୧୬ ଡିଗ୍ରୀ ସେଲସିୟସରୁ କାହିଁକି କମ କରି ହୁଏନି AC ତାପମାତ୍ରା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

AC ରେ ଆପଣ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସରୁ ସର୍ବାଧିକ ୩୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ସେଟ୍ କରିପାରିବେ । ଭାରତର ଅନେକ ରାଜ୍ୟରେ ଅତ୍ୟଧିକ ଗରମ ହୋଇଥାଏ । ଏହା ପରେ ମଧ୍ୟ କମ୍ପାନୀ କିମ୍ବା ଆପଣଙ୍କ ଘରେ ଲାଗିଥିବା ଏସିରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ୍ ରଖିଥାନ୍ତି । ଆପଣ କେବେ ଭାବିଛନ୍ତି କି AC ର ତାପମାତ୍ରାକୁ ୧୬ ଡିଗ୍ରୀ ସେଲସିୟସରୁ କାହିଁକି କମ କରି ହୁଏନି ।

ବର୍ଷା ଦିନ ହୋଇଥିଲେ ମଧ୍ୟ ଗରମରୁ ତ୍ରାହି ମିଳୁନି । ଏପରିସ୍ଥିତିରେ ଘର, ମଲ୍, ଅଫିସ୍ ଭଳି ସ୍ଥାନରେ ଲାଗିଥିବା ଏୟାର କଣ୍ଡିସନର ଆପଣଙ୍କୁ ଆରାମ ଦେଇଥାଏ । AC ର ବିଶେଷ ଗୁଣ ହେଉଛି ଏହା ଆପଣଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାପମାତ୍ରା ବଢ଼ାଇଥାଏ କିମ୍ବା କମ କରିଥାଏ । AC ରେ ଆପଣ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସରୁ ସର୍ବାଧିକ ୩୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ସେଟ୍ କରିପାରିବେ । ଭାରତର ଅନେକ ରାଜ୍ୟରେ ଅତ୍ୟଧିକ ଗରମ ହୋଇଥାଏ । ଏହା ପରେ ମଧ୍ୟ କମ୍ପାନୀ କିମ୍ବା ଆପଣଙ୍କ ଘରେ ଲାଗିଥିବା ଏସିରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ୍ ରଖିଥାନ୍ତି । ଆପଣ କେବେ ଭାବିଛନ୍ତି କି AC ର ତାପମାତ୍ରାକୁ ୧୬ ଡିଗ୍ରୀ ସେଲସିୟସରୁ କାହିଁକି କମ କରି ହୁଏନି । ୧୬ ଡିଗ୍ରୀ ସେଲସିୟସ ତଳକୁ ତାପମାତ୍ରା କାହିଁକି ଯାଇ ନଥାଏ ? ଏହା ପଛରେ ଏକ ବଡ଼ କାରଣ ଅଛି । ତେବେ ଆସନ୍ତୁ ଜାଣିବା ଏପରି କାହିଁକି ହୋଇଥାଏ ।

ACର ତାପମାତ୍ରା ୧୬ ଡିଗ୍ରୀରୁ କାହିଁକି କମ ହୋଇନଥାଏ ?
ଏୟାର କଣ୍ଡିସନରରେ ଏକ ସ୍ୱତନ୍ତ୍ର ଡିଭାଇସ୍‌ ଅଛି, ଯାହାକୁ ଇଭାପୋରେଟର କୁହାଯାଏ ଏବଂ ଏହା ମାଧ୍ୟମରେ କୁଲେଣ୍ଟ ଥଣ୍ଡା ହୁଏ । ଏହା ଥଣ୍ଡା ହେବା କାରଣରୁ ଏୟାର କଣ୍ଡିସନରରୁ ଥଣ୍ଡା ପବନ ଆସିଥାଏ । ଯଦି ଏୟାର କଣ୍ଡିସନରର ତାପମାତ୍ରା ୧୬ ଡିଗ୍ରୀ ସେଲସିୟସରୁ କମ୍ ହୋଇଯାଏ, ତେବେ ଇଭାପୋରେଟରରେ ବରଫ ଜମା ହେବା ଆରମ୍ଭ କରେ । ଯାହା ଦ୍ୱାରା ଏହା ଖରାପ ହେବାର ସମ୍ଭାବନା ଥାଏ ।

ଇଭାପୋରେଟରରେ ବରଫ ଜମା ହେବା କାରଣରୁ ଏଥିରୁ ବାହାରୁଥିବା ରେଫ୍ରିଜାଣ୍ଟର ର ଚାପ ବହୁତ କମ ହୋଇଥାଏ ଏବଂ ଯଦି ଏହାକୁ କମ ତାପମାତ୍ରାରେ ଚାଲିଥାଏ, ତେବେ ଏହା ଦ୍ୱାରା ଇଭାପୋରେଟରରେ ବରଫ ସୃଷ୍ଟି ହୋଇପାରେ, ଯାହା ଏହାକୁ ଖରାପ କରିପାରେ । ଏୟାର କଣ୍ଡିସନର କମ୍ପାନୀ ଗୁଡ଼ିକ ତରଫରୁ ୧୬ ଡିଗ୍ରୀରୁ କମ ତାପମାତ୍ରାରେ AC ଚଲାଇବାର ଅପ୍ସନ ଥିଲା, କିନ୍ତୁ ଏପରି କରିବା ଦ୍ୱାରା କମ୍ପାନୀର ଗ୍ରାହକଙ୍କୁ କ୍ଷତି ହେବାର ସମ୍ଭାବନା ରହୁଥିଲା । ୨୦ ରୁ ୨୩ ଡିଗ୍ରୀରେ ଅଧିକ ଥଣ୍ଡା ପବନ ମିଳିଥାଏ । ଏହି କାରଣରୁ ACର ତାପମାତ୍ରା ୧୬ ଡିଗ୍ରୀରୁ କମ ତାପମାତ୍ରା ପାଇଁ ଅପ୍ସନ ନଥାଏ । ସେଥିପାଇଁ କମ ତାପମାତ୍ରାରେ ରୁମକୁ ୨୦ ରୁ ୩୦ ଡିଗ୍ରୀରେ ରଖିବା ଦ୍ୱାରା ଆପଣ ଥଣ୍ଡା ପବନର ମଜା ନେଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.