ଓଡ଼ିଆରେ Facebook ଓ Instagram ବ୍ୟବହାର କରିବାକୁ ଚାହୁଁଛନ୍ତି! ଜାଣନ୍ତୁ କେମିତି ବଦଳେଇବେ ଭାଷା ବିକଳ୍ପ

ବର୍ତ୍ତମାନ ସ୍ମାର୍ଟଫୋନର ଯୁଗ। ଏବେ ସମସ୍ତଙ୍କ ହାତରେ ମୋବାଇଲ ରହିଛି ଆଉ ମୋବାଇଲରେ ଅଛି ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆପ। ସହରର ଲୋକମାନେ ଇଂରାଜୀ ଜାଣିଥିବାରୁ ଏସବୁ ଆପରେ ଭାଷାକୁ ଇଂରାଜୀ ରଖିଥାନ୍ତି। କିନ୍ତୁ ଗାଁର ଅପାଠୁଆମାନେ ସବୁ ଇଂରାଜୀ ସେଟିଂକୁ ବୁଝିପାରନ୍ତି ନାହିଁ। ଏଣୁ ସେମାନେ ନିଜ ମାତୃଭାଷାକୁ ଭାଷା ଭାବେ ରଖିବାକୁ ଚାହାନ୍ତି। ଫେସବୁକରେ ୮ଟି ଭାଷା ରହିଛି। ତେବେ ଆଜି ଆସନ୍ତୁ ଜାଣିବା ଫେସବୁକ ଓ ଇନଷ୍ଟାଗ୍ରାମରେ ଭାଷା ବଦଳେଇବେ କେମିତି…

Facebook ରେ ଏମିତି ପରିବର୍ତ୍ତନ କରନ୍ତୁ ଭାଷା:

  • ପ୍ରଥମେ ଫେସବୁକ ଆକାଉଣ୍ଟ ଓପନ କରନ୍ତୁ। ଏବେ ଡାହାଣ ପଟ ଉପରେ ଥିବା ୩ଟି ଡଟକୁ କ୍ଲିକ କରନ୍ତୁ।
  • ଏବେ ଏଠାରେ settings & privacy କୁ ଯାଆନ୍ତୁ।
  • ଏବେ Language କୁ ଚୟନ କରି ନିଜ ଭାଷା ବାଛନ୍ତୁ।
  • ଏହି ସେଟିଂକୁ ସେଭ କରିବା ଆବଶ୍ୟକତା ନାହିଁ। ଫେସବୁକ ଆପେ ଆପେ ଏହାକୁ ପେଜରେ ରିଲୋଡ କରିନେବ।

Instagram ରେ ଏମିତି ପରିବର୍ତ୍ତନ କରନ୍ତୁ ଭାଷା:

  • ନିଜ ପ୍ରୋଫାଇଲରେ ଯିବା ପାଇଁ ଡାହାଣ ପଟ ତଳେ ନିଜ ପ୍ରୋଫାଇଲ ପିକ୍ଚର ଉପରେ କ୍ଲିକ କରନ୍ତୁ।
  • ଏବେ ଡାହାଣ ପଟ ଉପରେ କ୍ଲିକ କରନ୍ତୁ ଓ Instagram settings କୁ ଯାଆନ୍ତୁ।
  • ଏବେ ନିଜ ଆକାଉଣ୍ଟକୁ ଯାଇ ଭାଷା ଚୟନ କରନ୍ତୁ।