ହାଇ ଏବଂ ଲୋ ଏନର୍ଜି କ’ଣ? କେମିତି କରିବେ ଉପଚାର

ଥକ୍କାପଣକୁ ନେଇ ଲୋକଙ୍କଠାରୁ ଅନେକ ସମସ୍ୟା ଶୁଣିବାକୁ ମିଳିଥାଏ। ଏନର୍ଜି ବହୁତ ଅଧିକ ବଢ଼ିଯିବା କିମ୍ବା ବହୁତ ଅଧିକ ହ୍ରାସ ହୋଇଯିବାରେ ଥକ୍କାପଣ ଅନୁଭବ ହୋଇଥାଏ। ଏନର୍ଜି ହ୍ରାସ-ବୃଦ୍ଧିରେ ସବୁଠାରୁ ବଡ଼ କାରଣ ହେଲା, ଖାଦ୍ୟପେୟରେ ନିୟମିତତା ଏବଂ ଆମ ପରିବର୍ତ୍ତନଶୀଳ ଲାଇଫଷ୍ଟାଇଲ୍‌। ଯଦି ଆମେ ଏ ସବୁଥିରେ ଟିକେ ପରିବର୍ତ୍ତନ ଆଣିବା, ତା’ହେଲେ ଥକ୍କାପଣକୁ ମୁକ୍ତି ପାଇପାରିବା।

ହାଇ ଏନର୍ଜି କ’ଣ

ଇନଷ୍ଟାଣ୍ଟ ଏନର୍ଜି ପାଇଁ ସାଧାରଣତଃ ଆମେ ଚା’, କଫି, ସଫ୍ଟ ଡ୍ରିଙ୍କସ୍‌ ଆଦି ଗ୍ରହଣ କରିଥାଉ। ଏହିସବୁ ପିିଇବାରେ ଆମକୁ ତୁରନ୍ତ ଶକ୍ତି ମିଳିଯାଇଥାଏ, କିନ୍ତୁ ପରେ ଥକ୍କା ଲାଗିଥାଏ। ଯଦି କାହା ସହିତ ଏଭଳି ସମସ୍ୟା ଲାଗି ରୁହେ, ତା’ହେଲେ ଆପଣ ସୁଗର ଲେବୁଲ୍‌ ଟେଷ୍ଟ କରାଇବା ଦରକାର। କାହିଁକି ନା, ଏମିତି ଖାଇବାରେ ସୁଗର ଲେବୁଲ୍‌ ବଢ଼ିଯାଇଥାଏ, ଯାହାକି ଆମ ପାଇଁ କ୍ଷତିକାରକ ହୋଇଥାଏ।

କେମିତି କରିବେ ଉପଚାର

ହାଇ ଏନର୍ଜିକୁ କଣ୍ଟ୍ରୋଲ୍‌ କରିବା ପାଇଁ ପ୍ରୋଟିନ୍‌ଯୁକ୍ତ ଭୋଜନକୁ ଆପଣଙ୍କ ଡାଏଟ୍‌ରେ ସାମିଲ କରିବା ଉଚିତ। ଏହାଦ୍ୱାରା ଆପଣଙ୍କ ସୁଗର ଏବଂ ଏନର୍ଜି ଲେବୁଲ୍‌ କଣ୍ଟ୍ରୋଲ ହୋଇଥାଏ।

man1

ଏହାସହ ପଢ଼ନ୍ତୁ: ଗୋଡ଼ମୁଦି ପିନ୍ଧିବାରେ ମହିଳାଙ୍କ ମାସିକ ଧର୍ମ ହୋଇଥାଏ ନିୟମିତ!

ଲୋ ଏନର୍ଜି କ’ଣ

ଆଇରନ୍‌ର ମାତ୍ରା କମ୍‌ ହେଲେ ଥକ୍କା ଲାଗିଥାଏ। ଆଇରନ୍‌, ହେମୋଗ୍ଲୋଭିନ୍‌ର ଉତ୍ତମ ମାଧ୍ୟମ ହୋଇଥାଏ ଏବଂ ଏହା ଆମ ମସ୍ତିଷ୍କର ପେଶୀକୁ ଇନ୍ଧନ ଯୋଗାଇଥାଏ। ଆଇରନ୍‌ର ମାତ୍ରା କମ୍‌ ହେବା ଦ୍ୱାରା ଶରୀରକୁ ଆବଶ୍ୟକ ମାତ୍ରାରେ ଅମ୍ଳଜାନ ମିଳି ନ ଥାଏ, ଯଦ୍ଦ୍ଵାରା ଆମକୁ ଥକ୍କାପଣ ଅନୁଭବ ହୋଇଥାଏ।

କିପରି କରିବେ ଉପଚାର

ଲୋ ଏନର୍ଜି ପାଇଁ ସବୁଠାରୁ ଭଲ ଅପଶନ ହେଉଛି ଡାଲି। ସବୁଜ ପତ୍ରଯୁକ୍ତ ପରିବା, ଡ୍ରାଏ ଫ୍ରୁଡସ୍‌, ନଟ୍‌ସ ଏବଂ ଆଇରନଯୁକ୍ତ ଭୋଜନ ଆପଣଙ୍କ ଡାଏଟ୍‌ରେ ସାମିଲ କରିବା ଉଚିତ। ଏହାଦ୍ୱାରା ଏନର୍ଜି ଲେବୁଲ୍‌ ଠିକ୍‌ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.