ଏବେ କେବେବି ଗାୟବ ହେବନାହିଁ ସ୍ମାର୍ଟଫୋନରୁ ହ୍ଵାଟ୍ସଆପ୍‌ ଇମେଜ୍‌ ! ନୂଆ ଫିଚର ମଚାଇଲା ଧମାଲ୍‌

ହ୍ଵାଟ୍ସଆପ୍‌ ଏକ ନୂଆ ସୁବିଧା ଜାରି କରିଛି । ଯାହାଦ୍ୱାରା ୟୁଜର ଆଣ୍ଡ୍ରଏଡରେ ଫରଓ୍ଵାର୍ଡ ଫଟୋ, ଭିଡିଓ, ଜିଆଇଏଫ ଏବଂ ଡକ୍ୟୁମେଣ୍ଟରେ ବିବିରଣୀକୁ ଯୋଡିପାରିବେ ।

ହ୍ଵାଟ୍ସଆପ୍‌ ଏକ ନୂଆ ସୁବିଧା ଜାରି କରିଛି । ଯାହାଦ୍ୱାରା ୟୁଜର ଆଣ୍ଡ୍ରଏଡରେ ଫରଓ୍ଵାର୍ଡ ଫଟୋ, ଭିଡିଓ, ଜିଆଇଏଫ ଏବଂ ଡକ୍ୟୁମେଣ୍ଟରେ ବିବିରଣୀକୁ ଯୋଡିପାରିବେ । ଯାହା ବର୍ତ୍ତମାନ କିଛି ବିଟା ଟେଷ୍ଟର୍ସ ପାଇଁ ଉପଲବ୍ଧ ରହିଛି । Wabetainfo ମୁତାବକ ଏହି ଫିଚର ସେତେବେଳେ କାମରେ ଆସିପାରେ ଯେତେବେଳେ ମହଜୁଦ କ୍ୟାପ୍ସନ ଇମେଜର ସଠିକ ବର୍ଣ୍ଣନା କରିପାରେନାହିଁ । କିମ୍ବା ଯଦି ଅଲଗା ଡେସକ୍ରିପସନ ଯୋଡିବାକୁ ଚାହୁଁଛନ୍ତି ତାହେଲେ ମହଜୁଦ ଥିବା କ୍ୟାପ୍ସନକୁ ହଟାଇ ଏହାକୁ ନିଜ କ୍ୟାପ୍ସନରେ ବଦଳାଇ ନୂଆ ବିବରଣୀ ଏକ ଅଲଗା ମେସେଜରେ ପଠାଯାଇହେବ । ଏଥିରୁ ଏହା ସୁନିଶ୍ଚିତ ହେବ ଯେ ମେସେଜ ପାଉଥିବା ବ୍ୟକ୍ତିଙ୍କୁ ଜଣାଅଛି ଯେ ଏହି ମେସେଜ୍‌ ମେନ ମେସେଜ ସହ ସମ୍ଭନ୍ଧୀତ ନୁହେଁ ।

ୟୁଜର ଏବେ ନିଜ ଆଡୁ ପଠାଉଥିବା ଫରଓ୍ଵାର୍ଡେଡ ମିଡିଆରେ ଅଧିକ ସନ୍ଦର୍ଭ ଯୋଡିବାରେ ସକ୍ଷମ ହେବେ। କାହିଁକିନା ଏହା ସେହି କଥାର ସଂକ୍ଷିପ୍ତ ବିବରଣ ଦେବାରେ ସକ୍ଷମ କରିବ ଯେ ସେ ମିଡିଆକୁ କାହିଁକି ଫରଓ୍ଵାର୍ଡ କଲେ । ଏବଂ କଣ୍ଟେଣ୍ଟ ବିଷୟରେ ନିଜର ବିଚାର ରାୟ କିମ୍ବା ଭାବନାକୁ ମଧ୍ୟ ସେୟାର କରାଯାଇଛି ।

ଏହାବାଦ ରିପୋର୍ଟରେ ଏହା କୁହାଯାଇଛି ଯେ ଏହି ଅପଡେଟକୁ ଇନଷ୍ଟଲ୍‌ କରିବା ପରେ କିଛି ୟୁଜର୍ସଙ୍କୁ ଷ୍ଟାଟସ ଅପଡେଟ ଦେଖିବା ଏବଂ ଭିଡିଓ ଡାଉନଲୋଡ କରିବାରେ ସମସ୍ୟା ଆସିପାରେ । ଏହାରି ଭିତରେ ହ୍ଵାଟ୍ସଆପ୍‌ ଆଣ୍ଡ୍ରଏଡରେ ନିଜର ନୂତନ ଅପଡେଟରେ ସମସ୍ତ ବିଟା ପରୀକ୍ଷକଙ୍କ ପାଇଁ ‘ସାଥି ମୋଡ’ ସୁବିଧା ଆରମ୍ଭ କରିଛି । ଏହାପୂର୍ବରୁ ସହଯୋଗୀ ମୋଡ କେବଳ ବିଟା ପରୀକ୍ଷକଙ୍କ କିଛି କାସ ସମୂହ ପାଇଁ ଉପଲବ୍ଧ ଥିଲା । ଏହି ସୁବିଧା ମଲ୍ଟି ଡିଭାଇସ ସପୋର୍ଟର ଏକ ବିସ୍ତାର । ଯାହାକୁ ୟୁଜର୍ସଙ୍କୁ ନିଜର ବର୍ତ୍ତମାନର ହ୍ଵାଟ୍ସଆପ୍‌ ଆକାଉଣ୍ଟକୁ ଅନ୍ୟ ମୋବାଇଲ ଫୋନ ସହ ଲିଙ୍କ କରିବାର ଅନୁମତି ଦେବା ପାଇଁ ଡିଜାଇନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.