୭ ଦିନ ଭିତରେ ଡିଲିଟ ହୋଇଯିବ Whats App ଚାଟିଙ୍ଗ, ଖୁବ ଶୀଘ୍ର ଆସୁଛି ନୂଆ ଫିଚର

Whats App ଖୁବ ଶୀଘ୍ର ଏକ ନୂଆ ଫିଚର ରୋଲ ଆଉଟ କରିବାକୁ ଯାଉଛି । ଏହାର ନାଁ କମ୍ପାନୀ ପକ୍ଷରୁ Disappearing Message ରଖାଯିବା ନେଇ ସ୍ଥିର ହୋଇଛି । ନୂଆ ଫିଚର କାର୍ଯ୍ୟକାରୀ ହେଲେ Whats Appରେ କରାଯାଇଥିବା ସମସ୍ତ ଚାଟ ମାତ୍ର 7 ଦିନ ଭିତରେ ଡିଲିଟ ହୋଇଯିବ । କମ୍ପାନୀ ଦ୍ୱାରା ଜାରି ହୋଇଥିବା ଖବର ଅନୁଯାୟୀ, ଯଦି କୌଣସି ୟୁଜର ୭ ଦିନ ପର୍ଯ୍ୟନ୍ତ Whats App ନ ଖୋଲନ୍ତି ତେବେ ବି କରାଯାଇଥିବା ଚାଟ ଗୁଡିକ ଆପେ ଆପେ ଡିଲିଟ ହୋଇଯିବ ବା ଗାୟବ ହୋଇଯିବ । ଏହି ନୂଆ ଫିଚର ଅନୁଯାୟୀ ଆଉ ୟୁଜର ମାନଙ୍କୁ ବାରମ୍ବାର ମେସେଜ ଡିଲିଟ କରିବାକୁ ପଡିବ ନାହିଁ । Whats Appର ଏହି ନୂଆ ଫିଚରକୁ ଉଭୟ ଆଣ୍ଡ୍ରଏଡ଼ ଓ ios ପ୍ଲାଟ୍ଫର୍ମରେ ରୋଲଆଉଟ କରାଯିବ । ବ୍ୟକ୍ତିଗତ ଚାଟିଙ୍ଗ ବ୍ୟତୀତ ଗୃପ ଚାଟିଙ୍ଗ ଗୁଡିକରେ ବି ଏହି ନୂଆ ଫିଚର ରୋଲ ଆଉଟ କରାଯିବା ନେଉ ସ୍ଥିର ହୋଇଛି । କମ୍ପାନୀର ଏହି ଫିଚର ବାବଦରେ Whats App ବିଟା ଇନ୍ଫୋର ଟ୍ୱିଟର ଆକାଉଣ୍ଟରୁ ମିଳିଛି ।

କଣ ମିଳିବ ଫାଇଦା:

– Whats App Disappearing Message ଲଂଚ ହେଲେ ୟୁଜର୍ସ ମାନଙ୍କୁ ଏକ ଲିମିଟେଡ଼ ସମୟ ପାଇଁ ମେସେଜ ପଠାଇ ପାରିବେ ।

– ୭ ଦିନର ଅବଧି ମଧ୍ୟରେ ମେସେଜ ଅଟୋ ମେଟିକାଲି ଡିଲିଟ ହୋଇଯିବ ।

– କିନ୍ତୁ ପ୍ରି- ଭିୟୁ ମେସେଜ ଡିଲିଟ ହେବ ନାହିଁ ।

– ଅନ୍ୟପକ୍ଷରେ, Whats App group ମେସେଜକୁ କେବଳ ଆଡମିନ ମାନେ ହିଁ Disappearing Message ଅନ କରି ପାରିବେ ।

– Whats App Disappearing Message ଅନ ହେଲେ ଟେକ୍ସଟ ମେସେଜ ସହ ମିଡିୟା ଫାଇଲ୍ସ ବି ଗାୟବ ହୋଇଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.