ବୈଜୟନ୍ତଙ୍କ ନିର୍ବାଚନ ପ୍ରଚାରରେ ଲାଗିଛନ୍ତି ଇମ୍ଫା କର୍ମଚାରୀ ଏବଂ ଓଟିଭି, ପ୍ରେସମିଟ୍‌ରେ ଅଭିଯୋଗ ଆଣିଲା ବିଜେଡି

ଖୋଲୁଛି ବୈଜୟନ୍ତଙ୍କ କାରନାମା ଗୁମର । ପୁଣି ସାଂଘାତିକ ଅଭିଯୋଗ । କେନ୍ଦ୍ରାପଡାରେ ନିଜ ପାଇଁ ନିର୍ବାଚନ ପ୍ରଚାର ପ୍ରସାରରେ ବୈଜୟନ୍ତ ଇମ୍ଫା କର୍ମଚାରୀଙ୍କୁ ବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଛି ବିଜେଡି । କଂପାନୀର ନିବେଶକଙ୍କ ବିନା ଅନୁମତିରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ନିର୍ବାଚନ ସଭା ଆୟୋଜନ ଓ ପ୍ରଚାର କାର୍ଯ୍ୟରେ ଇମ୍ଫା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ।

ସେହିପରି ଓଟିଭି ବିଜେପିର ମୁଖପାତ୍ର ଭଳି ଖବର ପ୍ରସାରଣ କରୁଥିବା ଅଭିଯୋଗ କରିଛି ବିଜେଡି। ବୈଜୟନ୍ତଙ୍କ ସପକ୍ଷରେ ଖବର ପରିବେଷଣ ପାଇଁ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଓଟିଭି ଟିମ ଲାଗିଛନ୍ତି । ବିଜେଡି ଦାବି କରିଛି, ବୈଜୟନ୍ତଙ୍କ ସପକ୍ଷରେ OTV ଦେଖାଉଥିବା ଖବର ପେଡ୍‌ ନ୍ୟୁଜ ଭାବେ ନିଆଯାଉ । ସେହିପରି BJD ଛିଦ୍ରର ଅତିରଞ୍ଜିତ ଖବର ଉପରେ ରୋକ ଲଗାଯାଉ ।

ପୂର୍ବରୁ ବୈଜୟନ୍ତ ପଣ୍ଡା ଓ ଇମ୍ଫାର ଭିତିରିଆ ସମ୍ପର୍କର ଖୁଲାସା କରିଥିଲା ବିଜେଡି । ଇମ୍ଫା ମାଇନିଂ କମ୍ପାନୀର ଉପାଧ୍ୟକ୍ଷ ପଦରେ ଥାଇ ବର୍ଷକୁ କୋଟି କୋଟି ଟଙ୍କା ନେବା ଘଟଣା ସାମ୍ନାକୁ ଆସିବା ପରେ କଂପାନୀର ବିତ୍ତୀୟ କାରବାରରେ ବୈଜୟନ୍ତ ପଣ୍ଡାଙ୍କର ଗୁମର ଖୋଲିଛି । ଏବେ ନିଜ ପାଇଁ ନିର୍ବାଚନ ପ୍ରଚାର ପ୍ରସାରରେ ଓଟିଭି ଓ ଇମ୍ଫା କର୍ମଚାରୀଙ୍କୁ ବୈଜୟନ୍ତ ନିୟୋଜିତ କରିଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.