ଏ ହେଉଛି ଦୁନିଆର ୧୦ଟି ବିଚିତ୍ର ରେସ୍ତୋରାଁ, ଯେଉଁଠି ଅଜବ ଢଙ୍ଗରେ ପରଷା ଯାଇଥାଏ ଖାଦ୍ୟ

ଘର ଖାଇବାରୁ ମନ ଛାଡ଼ିଗଲେ, ବଡ଼ ବଡ଼ ରେସ୍ତୋରାଁ ଯାଇ ସ୍ୱାଦିଷ୍ଟ ଭୋଜନ କରିବାକୁ ଇଚ୍ଛା ହୁଏ। କିନ୍ତୁ ଆପଣ ଜାଣିଛନ୍ତି କି, ଦୁନିଆରେ ଏମିତି କିଛି ରେସ୍ତୋରାଁ ରହିଛି, ଯେଉଁଠି ବିଚିତ୍ର ଢଙ୍ଗରେ ଖାଦ୍ୟ ପରଷା ଯାଇଥାଏ। ଆସନ୍ତୁ ଜାଣିବା ବିଶ୍ୱର ସେହି ୧୦ଟି ଅଜବ ରେସ୍ତୋରାଁ ବିଷୟରେ।

୧. ନ୍ୟୁୟର୍କର ଏହି ରେସ୍ତୋରାଁରେ ଶରୀରରୁ ସମସ୍ତ କପଡ଼ା କାଢ଼ି ଡିନର କରାଯାଇଥାଏ। ଯଦି ଖାଦ୍ୟ ଖାଉଥିବା ଲୋକ ଚାହିଁବ, ତା’ହେଲେ ସେ ଶରୀରର କିଛି ଅଙ୍ଗରେ କପଡ଼ା ଢାଙ୍କିପାରିବ।

10

୨. ତେଇପେଇରେ ଏମିତି ଏକ ରେସ୍ତୋରାଁ ଅଛି, ଯେଉଁଠି ଅତିଥିମାନଙ୍କୁ ମହିଳା େଓ୍ଵଟରମାନେ ନର୍ସ ପୋଷାକ ପିନ୍ଧି ଖାଦ୍ୟ ପରଷିଥାଆନ୍ତି।

୩. ମସ୍କୋର ଏହି ରୋସ୍ତୋରାଁରେ କାମ କରୁଥିବା େଓ୍ଵଟର୍ସ ଯାଅାଁଳା ହୋଇଥାଆନ୍ତି। ଯାଅାଁଳା ଭଉଣୀମାନଙ୍କୁ େଓ୍ଵଟର ଭାବେ ଦେଖିବା ପାଇଁ ଏଠାକୁ ବହୁ ସଂଖ୍ୟାରେ ଗ୍ରାହକ ଆସନ୍ତି।

ଏହାସହ ପଢ଼ନ୍ତୁ: ଏଠାରେ ମାଗଣାରେ ମିଳୁଛି ଘର ଆଉ କ୍ୟାଶ୍‌ ବୋନସ୍‌, ବାସ୍‌ ସର୍ତ୍ତ ଗୋଟିଏ, ଦମ୍ପତିଙ୍କର ଛୁଆ ହେବା ନିହାତି ଜରୁରୀ!

101

୪. ଚୀନର ଏକ ରେସ୍ତୋରାଁର ଥିମ୍‌ ଏବଂ ଲୁକ୍‌ ଜେଲ୍‌ ଭଳି ହୋଇଥାଏ। ଏଠାରେ ଜେଲ୍‌ ଭିତରେ ବସି ଟେବୁଲ୍‌ରେ ଅତିଥିଙ୍କ ଲାଗି ଖାଇବା ବଢ଼ାଯାଇଥାଏ।

. େଓ୍ଵଷ୍ଟ ହଲିଉଡ୍‌ରେ ଓପାକ୍ୟୁ କାଫେରେ ଅନ୍ଧାର କରି ଖାଦ୍ୟ ପରଷା ଯାଇଥାଏ। ଡାଇନିଙ୍ଗ୍‌ ରୁମ୍‌ ଅନ୍ଧାର ହୋଇଥାଏ। ଆଉ ଖାଦ୍ୟ ବି ଚକ୍ଷୁହୀନ େଓ୍ଵଟରଙ୍କ ଦ୍ୱାରା ପରଷା ଯାଇଥାଏ।

