ରାଜକୋଟ : ଏଠାରେ ଆଉ କିଛି ସମୟ ପରେ ଖେଳାଯିବ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ କ୍ରିକେଟ୍ ମ୍ୟାଚ୍ । ଏହି ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ମ୍ୟାଚ୍ରେ ହାରିଥିବା ଘରୋଇ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପାଗକୁ ନେଇ ଯେଉଁ ଡର ଥିଲା ତାହା ଏବେ ନାହିଁ । ତେଣୁ ମ୍ୟାଚ୍ ସ୍ୱାଭାବିକ ଭାବେ ଖେଳାଯିବ ବୋଲି ଜଣାପଡ଼ିଛି । ଅଧିନାୟକ ରୋହିତ ଶର୍ମାଙ୍କର ଇଏ ହେଉଛି ୧୦୦ତମ ଟି-୨୦ ମ୍ୟାଚ୍ ।
.@ImRo45 is all set to play his 100th T20I tonight. Watch the Hitman share his thoughts on his memorable journey so far – by @28anand #TeamIndia pic.twitter.com/niSC8Gg0ZQ
— BCCI (@BCCI) November 7, 2019