ଆଉ ହ୍ୟାକ୍ ହୋଇପାରିବନି ଆପଣଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ, ଫଲୋ କରନ୍ତୁ ଏହି ସହଜ ଟିପ୍ସ
ଇନ୍ଷ୍ଟାଗ୍ରାମ୍ ଏକ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍। ଏହି କାରଣରୁ ହ୍ୟାକର୍ସମାନେ ଏହାକୁ ଟାର୍ଗେଟ କରୁଛନ୍ତି। ଅନ୍ୟ ଅନ୍ଲାଇନ୍ ଆକାଉଣ୍ଟ ଭଳି ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ ବି ସୁରକ୍ଷିତ ରଖିବା ଜରୁରୀ। ନଚେତ୍ ଆପଣଙ୍କ ବ୍ୟକ୍ତିଗତ ଡାଟା ଲିକ୍ ହେବା ଆଶଙ୍କା ରହିଛି। ତେବେ ଆସନ୍ତୁ ଜାଣିବା ଇନ୍ଷ୍ଟାଗ୍ରାମ୍କୁ ସୁରକ୍ଷିତ ରଖିବାର କେତେକ ଟ୍ରିକ୍…
ନିଶ୍ଚିତ ପଢନ୍ତୁ ଏହି ସବୁ ଷ୍ଟୋରୀ
- ଇନ୍ଷ୍ଟାଗ୍ରାମ୍ ଏକ ନୂଆ ସିକ୍ୟୁରିଟି ଚେକ୍ଅପ୍ ଫିଚର ଜାରି କରିଛି। ଏହି ଫିଚର ଆକାଉଣ୍ଟ ହ୍ୟାକ୍ ହେବାରୁ ବଞ୍ଚାଇବା ପାଇଁ କାମରେ ଲାଗିବ। ଏହି ଫିଚର ସାହାଯ୍ୟରେ ଆପଣ ଲଗ୍ଇନ୍ ଆକ୍ଟିଭିଟି ଓ ପ୍ରୋଫାଇଲ ଇନ୍ଫରମେସନ୍କୁ ରିଭ୍ୟୁ କରିପାରିବେ। ଏଥିରେ ଆପଣ ଫୋନ୍ ନମ୍ବର, ଇମେଲ ଆକାଉଣ୍ଟ ରିକଭରି କଣ୍ଟାକ୍ଟ ଇନ୍ଫର୍ମେସନ୍କୁ ଅପ୍ଡେଟ୍ କରିପାରିବେ।
- ଆପଣ ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ୍ ମଧ୍ୟ ବ୍ୟବହାର କରିପାରିବେ। ଏହା ଦ୍ୱାରା ଓଟିପି ବିନା କେହି ଆପଣଙ୍କ ଇନ୍ଷ୍ଟାଗ୍ରାମ୍କୁ ଖୋଲିପାରିବେ ନାହିଁ।
- ଏଥିସହ ଲଗ୍ଇନ୍ ରିକ୍ୱେଷ୍ଟକୁ ଏନାବଲ କରନ୍ତୁ। ଯଦି କେହି ଆପଣଙ୍କ ଆକାଉଣ୍ଟକୁ ଲଗ୍ଇନ୍ କରିବାକୁ ଚେଷ୍ଟା କରିବ ତେବେ ଲଗ୍ଇନ୍ ରି ଜେନେରେଟ୍ ହୋଇଯିବ ଓ ଆପଣଙ୍କୁ ଆଲର୍ଟ ମେସେଜ୍ ଆସିବ।