ଏହାସହ ପଢ଼ନ୍ତୁ: ଘର ଘର ବୁଲି ମେଡିସିନ୍‌ ସଂଗ୍ରହ କରିଥାଆନ୍ତି ଏହି ‘ମେଡିସିନ୍‌ ବାବା’, ଜାଣନ୍ତୁ ତାଙ୍କ କାହାଣୀ

102

୬. ଟୋକିଓରେ ଏହି ରେସ୍ତୋରାଁରେ ପୁରୁଷ େଓ୍ଵଟରମାନେ ମହିଳାଙ୍କ ପୋଷାକ ପିନ୍ଧି ଅତିଥିଙ୍କୁ ଖାଦ୍ୟ ଦେଇଥାଆନ୍ତି। ଆଖପାଖ ଅଞ୍ଚଳରେ ଏହି ରେସ୍ତୋରାଁ ଖୁବ୍‌ ଚର୍ଚ୍ଚାରେ ରହିଥାଏ।

୭. ଏରିଜୋନାରେ ଏକ ରେସ୍ତୋରାଁ ରହିଛି, ଯାହାକୁ ହାଁସପିଲ୍‌ର ଲୁକ୍‌ ଦିଆଯାଇଛି। ଏଠାରେ ମିଳୁଥିବା ବର୍ଗର ବାଇପାସ୍‌ ନାଁରେ ବେଶ୍‌ ଜଣାଶୁଣା ରହିଛି।

ଏହାସହ ପଢ଼ନ୍ତୁ: ଏ ହେଉଛି ‘ଭାରତର ଶେଷ ଚା’ ଦୋକାନ’, ଯାହା ସାମ୍ନାରେ ଛିଡ଼ାହୋଇ ଫଟୋ ଉଠାଇବାକୁ ପସନ୍ଦ କରନ୍ତି ପର୍ଯ୍ୟଟକ

104

୮. ବ୍ୟାଙ୍କଙ୍ଗ୍‌ରେ ସବୁଠାରୁ ଅଲଗା ରେସ୍ତୋରାଁ ରହିଛି, ଯେଉଁଠି ସେକ୍ସ ସମ୍ବନ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ େଓ୍ଵଟରମାନେ କଣ୍ଡୋମ୍‌ର ଟୋପି ନିଜ ମୁଣ୍ଡ ଉପରେ ଲଗାଇଥାଆନ୍ତି।

୯. ବେଲ୍‌ଜିୟମ୍‌ରେ ଟ୍ରାଫିକ୍‌ ଭିଡ଼ ଏବଂ କୋଳାହଳରୁ ଦୂରେଇ ଏହି ରେସ୍ତୋରାଁରେ ପବନରେ ଖାଦ୍ୟ ପରଷା ଯାଇଥାଏ। ୫୦ ମିଟର ଲମ୍ବାର ଟେବୁଲ୍‌ରେ ହୋଇଥିବା ଏହି ରେସ୍ତୋରାଁକୁ କ୍ରେନ୍‌ ସାହାଯ୍ୟରେ ତିଆରି କରାଯାଇଥିଲା।

ଏହାସହ ପଢ଼ନ୍ତୁ: ମହାଭାରତ ଯୁଦ୍ଧରେ ପ୍ରାଣ ହରାଇଥିବା ଯୋଦ୍ଧାଙ୍କ ପାଇଁ ଏହି ସ୍ଥାନରେ ଦୀପଦାନ କରିଥିଲେ ଯୁଧିଷ୍ଠିର, ଆଜି ବି ଚାଲିଛି…

୧୦. ହର୍ବିନ୍‌ର ଏହି ପ୍ରସିଦ୍ଧ ରେସ୍ତୋରାଁରେ ରୋବଟ୍‌ ଖାଦ୍ୟ ପରଷିବା କାମ କରିଥାଏ। ଏଠାକୁ ଆସୁଥିବା ଲୋକଙ୍କ ମଧ୍ୟରେ ଅଧିକରୁ ଅଧିକ ଛୋଟ ପିଲା ସାମିଲ ହୋଇଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.