ମାତ୍ର କେଇ ମିନିଟରେ କପଡା କରିବ ଚକଚକ୍‌, Xiaomi ଲଞ୍ଚ କଲା ଶସ୍ତା ଓ୍ଵାଶିଙ୍ଗ ମେସିନ

ଘରେ ଡ୍ରେସ କିମ୍ବା କପଡା ଧୋଇବାକୁ ନେଇ ଚିନ୍ତାରେ ରହୁଛନ୍ତି କି ? ହାତରେ କପଡା ଧୋଇ ଧୋଇ ବିରକ୍ତି ହୋଇଗଲେଣି। ଆପଣ ଓ୍ଵାଶିଙ୍ଗ ମେସିନ ଅଧିକ ଜାଗା ନେଉଛି କି ? ଆପଣଙ୍କ ସବୁ ସମସ୍ୟାର ସମାଧାନ ପାଇଁ ସାଓମୀ ଲଞ୍ଚ କରିଛି ନୂଆ ଓ୍ଵାଶିଙ୍ଗ ମେସିନ। ଏବେ ରଗଡି ରଗଡି କପଡା ଧୋଇବା ଦରକାର ନାହିଁ। ସାଓମୀ ଲଞ୍ଚ କଲା ଶସ୍ତା ଓ୍ଵାଶିଙ୍ଗ ମେସିନ। ମାତ୍ର କେଇ ମିନିଟରେ ଚକଚକ୍‌ କରିବ କପଡା। ସାଓମୀ ଅଫିସିଆଲ ଭାବେ ଚୀନରେMIJIA 3kg Mini Washing Machine ଲଞ୍ଚ କରିଛି। ଏହାର ଦାମ ୬୯୯ ୟୁଆନ୍‌ ରହିଛି। ଏହି ଓ୍ଵାଶିଙ୍ଗ ମେସିନର ଡିଜାଇନ ଏବଂ ଫିଚର୍ସ ଲୋକଙ୍କୁ ଖୁବ ପସନ୍ଦ ଆସୁଛି।

ଫିଚର୍ସ :

MIJIA 3kg Mini Washing Machine ସୁନ୍ଦର ଏବଂ କମ୍ଫର୍ଟ ବଡି ସହିତ ଡିଜାଇନ କରାଯାଇଛି। ଏହା ଦେଖିବାକୁ ଛୋଟ। ବହୁତ କମ୍‌ ଜାଗାରେ ମଧ୍ୟ ଏହା ରହିଯିବ। ଚଟାଣରେ ପଡିଥିବା ଟାଇଲରେ ପାଖାପାଖି ଅଧା। ଓ୍ଵାଶିଙ୍ଗ ମେସିନର ଡାଇମେନସନ 412x422x730 mm ରହିଛି। ଏହି ଓ୍ଵାଶିଙ୍ଗ ମେସିନ ଓଜର ୧୯ କେଜି ରହିଛି।

ଏହି ଓ୍ଵାଶିଙ୍ଗ ମେସିନର କ୍ଷମତା ୩ କିଲୋ। ଏଥିରେ ପିଲାଙ୍କର କପଡା ଭଲଭାବେ ଧୋଇହୋଇଯିବ। ଏଥିରେ ପାଖାପାଖି ୩୦ଟି ଡ୍ରେସ ଧୋଇହେବ। ଏଥିରେ କପଡା ମାତ୍ର ୧୫ ମିନିଟରେ ଚକାଚକ୍‌ ସଫା ହୋଇଯାଏ। ଛୋଟ ପିଲାଙ୍କ ସୁରକ୍ଷଶ ପାଇଁ ଏଥିରେ ପ୍ରିସେଟ୍‌ ଓ୍ଵାଶିଂ ଟାଇମ୍‌ ମଧ୍ୟ ରହିଛି। ଓ୍ଵାଟର ଲେବଲ ଆଡଜଷ୍ଟମେଣ୍ଟ ଏବଂ ସେଫ୍ଟି ଚାଇଲ୍ଡ ଲକ୍‌ ମଧ୍ୟ ଡିଜାଇନ କରାଯାଇଛି।

ଏହାଛଡା ଓ୍ଵାଶିଙ୍ଗ ମେସିନରେ ୩ ଲେବଲ ଏନର୍ଜି ଏଫିସିଏନ୍ସି ରହିଛି। ବିଦ୍ୟୁତ୍‌ ଖର୍ଚ୍ଚ ୦.୦୪୩kWh ହୋଇଥାଏ। ପାଣି ମଧ୍ୟ କମ୍‌ ଖର୍ଚ୍ଚ ହୁଏ। ତେବେ ଏହାର ଦାମ୍‌ ଭାରତୀୟ ମୁଦ୍ରା ଅନୁସାରେ ପାଖାପାଖି ୮ ହଜାର ଟଙ୍କା ରହିଛି।

Also Read : ଭୁଲିଯିବେ ସିନେମା ହଲ୍‌…ମାତ୍ର ଏତିକି ଟଙ୍କାରେ ଘରକୁ ନେଇ ଆସନ୍ତୁ ‘କୁନି ପ୍ରୋଜେକ୍ଟର’; କ୍ୱାଲିଟି ଦମ୍‌ଦାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.