌, ପେମେଣ୍ଟ ଏବଂ ଟେକ୍ନୋଲୋଜି ସେକ୍ଟରରେ କାମ କରି ସାରିଛନ୍ତି। ସେ ଜଣେ ଗ୍ଲୋବାଲ ବିଜେନେସ୍‌ ଲିଡର। ବର୍ଷ ୨୦୦୦ରେ ଦେବନାଥନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ‘ଫାକଲ୍ଟି ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌’ରୁ ଏମ୍‌ବିଏ ପୂରା କରିଛନ୍ତି, ଯାହାକି ତାଙ୍କ ଲିଙ୍କ୍‌ଡଇନ ପ୍ରୋଫାଇଲରେ ଉଲ୍ଲେଖ ରହିଛି।

କହି ରଖୁଛୁ, ୨ ଦିନ ତଳେ WhatsApp ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ METAରୁ ଦୁଇଜଣ ଇସ୍ତଫା ଦେଇଥିଲେ। WhatsApp ଇଣ୍ଡିଆର ମୁଖ୍ୟ ଅଭିଜିତ୍‌ ବୋଷ ଇସ୍ତଫା ଦେଇଥିବା ବେଳେ Meta Indiaର ପବ୍ଲିକ ପଲିସି ଡାଇରେକ୍ଟର ରାଜୀବ ଅଗ୍ରଓ୍ଵାଲ ମଧ୍ୟ ନିଜ ପଦ ଛାଡ଼ିଥିଲେ। ଏ ନେଇ କମ୍ପାନୀ ନିଜ ଅଫିସିଆଲ ବୟାନ ମାଧ୍ୟମରେ ସୂଚନା ଦେଇଥିଲା।

WhatsAppର ମୁଖ୍ୟ Will Cathcart ପ୍ରେସ୍‌ ନୋଟ୍‌ ଜାରି କରି ଏ ନେଇ ସୂଚନା ଦେଇଥିଲେ। ସେ କହିଥିଲେ କି, ଶିବ ଠୁକରାଲଙ୍କୁ ମେଟାର ପବ୍ଲିକ ପଲିସି ଡାଇରେକ୍ଟର ନିଯୁକ୍ତ କରାଯାଇଛି। ସେ ଏ ପର୍ଯ୍ୟନ୍ତ କେବଳ WhatsApp ଇଣ୍ଡିଆର ପବ୍ଲିକ ପଲିସି ଡାଇରେକ୍ଟର ଥିଲେ। କିନ୍ତୁ ଏବେ ମେଟା ଇଣ୍ଡିଆର ପବ୍ଲିକ ପଲିସି ଡାଇରେକ୍ଟର ହେବା ପରେ ସେ ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ ଏବଂ ହ୍ଵାଟସ୍‌ଆପ, ଏହି ତିନୋଟିର ପ୍ରମୁଖ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.