ଏଣିକି ବିନା ଇଣ୍ଟରନେଟରେ ଚଲାଇପାରିବେ Whatsapp , କିପରି ଜାଣନ୍ତୁ

ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ମଧ୍ୟରୁ Whatsapp ସାଧାରଣତଃ ଇଣ୍ଟରନେଟରେ ଚାଲିଥାଏ। ଅନେକ ଥର ଏହା ଘଟେ ଯେ ଆପଣଙ୍କ ଫୋନର ନେଟ୍ ପ୍ୟାକ୍ ସରିଯାଇଛି କିମ୍ବା ଆପଣ ଯେଉଁଠାରେ ଅଛନ୍ତି ସେଠାରେ ନେଟୱାର୍କ ଆସୁନାହିଁ। ଏଭଳି ପରିସ୍ଥିତିରେ Whatsapp ପରି ଅନେକ ଆପ୍ କାମ କରିବା ବନ୍ଦ କରିଦିଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ଏପରି ଟ୍ରିକ ଆଣିଛୁ ଯାହା ଦ୍ୱାରା ଆପଣ ବିନା ଇଣ୍ଟରନେଟରେ ବି Whatsapp ଚାଟିଂ କରିବାରେ ସକ୍ଷମ ହେବେ।

ଏହିପରି ବିନା ଇଣ୍ଟରନେଟରେ ଚାଲାନ୍ତୁ Whatsapp

ଆପଣଙ୍କୁ କହିରଖୁଛୁ ଯେ ଇଣ୍ଟରନେଟ୍ ବିନା Whatsapp ବ୍ୟବହାର କରିବା ଅସମ୍ଭବ ମନେହୁଏ କିନ୍ତୁ ତାହା ନୁହେଁ। ଯଦି ଆପଣ ଇଣ୍ଟରନେଟ୍ ବିନା Whatsapp ବ୍ୟବହାର କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଏକ ଏକ୍ସଟ୍ରା ସ୍ୱତନ୍ତ୍ର ସିମ୍ କିଣିବାକୁ ପଡିବ। ଏହି ସିମ୍ ସାହାଯ୍ୟରେ ଆପଣ ଆରାମରେ Whatsapp ଚଳାଇପାରିବେ , ତେବେ ଆପଣଙ୍କ ଫୋନରେ ଡାଟା ଥାଉ କି ନଥାଉ।

ଏହି ଖାସ୍ ସିମ୍ ର କରନ୍ତୁ ବ୍ୟବହାର

ChatSim ନାମକ ଏକ ସ୍ୱତନ୍ତ୍ର ସିମ୍ କାର୍ଡ ଆପଣଙ୍କୁ ବିନା ଇଣ୍ଟରନେଟ୍ ରେ Whatsapp ବ୍ୟବହାର କରିବାକୁ ଅନୁମତି ଦିଏ। ଏହି ସିମ୍ କାର୍ଡ କିଣିବା କଷ୍ଟସାଧ୍ୟ କାର୍ଯ୍ୟ ନୁହେଁ, ଆପଣ ଏହାକୁ ଅନଲାଇନରେ କିଣିପାରିବେ – ଯେ କୌଣସି ଇ-କମର୍ସ ୱେବସାଇଟରୁ କିମ୍ବା ଏହାକୁ ସିଧାସଳଖ fit ChatSim ୱେବସାଇଟରୁ ଅର୍ଡର କରିପାରିବେ।

ତେବେ ସାଧାରଣ ସିମ୍ କାର୍ଡ ତୁଳନାରେ ଏହି ସିମ୍ କାର୍ଡର ମୂଲ୍ୟ ବହୁତ ଅଧିକ, କିନ୍ତୁ ହଁ, ଏହାର ଫାଇଦା ମଧ୍ୟ ଉଠାଇପାରିବେ। ଯଦି ଆପଣ ଏହି ସିମ୍ କାର୍ଡ ବ୍ୟବହାର କରନ୍ତି ତେବେWhatsapp ବ୍ୟବହାର କରିବା ପାଇଁ ଆପଣଙ୍କୁ ଇଣ୍ଟରନେଟ୍ କନେକ୍ସନ ଆବଶ୍ୟକତା ପଡିବ ନାହିଁ। ଆହୁରି ମଧ୍ୟ ଆପଣ ଏହି ସିମ୍ କୁ ଦେଶ ତଥା ବିଦେଶର ଯେ କୌଣସି ସ୍ଥାନରେ ବ୍ୟବହାର କରିପାରିବେ। ଏହା ମଧ୍ୟ ଜାଣିରଖନ୍ତୁ ଯେ ସିମ୍ କିଣିବା ଦିନ ଠାରୁ ଏହାକୁ ୧ ବର୍ଷ ପାଇଁ ବ୍ୟବହାର କରିପାରିବେ ଏବଂ ୧ ବର୍ଷ ପରେ ଏହାକୁ ରିଚାର୍ଜ କରିପାରିବେ।

ଆପଣ ଏହି ChatSimକୁ ୧,୮୦୦ ଟଙ୍କାରେ କିଣିପାରିବେ ଏବଂ ଆମେ ଯେପରି ପୂର୍ବରୁ କହିଥିଲୁ ଆପଣ ଏଥିରେ ଗୋଟିଏ ବର୍ଷର ବୈଧତା ପାଇବେ। ଏଥିରେ Whatsapp ଚଳାଇବାର ଫାଇଦା ମଧ୍ୟ ଉଠାଇପାରିଵେ ।

 

ଆହୁରି ପଢନ୍ତୁ : ୨ ମିଲିୟନ ଭାରତୀୟଙ୍କ ଆକାଉଣ୍ଟ ବ୍ୟାନ କଲା Whatsapp, କାହିଁକି ଜାଣନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.