ବିନା ପାସୱାର୍ଡରେ ବି ଏବେ ଆପଣଙ୍କ ଫୋନ କେହି ବ୍ୟବହାର କରିପାରିବେ ନାହିଁ, ଜାଣନ୍ତୁ କିପରି

ଫୋନ୍ ଅନଲକ୍ ରହିବା ସତ୍ତ୍ୱେ କେହି ଏହାକୁ ବ୍ୟବହାର କରିପାରିବେ ନାହିଁ। ଆଜି ଆମେ ଆପଣଙ୍କୁ କହିବୁ ଏହା କିପରି ସମ୍ଭବ ହୋଇପାରିବ। ଆପଣଙ୍କ ଆଣ୍ଡ୍ରୋଏଡ୍ ଫୋନ୍ରେ ହିଁ ଏକ ଖାସ୍ ଫିଚର ରହିଛି, ଯାହାକୁ କିଛି ସିମ୍ପଲ ଟିପ୍ସ ଜରିଆରେ ବ୍ୟବହାର କରିପାରିବେ ଏବଂ ଆପଣଙ୍କ ଫୋନ୍ରେ ଥିବା ବ୍ୟକ୍ତିଗତ ଡାଟାକୁ ଅନ୍ୟ ଲୋକଙ୍କଠାରୁ ସହଜରେ ଦୂରେଇ ରଖିପାରିବେ।
Pin the Screen କିମ୍ବା Screen Pinning ନାମରେ ଏକ ଫିଚର ରହିଛି। Pin the Screen କିମ୍ବା Screen Pinningରେ ଆପଣ କୌଣସି ବି ଆପ୍କୁ ଲକ୍ ନଚେତ୍ ପିନ୍ କରିବେ। ଏହା କରିବା ପରେ ଆପଣଙ୍କ ଫୋନ୍ରେ ସେହି ଆପ୍ ବ୍ୟତୀତ ଅନ୍ୟ କୌଣସି ଆପ୍ ଓପନ୍ ହେବ ନାହିଁ, ଯେ ପର୍ଯ୍ୟନ୍ତ ଆପଣ ନ ଚାହିଁଛନ୍ତି।
ଏହି ଫିଚରକୁ ବ୍ୟବହାର ପରେ କେହି ବି ଆପଣଙ୍କ ଫୋନ୍କୁ ଆକ୍ସେସ୍ କରିପାରିବେ ନାହିଁ। ଏହି ଫିଚର ଆଣ୍ଡ୍ରୋଏଡ୍ ୫.୦ ଏବଂ ଏହାପରର ସମସ୍ତ ଭର୍ସନରେ ଉପଲବ୍ଧ ରହିଛି। ସାମ୍ସଙ୍ଗ ଫୋନ୍ରେ ଏହି ଫିଚର pin windows ନାଁରେ ରହିଛି।

ଯଦି ଆପଣ କାହାକୁ ଇନ୍ଷ୍ଟାଗ୍ରାମ ବ୍ୟବହାର କରିବା ପାଇଁ ନିଜ ଫୋନ୍ ଦେଉଛନ୍ତି, ତ ସେହି ଆପ୍କୁ ଏଥିରେ ଲକ୍ ନଚେତ୍ ପିନ୍ କରି ଦିଅନ୍ତୁ। ଏହାପରେ କେହି ବି ଦ୍ୱିତୀୟ ବ୍ୟକ୍ତି ଇନ୍ଷ୍ଟାଗ୍ରାମ ଛଡ଼ା ଆପଣଙ୍କ ଫୋନ୍ର ଅନ୍ୟ ଆପ୍କୁ ବ୍ୟବହାର କରିପାରିବ ନାହିଁ।
ଏବେ ଜାଣି ନିଅନ୍ତୁ ପିନ୍ କରିବାର ଷ୍ଟେପ:-
୧. ପ୍ରଥମେ ନିଜ ଫୋନ୍ର ସେଟିଙ୍ଗ୍ସକୁ ଯାଆନ୍ତୁ।
୨. ଫୋନ୍ର ସେଟିଙ୍ଗ୍ସରେ ଆପଣଙ୍କୁ Security & Lock ସ୍କ୍ରିନ୍ର ଅପ୍ଶନ ଦେଖାଯିବ। ଏହା ଉପରେ କ୍ଲିକ୍ କରନ୍ତୁ।
୩. ଏବେ ଏଠାରେ ପ୍ରାଇଭେସି ସହ ଜଡ଼ିତ କେତେକ ବିକଳ୍ପ ଦେଖାଯିବ। ସବୁଠାରୁ ତଳେ ଆପଣଙ୍କୁ Pin the Screen କିମ୍ବା Screen Pinning ନାମର ଅପ୍ଶନ ଶୋ’ କରିବ।
୪. ଏହି ଅପ୍ଶନ ଉପରେ ଟ୍ୟାବ୍ କରନ୍ତୁ ଏବଂ ଏହାକୁ ଅନ୍ କରି ଦିଅନ୍ତୁ।
୫. ସାମ୍ନା ବାଲା ବ୍ୟକ୍ତିକୁ ଯେଉଁ ଆପ୍କୁ ବ୍ୟବହାର କରିବାକୁ ଅଛି, ତାହାକୁ ପିନ୍ କରିବା ପାଇଁ ଓପନ୍ କରନ୍ତୁ ଏବଂ ପୁଣି ବନ୍ଦ କରି ଦିଅନ୍ତୁ।

୬. ଏହାପରେ Recent Apps ଅପ୍ଶନକୁ ଯାଆନ୍ତୁ।
୭. ଏଠାରେ ସେହି ଆପ୍କୁ ଲଙ୍ଗ୍ ପ୍ରେସ୍ କରନ୍ତୁ, ଯାହାକୁ ଆପଣ ପିନ୍ କରିବାକୁ ଚାହୁଁଛନ୍ତି।
୮. ଏହାପରେ Pinର ଅପ୍ଶନକୁ ସିଲେକ୍ଟ କରନ୍ତୁ। Pin କରାଯାଇଥିବା ଆପ୍ ଛଡ଼ା ଆଉ କିଛି ବି ଖୋଲିବ ନାହିଁ।
ଫୋନ୍ ଫେରି ପାଇବା ପରେ ଆପଣଙ୍କୁ Pinର ଅପ୍ଶନ ହଟାଇବା ପାଇଁ ନିଜ Home ଓ Back ଦୁଇଟି ଯାକ ବଟନକୁ ଏକସାଥୀରେ ଦବାଇବାକୁ ପଡ଼ିବ। ଏଠି ଆପଣଙ୍କୁ ଲକ୍ ସ୍କ୍ରିନ୍ ପାସ୍ଓ୍ଵାର୍ଡ ବ୍ୟବହାର କରିବାକୁ ହେବ।