ଅଜବ୍‌ ନେତା ଶତ୍ରୁଘ୍ନ ସିହ୍ନା, କହିଲେ ମୌଲାନା ଆଜାଦ ଜାଗାରେ ଜିନ୍ନାଙ୍କ ନାଁ ପାଟିରୁ ସ୍ଲିପ୍‌ କରିଗଲା

ବିଜେପିରେ ଥାଇ ବିଜେପିକୁ ସମାଲୋଚନା କରୁଥିଲେ । ବିଜେପି ଛାଡ଼ି କଂଗ୍ରେସକୁ ଆସିଲେ । ସେପଟେ ପତ୍ନୀ ପ୍ରାର୍ଥୀ ହେଲେ ସମାଜବାଦୀ ପାର୍ଟିରୁ । ତେଣୁ ତାଙ୍କ ଲାଗି ପ୍ରଚାର କଲେ ଓ କଂଗ୍ରେସ ବିରୁଦ୍ଧରେ କହିଲେ । ୟା ଭିତରେ କହୁ କହୁ କହିଦେଲେ ଯେ କଂଗ୍ରେସ ହେଉଛି ମହମ୍ମଦ ଅଲି ଜିନ୍ନାଙ୍କ ପାର୍ଟି । ପାକିସ୍ତାନର ଜାତିର ପିତା ହେଉଛନ୍ତି ଜିନ୍ନା । ତେଣୁ ବଲିଉଡ୍‌ର ଡଇଲଗ୍‌ବାଜ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ‘ଖାମୋସ୍‌’ ହେବାକୁ ପଡ଼ିଲା ତାଙ୍କର ଏଭଳି କଥା ପାଇଁ । ତେଣୁ ପରେ ନିଜେ ନିଜର ଭୁଲ ବୁଝି ପାରି ଶତ୍ରୁ କହିଛନ୍ତି ଯେ ଭୁଲରେ ପାଟିରୁ ବାହାରିଗଲା ଜିନ୍ନାଙ୍କ ନାଁ । ମୁଁ ମୌଲାନା ଆଜାଦଙ୍କ ନାଁ କହିବାକୁ ଚାହୁଁଥିଲି । ହେଲେ ଏକଥାକୁ କେହି ବିଶ୍ୱାସ କରିବାକୁ ରାଜି ନୁହନ୍ତି । ଖାଲି ଏତିକି କୁହାଯାଇ ପାରେ ଯେ ‘ବଡ଼ ବୋଲା’ମାନେ ନିଶ୍ଚିତ ଭାବେ ଶତ୍ରୁଙ୍କ ଭଳି ହଇରାଣରେ ପଡ଼ନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.