ଲଞ୍ଚ ହେଲା ଦୁନିଆର ପ୍ରଥମ ଅଣ୍ଡର ଡିସପ୍ଲେ କ୍ୟାମେରାଯୁକ୍ତ ସ୍ମାର୍ଟଫୋନ୍, ରହିଛି ଏସବୁ ଦମଦାର ଫିଚର

ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏବେ ସ୍ମାର୍ଟଫୋନରେ ଅଧିକ ଉନ୍ନତମାନର ଫିଚର ସାମିଲ କରାଯାଉଛି। ୟୁଜରଙ୍କୁ ଫୁଲ ସ୍କ୍ରିନ ଅନୁଭବ ଦେବାକୁ କମ୍ପାନୀ ଏବେ ସ୍ମାର୍ଟଫୋନରେ ପପ୍ ଅପ୍ ସେଲ୍ଫି କ୍ୟାମେରା ସେଟଅପ୍ ଅଫର କରୁଛି। ତେବେ ଏହି ଟେକ୍ନିକରୁ ପାଦେ ଆଗକୁ ଯାଇ ZTE କମ୍ପାନୀ ଦୁନିଆର ପ୍ରଥମ ଅଣ୍ଡର ସେଲ୍ଫି କ୍ୟାମେରାଯୁକ୍ତ ସ୍ମାର୍ଟଫୋନ ଲଞ୍ଚ କରିଛି।

ଏହି ଫୋନର ନାଁ ରଖାଯାଇଛି Axon 20 5G। ଏହି ସ୍ମାର୍ଟଫୋନକୁ ପ୍ରଥମେ ଚୀନରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଥିଲା, କିନ୍ତୁ କମ୍ପାନୀ ଏବେ ଏହାକୁ ଗ୍ଲୋବାଲ ମାର୍କେଟରେ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନକୁ କିଣିବାକୁ ଚାହୁଁଥିଲେ ଏହାକୁ ଅନଲାଇନରେ ବୁକ୍ କରିବାକୁ ପଡ଼ିବ। ୧୧ ଦେଶରେ ଏବେ ଏହାର ବୁକିଂ ଆରମ୍ଭ ହୋଇଛି। ଡିସେମ୍ବର ୨୧ରୁ ଏହାର ସିପିଂ ଆରମ୍ଭ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ତେବେ ଫୋନର ଦାମ କେତେ ତାହା ଏବେ ଯାଏଁ ଜଣାପଡ଼ିନାହିଁ।

ZTE Axon 20 5G ରେ ୬.୯୨ ଇଞ୍ଚର OLED ଡିସପ୍ଲେ ଦିଆଯାଇଛି। ଏହା ୯୦Hz ରିଫ୍ରେସ ରେଟକୁ ସପୋର୍ଟ କରିଥାଏ। ଖାସ୍ କଥା ହେଉଛି ଏହି ଡିସପ୍ଲେରେ କୌଣସି ପଞ୍ଚ ହୋଲ୍ କିମ୍ବା ନଚ୍ କଟଆଉଟ ଦିଆଯାଇନାହିଁ। ଏହାର ରିଜଲ୍ୟୁସନ ରହିଛି ୨୪୬୦*୧୦୮୦ ପିକ୍ସେଲ। ଏଥିରେ ୩୨ ମେଗାପିକ୍ସେଲର ଅଣ୍ଡର ଡିସପ୍ଲେ କ୍ୟାମେରା ସହ ଅଲ୍ଟ୍ରାଥିନ ଡିଜାଇନ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.