କିଏ ଜିତିବ କେନ୍ଦ୍ରାପଡ଼ା ବାଜି ? ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ୭ ପ୍ରାର୍ଥୀ

କେନ୍ଦ୍ରାପଡ଼ା, ବିଜେଡିର ଗଡ଼। ଏଠାରୁ ଯିଏ ବି ବିଜେଡି ପ୍ରାର୍ଥୀ ହେଉଛନ୍ତି ସେ ବାଜି ମାରୁଛନ୍ତି। ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ବିଜେଡି ପ୍ରାର୍ଥୀ ହିଁ ଏଠାରୁ ଜିତିଛନ୍ତି। ୨୦୧୪ରେ ବିଜେଡି ପ୍ରାର୍ଥୀ ପାଇଥିଲେ ୬ ଲକ୍ଷ ୧ ହଜାର ୫୭୪ ଭୋଟ୍‌। କଂଗ୍ରେସ ପ୍ରାର୍ଥୀ ପାଇଥିଲେ ୩ ଲକ୍ଷ ୯୦ ହଜାର ୭୨୩ ଭୋଟ୍‌। ବିଜେପି ପ୍ରାର୍ଥୀ ପାଇଥିଲେ ୧ ଲକ୍ଷ ୧୮ ହଜାର ୬୫୩ ଭୋଟ୍‌। ଅମାନତ ହରାଇଥିଲେ ବିଜେପି ପ୍ରାର୍ଥୀ। କେନ୍ଦ୍ରପଡ଼ାରେ ଅମାନତ ହରାଉଥିବା ବିଜେପି ଏଥର କେନ୍ଦ୍ରାପଡାରେ କିପରି ପ୍ରଦର୍ଶନ କରିବ? ଏଥର ମୈଦାନରେ ୭ ଜଣ ପ୍ରାର୍ଥୀ ଅଛନ୍ତି।

୧୯୯୯ରେ କେନ୍ଦ୍ରାପଡ଼ାରୁ ଜିତିଥିଲେ ବିଜେଡି ପ୍ରାର୍ଥୀ ପ୍ରଭାତ କୁମାର ସାମନ୍ତରାୟ। ୨୦୦୪ରେ ଅର୍ଚ୍ଚନା ନାୟକ। ସେ ସମୟରେ ବିଜୁ ଲିଗାସିରୁ ଅଲଗା ହୋଇ କଂଗ୍ରେସ ଟିକଟରେ ନିର୍ବାଚନ ଲଢୁଥିବା ଶ୍ରୀକାନ୍ତ ଜେନାଙ୍କୁ ହରାଇଥିଲେ ଅର୍ଚ୍ଚନା ନାୟକ। ୨୦୦୯ ଓ ୨୦୧୦ରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଜିତିଥିଲେ ବୈଜୟନ୍ତ। ବର୍ତ୍ତମାନ ସେ ବିଜେପି ପ୍ରାର୍ଥୀ। ପ୍ରଶ୍ନ ଉଠୁଛି, ବିଜୁ ଲିଗାସିରୁ ଅଲଗା ହୋଇଥିବା ପ୍ରାର୍ଥୀଙ୍କୁ କିପରି ଭାବେ ଗ୍ରହଣ କରୁଛନ୍ତି କେନ୍ଦ୍ରାପଡ଼ାବାସୀ। ୨୦୦୪ରେ ବିଜୁ ଲିଗାସୀରୁ ଅଲାଗା ହୋଇଥିବା ଶ୍ରୀକାନ୍ତଙ୍କୁ ହରାଇ ଦେଇଥିଲେ କେନ୍ଦ୍ରାପଡ଼ାବାସୀ। ସେ ସମୟରେ ଅର୍ଚ୍ଚନା ନାୟକଙ୍କୁ ମିଳିଥିଲା ୪ ଲକ୍ଷ ୫୩ ହଜାର ୨୭୬ ଭୋଟ୍‌। ଶ୍ରୀକାନ୍ତ ଜେନାଙ୍କୁ ମିଳିଥିଲା ୩ ଲକ୍ଷ ୬୬ ହଜାର ୪୬୩ ଭୋଟ୍‌। ୨୦୦୯ରେ ବିଜେପି ପ୍ରାର୍ଥୀ କେନ୍ଦ୍ରପଡ଼ାରୁ ପାଇଥିଲେ ୮୦ ହଜାର ୩୯୨ ଭୋଟ୍‌। ୨୦୧୪ରେ ମିଳିଥିଲା ବିଜେପି ପ୍ରାର୍ଥୀଙ୍କୁ ମିଳିଥିଲା ୧ ଲକ୍ଷ ୧୮ ହଜାର ୬୫୩ ଭୋଟ୍‌। ଗତ ଦୁଇଟି ନିର୍ବାଚନରେ ଅମାନତା ହରାଇଥିଲେ ବିଜେପି ପ୍ରାର୍ଥୀ? ଏଥର କଣ ହେବ?

