WhatsAppରେ ଚାଟିଂ କରିବା ଆଉଟିକେ ସହଜ ହେବ, ଆଣୁଛି ଅଡ଼ିଓ ଚାର୍ଟ ଫିଚର

WhatsApp ଅଡ଼ିଓ ଚାଟ ଫିଚର ଆଣିବା ପାଇଁ କାର୍ଯ୍ୟ ଜାରି ରହିଛି । ବେଟା ଭର୍ଜନରେ ଏହାର ଟେଷ୍ଟିଂ ଜାରି ରହିଛି । ଖୁବଶୀଘ୍ର ଏହା WhatsAppରେ ଉପଲବ୍ଧ ହେବାକୁ ଯାଉଛି । WhatsAppରେ ଥିବା Open audio chat ଅପସନକୁ ଯିବେ । ଏଥିପାଇଁ ଏକ େଓ୍ଵବଫର୍ମ ଆଇକନ ଅଣାଯାଇଛି । ଯାହାକି ଚାଟ ହେଡରରେ ରହିଛି । ଏଥିରେ ଯାଇ ଆପଣ ଭଏସ ଚାଟକୁ ଆରମ୍ଭ କରିପାରିବେ । ଏହାସହ କନଭରସେସନକୁ ବନ୍ଦ ମଧ୍ୟ କରିପାରିବେ ।

କେନ୍ୟୁଜ୍‌(ବ୍ୟୁରୋ): ନିଜ ସାଙ୍ଗ ତଥା ପ୍ରିୟଜନଙ୍କ ସହ ଆମେ ପ୍ରାୟ ସମୟରେ ଚାଟିଂ କରିଥାଉ । ଚାଟିଂ ମାଧ୍ୟମରେ ଆଜିର ଯୁବପିଢିଠୁ ବୟସ୍କ ନିଜର ଭାବର ଆଦାନ ପ୍ରଦାନ କରୁଛନ୍ତି । ଫୋନ କାନରେ ଦେଇ ଗପିବାଠୁ ଚାଟିଂ ଏହାର ଏକ ଭଲ ବିକଳ୍ପ ହୋଇପାରିଛି । ଏଥିରେ ବି ଆମେ ଟିକିଏ ଶୀଘ୍ର କିପରି କାମ ହୋଇଯିବ ସେକଥା ଚିନ୍ତା କରିଥାଉ । ମୋବାଇଲ ସ୍କ୍ରିନରେ ଥିବା କିବୋର୍ଡରେ ଲେଖିବା ବି ସମସ୍ୟା ହୋଇଥାଏ । ଏଥିରେ ଯଦି କିଛି ନୂଆ ଟେକ୍ନୋଲୋଜି ଆସନ୍ତା ଆମକୁ ଚାଟିଂ କରିବାରେ ଆଉଟିକେ ସୁବିଧା ହେବ । ଆମେ ସବୁବେଳେ ଆମ କାମକୁ ସରଳରୁ ସରଳ କରିବାରେ ଚେଷ୍ଟିତ ଥାଉ । ସେଥିପାଇଁ ଟେକ୍ନୋଲୋଜି କମ୍ପାନୀ ପକ୍ଷରୁ ନୂଆ ନୂଆ ଫିଚର ଆସିଥାଏ । ଏହାସହ ଆପ୍ଲିକେସନ ଗୁଡ଼ିକୁ ନୂଆ ଫିଚର ସହ ଅପଡେଟ କରାଯାଇଥାଏ ।

WhatsApp ହେଉ କି ଅନ୍ୟ କୌଣସି ଇନଷ୍ଟାଣ୍ଡ ମେସେଜିଂ ଆପ୍ଲିକେସନ । ଏହିସବୁ ଆପ୍ଲିକେସନରେ ଲମ୍ବା ସମୟ ଧରି ମେସେଜ ଟାଇପ କରିବା ଆମକୁ ବିରକ୍ତିର ଅନୁଭବ ଦିଏ । ଏହାସହ ଏହା ଆମର ଅଧିକ ସମୟ ନେଇଯାଏ । କିପରି ଶୀଘ୍ର ମେସେଜ ଟାଇପ ହୋଇଯିବ ଆମେ ସେହି ଉପାୟ ସବୁ ଖୋଜିଥାଉ । ସେଥିପାଇଁ ସବୁବେଳେ ପ୍ରୟାସ ଜାରି ରଖିଥାଉ । WhatsApp ପକ୍ଷରୁ ଏଥିପାଇଁ ଏକ ନୂଆ ଫିଚର ଅଣାଯାଉଛି । WhatsApp ଅଡ଼ିଓ ଚାଟ ଫିଚର ଆଣିବା ପାଇଁ କାର୍ଯ୍ୟ ଜାରି ରହିଛି । ବେଟା ଭର୍ଜନରେ ଏହାର ଟେଷ୍ଟିଂ ଜାରି ରହିଛି । ଖୁବଶୀଘ୍ର ଏହା WhatsAppରେ ଉପଲବ୍ଧ ହେବାକୁ ଯାଉଛି ।

ତେବେ ଆସନ୍ତୁ ଜାଣିବା ଏହି ଫିଚର କିପରି କାମ କରିବ । WhatsAppରେ ଥିବା Open audio chat ଅପସନକୁ ଯିବେ । ଏଥିପାଇଁ ଏକ େଓ୍ଵବଫର୍ମ ଆଇକନ ଅଣାଯାଇଛି । ଯାହାକି ଚାଟ ହେଡରରେ ରହିଛି । ଏଥିରେ ଯାଇ ଆପଣ ଭଏସ ଚାଟକୁ ଆରମ୍ଭ କରିପାରିବେ । ଏହାସହ କନଭରସେସନକୁ ବନ୍ଦ ମଧ୍ୟ କରିପାରିବେ । ଏହାସହ ନାଲି ରଙ୍ଗର ଗୋଲ ଭିତରେ ଟେଲିଫୋନର ଆଇକନ ରହିଛି । ଏହାସହ କିଛି ଖାଲି ସ୍ଥାନ ରହିଛି । ଯେଉଁଠି କନଭରସେସନର େଓ୍ଵବଫର୍ମକୁ ଦେଖିପାରିବେ ୟୁଜର । ଚାଟିଂକୁ ସହଜ କରିବା ପାଇଁ WhatsApp ପକ୍ଷରୁ ଏହି ଫିଚରକୁ ଅଣାଯାଉଛି ।

ସେହିପରି ମେଟା ପକ୍ଷରୁ Windows ୟୁଜରଙ୍କ ପାଇଁ WhatsApp ଆପ୍ଲିକେସନର ବିକାଶ କରାଯାଇଛି । ଯାହାର ଫିଚର ମୋବାଇଲ ଆପ୍ଲିକେସନ ସହ ପ୍ରାୟ ସମାନ ରହିବ । ଏଥିରେ ଥରକେ ୮ ଜଣ ଗ୍ରୁପ ଭିଡିଓ କଲ କରିପାରିବେ । ଏହାସହ ୩୨ଜଣ ଅଡିଓ କଲରେ ଯୋଡ଼ିହୋଇ ପାରିବେ । ଏହାସହ କମ୍ପାନୀ ପକ୍ଷରୁ ଆଇଓଏସ ୟୁଜରଙ୍କ ପାଇଁ ମେସେଜ ଏଡିଟ ଅପସନକୁ ଅଣାଯାଉଛି । ଏପରି ଅନେକ ନୂଆ ଫିଚର WhatsApp ୟୁଜରଙ୍କ ପାଇଁ ଆଣିବାକୁ ଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.