ଲଞ୍ଚ ହେଲା ଦୁନିଆର ସବୁଠାରୁ ବଡ଼ ଟାବଲେଟ, ମିଳିବ ୯୮ ଇଞ୍ଚର 4K ଅଲଟ୍ରା HD ଡ଼ିସପ୍ଲେ

ଟେକ୍ କମ୍ପାନୀ ViewSonic ବିଶ୍ୱର ସର୍ବବୃହତ ଡ଼ିସପ୍ଲେ ViewSonic IFP9850 ଟ୍ୟାବଲେଟ୍ ଲଞ୍ଚ କରିଛି । ୟୁଜର୍ସମାନେ ଏହି ଟ୍ୟାବଲେଟରେ 98-ଇଞ୍ଚ 4K ଅଲଟ୍ରା HD ଡ଼ିସପ୍ଲେ ପାଇବେ । ଏହା ବ୍ୟତୀତ ଏହି ଟ୍ୟାବଲେଟରେ ଦୁଇଟି 10 ୱାଟ ସ୍ପିକର ଦିଆଯାଇଛି । ଏଥିସହିତ କମ୍ପାନୀ କହିଛି ଯେ ଏହି ଟାବଲେଟଟି ସ୍କୁଲ ଏବଂ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ଭାବେ ତିଆରି ହୋଇଛି । ଆହୁରି ମଧ୍ୟ, ଏହି ଟାବଲେଟ୍ କନସର୍ଟ ଏବଂ ଲାଇଭ୍ ଇଭେଣ୍ଟରେ ବ୍ୟବହୃତ ହୋଇପାରିବ ।

ଫିଚର୍ସ ବିଷୟରେ କହିବାକୁ ଗଲେ, ଉପଭୋକ୍ତାମାନେ ଏହି ଟ୍ୟାବଲେଟରେ 10 ୱାଟର ଦୁଇଟି ସ୍ପିକର ଏବଂ 15 ୱାଟର ଏକ ସବ୍-ୱଫର୍ ପାଇବେ । ଏହା ସହିତ myViewBoard ଏନୋଟେସନ ଏବଂ ଭ୍ୟୁବୋର୍ଡ କାଷ୍ଟସ୍କ୍ରିନ୍ ସଫ୍ଟୱେର୍ କୁ ସପୋର୍ଟ କରିଥାଏ । କେବଳ ସେତିକି ନୁହେଁ ଏହି ଟ୍ୟାବଲେଟ୍ ଆଣ୍ଡ୍ରଏଡ୍ 8 ଉପରେ ଆଧାରିତ ପେଣ୍ଟା-କୋର ଥିନ କ୍ଲାଏଣ୍ଟ ଉପରେ କାମ କରେ ।

ViewSonic: world's largest 'tablet', equipped with 98-inch 4K ...

କମ୍ପାନୀ ଏହି ଟାବଲେଟରେ ତିନୋଟି ଅଡିଓ ପୋର୍ଟ, ସାତଟି USB ପୋର୍ଟ, ଚାରିଟି HDMI ପୋର୍ଟ, ଗୋଟିଏ GbE LAN ପୋର୍ଟ ଏବଂ RS232 ସିରିଏଲ କନେକ୍ଟର ଯୋଗାଇ ଦେଇଛି । ଏହା ବ୍ୟତୀତ, ଉପଭୋକ୍ତାମାନେ ଏହି ଟ୍ୟାବଲେଟରେ 3 GB RAM + 32 GB ଷ୍ଟୋରେଜ୍ ସହିତ VGA କ୍ୟାମେରା ମଧ୍ୟ ପାଇବେ ।

ଭ୍ୟୁ ସୋନିକର ଏହି ଟାବଲେଟର ମୂଲ୍ୟ 9,499 ଡଲାର (ପ୍ରାୟ 7.23 ଲକ୍ଷ ଟଙ୍କା) ରହିଛି । ତେବେ କମ୍ପାନୀ ଏହି ଟାବଲେଟ ଭାରତରେ କେବେ ଲଞ୍ଚ ହେବ ସେନେଇ କୌଣସି ସୂଚନା ଦେଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.