ଏବେ ସିମ କାର୍ଡର ଆବଶ୍ୟକତା ନାହିଁ, ବିନା ସିମ କାର୍ଡରେ ଫୋନ ବ୍ୟବହାର କରି ପାଇବେ ସବୁ ସୁବିଧା

କେମିତି ହେବ ଯଦି ଆପଣ ବିନା ସିମ୍‌ କାର୍ଡରେ ମୋବାଇଲ ଫୋନକୁ ବ୍ୟବହାର କରିବେ? ଏହାକୁ ଶୁଣିଲେ ହିଁ ଜଣେ ଆଶ୍ଚର୍ଯ୍ୟ ହୋଇଯିବ ନିଶ୍ଚୟ। କାରଣ ଗୋଟିଏ ମୋବାଇଲ ଫୋନ ସିମ କାର୍ଡ ବିନା ଅଧୁରା ହୋଇଥାଏ। ସିମ କାର୍ଡ ବିନା ଜଣେ ଫୋନ ବ୍ୟବହାର କରିପାରିବ ସତ । କିନ୍ତୁ ତାର ଫାଇଦା ବେଶି ମିଳିବ ନାହିଁ। କାରଣ ବେନିଫିଟ୍ସ କୁ ଧ୍ୟାନ ଦେଲେ ଇଣ୍ଟରନେଟ ସୁିବଧା କୁ ବୁଝାଏ। ଯାହାକି ସିମ କାର୍ଡ ବିନା ସମ୍ଭବ ନୁହେଁ। ହଁ ବ୍ରଡବ୍ୟାଣ୍ଡ କଥା ସାମ୍ନାକୁ ଆସିଲେ ଯଦି ଆମ ଓ୍ଵାଇଫାଇ କଥା କହିବା ତେବେ ଏହା କେବଳ ନିର୍ଦ୍ଦିଷ୍ଟ ଏରିଆ ଭିତରେ କାମ କରିଥାଏ। ତା ବାଦ ଆମକୁ ୍ରଅନ୍ୟ କୌଣସି ସୁ ବିଧା ମିଳେ ନାହିଁ।

ମୁଖ୍ୟତଃ ଫୋନକୁ ଆମେ କଥା ହେବା ପାଇଁ ବ୍ୟବହାର କରିଥାଉ। ତେବେ ଯଦି ସିମ କାର୍ଡ ନଥିବ ତାହାଲେ ଆମେ କଲ ହିଁ କରିପାରିବା ନାହିଁ। ଏସବୁ କୁ ଧ୍ୟାନ ଦେଲେ ସିମ କାର୍ଡର ଗୁରୁତ୍ୱ ଅଧିକ ବୋଲି ଜଣାପଡ଼ିଛି। ଏବେ କିନ୍ତୁ ଏକ ଖବର ଭାଇରାଲ ହେଉଛି। ବିନା ସିମ କାର୍ଡରେ ଚାଲିବ ଫୋନ।

ଭାରତରେ ଯେତେ ବି ସ୍ମାର୍ଟଫୋନ ବ୍ୟବହାର ହେଉଛି ସେଥିରେ ଆପଣଙ୍କ ୁ ଏକ ଫିଜିକାଲ ସିମ ଦେଖିବାକୁ ମିଳିବ। ଫିଜିକାଲ ସିମ କାର୍ଡ ପାଇଁ ସବୁ ଫୋନରେ ଏକ ସିମ ସ୍ଲଟ ରଖାଯାଇଥାଏ। କିନ୍ତୁ ଆସନ୍ତା ସମୟରେ ବିନା ସିମ ରେ ଫୋନ ବ୍ୟବହାରକୁ ନେଇ ଚର୍ଚ୍ଚା ଲାଗିଛି। ଅନେକ କମ୍ପାନୀ ଏହାକୁ ନେଇ ଯୋଜନା ଚଲାଇଛନ୍ତି।

ଯଦି ଆପଣ ଭାବୁଥାନ୍ତି ଯେ ସିମ କାର୍ଡ ଫୋନରେ ଲଗାଇବାକୁ ପଡ଼ିବ ନାହିଁ ତେବେ ଏମିିତି ନୁହେଁ, ପ୍ରକୃତରେ ଏକଥା ଉଠୁଛି ଫିଜିକାଲ ସିମ କାର୍ଡକୁ ନେଇ। ଆଗାମୀ ଦିନରେ ଫିଜିକାଲ ସିମ ବ୍ୟବହାର ହେବ ନାହିଁ। ଏହାବଦଳରେ ଇ ସିମ ର ବ୍ୟବହାର କରାଯିବ। ଆଇଫୋନରେ ଏବେ ଏହି ସର୍ଭିସ ଦେଖିବାକୁ ମିଳୁଛି। ଆଉ ଏବେ ଗୁଗଲ ନିଜ ପିକ୍ସଲ ୭ ସିରିଜ ସ୍ମାର୍ଟଫୋନ ରେ ଇ ସିମ ର ଫିଚର ଅଫର କରୁଛି। ଯାହାପରେ ଆପଣଙ୍କୁ ସ୍ମାର୍ଟଫୋନରେ ସିମ କାର୍ଡ ଲଗାଇବାର ଆବଶ୍ୟକତା ପଡ଼ିବ ନାହିଁ।

ଇ ସିମ ପାଇବାର ପ୍ରୋସେସ ଖୁବ ସହଜ। ଏମିତିରେ କିଛି ମିନିଟରେ ଆପଣ ଇସିମ ପାଇଯିବେ। ଆପ୍ରୁଭାଲ ପରେ ସ୍ମାର୍ଟଫୋନରେ ଆପଣଙ୍କର ଇ ସିମ ଆକ୍ଟିଭ ହୋଇଯାଏ। ଇ ସିମରେ ଆପଣ ନିଜ ମନ ପସନ୍ଦର ଟେଲିକମ କମ୍ପାନୀ ପାଇପାରିବେ। ଏମତିରେ ଅଲଗା ଚାର୍ଜ ମଧ୍ୟ ଦେବାକୁ ପଡ଼ିବ ନାହିଁ। କେବଳ କମ୍ପାନୀର ଏକ ରିଚାର୍ଜ ପ୍ଳାନକୁ ଆକ୍ଟିଭ କରିବାକୁ ହେବ। ଏମିତିରେ ବ୍ୟାଟେରୀ କ୍ଷମା ବଢ଼ିବା ସହିତ ଫୋନ ଫାଷ୍ଟରେ କାମ କରିବ। ଏଥିରେ ଅଫର ମଧ୍ୟ ମିଳିବ। ତେବେ ଭାରତରେ ଏହା ସବୁ ଫୋନରେ କେବେ କାର୍ଯ୍ୟକାରୀ ହେବ ତାକୁ ଅପେକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.