ଚର୍ଚ୍ଚା ହେଉଛି ଯଦି ବିଜେପି କଂଗ୍ରେସ ଭୋଟ୍‌ ବ୍ୟାଙ୍କକୁ ଭାଗଭାଗ କରିପାରିଲେ, ନିଜ ଭୋଟ ସେୟାର ବଢାଇ ପାରିବ। ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ପାଇଥିଲେ ୩ ଲକ୍ଷ ୯୦ ହଜାର ୭୨୩ ଭୋଟ୍‌। ଏଥର ମଧ୍ୟ ସେ ପ୍ରାର୍ଥୀ ହୋଇଛନ୍ତି। ସେପେଟେ ବିଧାନସଭା ୱାରୀ ଦେଖିଲେ,୨୦୧୪ରେ କେନ୍ଦ୍ରପଡ଼ା ଅଧିନରେ ଥିବା ମାହାଙ୍ଗା, କେନ୍ଦ୍ରାପଡ଼ା, ମହାକାଳପଡ଼ାରୁ ଜିତିଥିଲେ ବିଜଡି ପ୍ରାର୍ଥୀ। ସାଲେପୁର, ଆଳି ଓ ରାଜନଗର ଜିତିଥିଲା କଂଗ୍ରେସ। ୨୦୧୪ରେ ବିଜେପି ପ୍ରାର୍ଥୀଙ୍କ ଦମ୍‌ ଦେଖିବାକୁ ମିଳିନଥିଲା। ଏଥର ମାହାଙ୍ଗାରୁ ବିଜେଡି ପ୍ରାର୍ଥୀ ଅଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ବିଜେପି ପ୍ରାର୍ଥୀ ଅଛନ୍ତି ସାରଦା ପ୍ରଧାନ ଓ କଂଗ୍ରେସରୁ ଅଛନ୍ତି ଦେବେନ୍ଦ୍ର କୁମାର ସାହୁ। କେନ୍ଦ୍ରାପଡ଼ାରେ ବିଜେଡି ପ୍ରାର୍ଥୀ ଶଶି ଭୂଷଣ ବେହେରା, ବିଜେପିର ସୁନାକର ବେହେରା ଓ କଂଗ୍ରେସର ଗଣେଶ୍ୱର ବେହେରା ପ୍ରାର୍ଥୀ ହୋଇଛନ୍ତି। ଆଳିରୁ ବିଜେଡିର ପ୍ରତାପ କେଶରୀ ଦେବ, ବିଜେପିରୁ ଦୋଳ ଗୋବିନ୍ଦ ନାୟକ ଓ କଂଗ୍ରେସରୁ ଦେବେନ୍ଦ୍ର ଶର୍ମା ପ୍ରାର୍ଥୀ ହୋଇଛନ୍ତି। ରାଜନଗରରୁ ବିଜେଡି ପ୍ରାର୍ଥୀ ଅଛନ୍ତି ଧ୍ରୁବ ସାହୁ, ବିଜେପିରୁ ଅଲେଖ ଜେନା ଓ କଂଗ୍ରେସରୁ ଅଂଶୁମାନ ମହାନ୍ତି ପ୍ରାର୍ଥୀ ଅଛନ୍ତି। ମହାକାଳପଡ଼ାରୁ ବିଜେଡିର ଅତନୁ ସବ୍ୟସାଚୀ ନାୟକ, ବିଜେପିରୁ ବିଜୟ ପ୍ରଧାନ ଓ କଂଗ୍ରେସରୁ ପ୍ରାର୍ଥୀ ଅଛନ୍ତି ବିଭ୍ରାଂଶୁ ଶେଖର ଲେଙ୍କା। ସେହିପରି ସାଲେପୁରରୁ ବିଜେଡି ପ୍ରାର୍ଥୀ ଅଛନ୍ତି ପ୍ରଶାନ୍ତ ବେହେରା, ବିଜେପିରୁ ପ୍ରକାଶ ବେହେରା ଓ କଂଗ୍ରେସରୁ ରବୀନ୍ଦ୍ର ନାଥ କର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.