ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୁତି ହାସନ ବଲିଉଡ୍ରେ ମଧ୍ୟ ନିଜ ଜଲଓ୍ଵା ଦେଖାଇସାରିଛନ୍ତି। ବ୍ୟକ୍ତିଗତ ଜୀବନକୁ ନେଇ ବାହାରେ ପ୍ରଦର୍ଶିତ କରାଉନଥିବା ଶ୍ରୁତି ଏବେ ନିଜ ଲଭ୍ ଲାଇଫ୍କୁ ନେଇ ମୁହଁଖୋଲିଛନ୍ତି। ତେବେ ପ୍ରେମ ବିଷୟରେ ନୁହେଁ ବିଚ୍ଛେଦ ବିଷୟରେ ଖୁଲାସା କରିଛନ୍ତି ଏହି ଅଭିନେତ୍ରୀ। ନିକଟରେ ତାଙ୍କ ଇଟାଲିୟାନ୍ ବୟଫ୍ରେଣ୍ଡ ମାଇକେଲ କରସେଲ୍ଙ୍କ ସହ ବ୍ରେକ୍ଅପ୍ ହୋଇଛି। ଏହି ବ୍ରେକ୍ଅପ୍ରେ ଶ୍ରୁତି ବହୁତ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ରିଲେସନ୍ସିପ୍କୁ ନେଇ ସେ କହିବା ସହ ଭବିଷ୍ୟତର ପ୍ଲାନିଂ ସମ୍ପର୍କରେ ମଧ୍ୟ ମୁହଁ ଖୋଲିଛନ୍ତି।
ଏକ ରିଆଲିଟି ଶୋ’ରେ ଶ୍ରୁତି କହିଛନ୍ତି,‘‘ ମୁଁ ସମସ୍ତଙ୍କ ପାଇଁ ବହୁତ ସରଳ। ଏଣୁ ସମସ୍ତେ ମୋତେ ବସ୍ ଭଳି ବ୍ୟବହାର କରିଥାନ୍ତି। ମୁଁ ବହୁତ ଇମୋସନାଲ, ଏଣୁ ସମସ୍ତେ ମୋତେ ଟେକ୍ଓଭର କରିଥାନ୍ତି। ସେ ସବୁଦିନ ମୋ ପାଇଁ ସ୍ମରଣୀୟ ହୋଇ ରହିବ।’’ ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରେମରେ କୌଣସି ନିର୍ଦ୍ଦିଷ୍ଟ ଫର୍ମୁଲା ନଥାଏ। ଭଲ ଲୋକ ଭଲ ସମୟରେ ଭଲ ହୋଇଥାନ୍ତି ଓ ଲୋକମାନେ ଖରାପ ପରିସ୍ଥିତିରେ ଖରାପ ମଧ୍ୟ ହୋଇଥାନ୍ତି। ବିଗତ ଦିନ ମୋ ପାଇଁ ଉତ୍ତମ ଅନୁଭୂତି ଥିଲା। ସେଥିରୁ ମୁଁ ଅନେକ କିଛି ଶିକ୍ଷା କରିଛି। ଏବେ ବି ମୁଁ ଭଲ ପାଇବା ସନ୍ଧାନରେ ଅଛି ବୋଲି ଶ୍ରୁତି କହିଛନ୍ତି।
Life has just kept us on opposite sides of the globe unfortunately and so we have to walk solo paths it seems. But this young lady will always be my best mate. So grateful to always have… https://t.co/8KYFwxXgOa
— Michael Corsale (@MichaelCorsale) April 26, 2019
ଶ୍ରୁତିଙ୍କ ବୟଫ୍ରେଣ୍ଡ ମାଇକେଲ ମଧ୍ୟ ଟ୍ଵିଟ୍ କରି କହିଛନ୍ତି ଯେ ଶ୍ରୁତି ସବୁବେଳେ ତାଙ୍କ ପାଇଁ ଭଲ ବନ୍ଧୁ ଭାବେ ରହିବେ। ଏହି ପୋଷ୍ଟରେ ଉଭୟଙ୍କ ବନ୍ଧୁମାନେ କମେଣ୍ଟ କରି କହିଛନ୍ତି ଯେ ତୁମେମାନେ ଏଭଳି କରନାହିଁ। ଜଣେ ୟୁଜର ଲେଖିଛନ୍ତି,‘‘ତୁମେମାନେ ଏକାଠି ଭଲ ଲାଗ।’’ ସୂଚନାଯୋଗ୍ୟ ଯେ, ଶ୍ରୁତି ଓ ମାଇକେଲ ୨୦୧୬ରୁ ଉଭୟଙ୍କୁ ଜାଣିଥିଲେ ଓ ଅନେକ ବର୍ଷ ହେଲା ରିଲେସନ୍ସିପ୍ ଥିଲେ।