ଘରୋଇ ମାର୍କେଟରେ ଲଞ୍ଚ ହେଲା ୮ଜିବି ରାମ ବିଶିଷ୍ଟ ଭିଭୋ ଏକ୍ସ ୨୩

ନୂଆଦିଲ୍ଲୀ : ଚାଇନା କମ୍ପାନୀ ଭିଭୋ ନିଜର ଘରୋଇ ମାର୍କେଟରେ ନୂଆ ସ୍ମାର୍ଟଫୋନ୍ ଭିଭୋ ଏକ୍ସ୨୩ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନର ଖାସିୟତ ହେଉଛି ଏହା ୱାଟରଡ଼୍ରପ୍ ନଞ୍ଚ ଡ଼ିସପ୍ଲେ, ଫିଙ୍ଗରପ୍ରିଂଣ୍ଟ ସେନ୍ସର ଏବଂ ୩ଡ଼ି ଗ୍ଲାସ ବଡ଼ି ଏବଂ ଫେସ ଅନଲକ ରହିଛି। କମ୍ପାନି ଏହି ମୋବାଇଲକୁ ଫ୍ଯାସନ ଅରଞ୍ଜେ , ଫ୍ଯାସନ ପରପଲ, ମିଡ଼ନାଇଟ  ବ୍ଲୁ, ଫ୍ଯଣ୍ଟମ୍ ରେଡ଼ କଲରେ ଲଞ୍ଚ କରିଛି। ସ୍ମାର୍ଟଫୋନର ମୂଲ୍ଯ ପାଖାପାଖି ୩୬,୭୦୦ ଟଙ୍କା ରହିଛି। ଏହି ମୋବାଇଲକୁ ଭାରତରେ କେବେ ଲଞ୍ଚ କରାଯିବ ସେ ନେଇ କୌଣସି ସୂଚନା ମିଳିନାହିଁ।

vivo 1

ଭିଭୋ ଏକ୍ସ୨୩ର ଫିଚର ବିଷୟରେ କହିବାକୁ ଗଲେ ଏଥିରେ ୬.୪୧ଇଞ୍ଚ ବିଶିଷ୍ଟ ଆମୋଏଲିଡ଼ି ଫୁଲ ଏଚଡ଼ି+ ଡ଼ିସପ୍ଲେ ରହିଛି। ଏହାର ପ୍ରୋସେସର ସ୍ନାପଡ଼୍ରାଗନ ୬୭୦ ଡ଼ୁଆଲ-ସିମ୍ ସପୋର୍ଟ ରହିଥିବା ବେଳେ ରାମ୍ ରହିଛି ୮ଜିବି। ମୋବାଇଲର ବ୍ଯାଟେରୀ ୩,୪୦୦ଏମଏଏଚ୍ ସହ ଫାଷ୍ଟ ଚାର୍ଜିଂ ସପୋଟ ରହିଛି। ଏଥି ସହ ଭିଭୋ ଏକ୍ସ୨୩ର ରିୟର କ୍ଯାମେରା ୧୨ ଏବଂ ୧୩ ମେଗାପିକ୍ସଲ ରହିଥିବା ବେଳେ ଫ୍ରଣ୍ଟ ରହିଛି ୧୩ ମେଗାପିକ୍ସଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.